ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ବାଦ୍‌ ପଡ଼ିଲା ମ.ରାମପୁର, ତାତିଲେ ଲୋକେ

ମ.ରାମପୁର,୪ା୯(ଶଶିଭୂଷଣ ପ୍ରହରାଜ): ରାଜ୍ୟ ସରକାରଙ୍କ ଦ୍ୱାରା ଗତ ୩୧ ତାରିଖ ରାଜ୍ୟର ଅନେକ ଅଞ୍ଚଳ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା। କିନ୍ତୁ ମ.ରାମପୁର ଏହି ଘୋଷଣାରେ ସାମିଲ ନ ହେବା ଯୋଗୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ୪ ତାରିଖ ଗୁରୁବାର ମ.ରାମପୁର ବନ୍ଦ କରିଛନ୍ତି। ଗତ ସରକାର ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ହେବ ବୋଲି ଘୋଷଣା କରିଥିଲେ। ସମ୍ପ୍ରତି ଘୋଷଣା ଉହ୍ୟ ହେତୁ ଲୋକେ ରାଜରାସ୍ତାକୁ ଓହ୍ଲାଇଆସିଛନ୍ତି। ମ.ରାମପୁରକୁ ୨୦୧୧ ଜନଗଣନା ପ୍ରକାରେ ସରକାର ଜନସଂଖ୍ୟା ସହର ମାନ୍ୟତା ଦେଇଥିଲେ। ରାଜ୍ୟର ନୂତନ ଘୋଷିତ ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ଅର୍ଦ୍ଧାଧିକ ଅଞ୍ଚଳର ଜନସଂଖ୍ୟାଠାରୁ ମ.ରାମପୁର ଜନ ସଂଖ୍ୟା ଦୁଇ ଗୁଣ ଅଧିକ।

ସେହିପରି ମ.ରାମପୁରର ମାସିକ ଆୟ ପାଖାପାଖି ଲକ୍ଷେ ଅଟେ। ସେହିପରି ଏଇଠି ୪ଟି ବ୍ଲକ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଉପଖଣ୍ଡ କାର୍ଯ୍ୟାଳୟ ରହିଛି। ମ.ରାମପୁର ଦେଇ ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬(କ); ଜିଲା ମୁଖ୍ୟ, ଅନ୍ୟ ଜିଲା ମୁଖ୍ୟ ରାସ୍ତା ସଂଯୋଗୀକରଣ ହେଇ ଚାରି ଛକ ରହିଛି। ଏହି ରାସ୍ତା ଦେଇ ସହସ୍ରାଧିକ ଯାନବାହନ ଯାତାୟାତ ହେଉଛି। ଏହି ଜିଲାର ନର୍ଲା, କର୍ଲାମୁଣ୍ଡା, ଲାଞ୍ଜିଗଡ଼, ମ.ରାମପୁର ଆଦି ଅଞ୍ଚଳ ଲୋକେ ପ୍ରଶାସନିକ,ରାଜନୀତିକ, ନ୍ୟାୟିକ ଅନେକ ବହୁବିଧ କାର୍ଯ୍ୟ ପାଇଁ ମ.ରାମପୁରରେ ନିର୍ଭର କରନ୍ତି। ମ.ରାମପୁର ଭଳି ଗୁରୁତ୍ୱ ବହନ କରୁଥିବା ବିଜ୍ଞାପିତ ଅଞ୍ଚଳ ସମସ୍ତ ମାନଦଣ୍ଡ, ପରିମାପ ପରିପୂରଣ କରିପାରୁଛି। ଏହା ସହିତ ରାଜସ୍ବ ଉପଖଣ୍ଡ ମାନ୍ୟତା ମଧ୍ୟ ମାପଦଣ୍ଡ ପୂରଣ କରୁଛି। ତେଣୁ ରାଜ୍ୟ ସରକାର ଯୋଥୋଚିତ ଦୃଷ୍ଟି ଦେଇ ମ.ରାମପୁର ଅଞ୍ଚଳର ଗ୍ରହଣୀୟ ଦାବି ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଆଜିର ବନ୍ଦ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମିତି ସଭ୍ୟ ତଥା ଭାଜପା ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ସିପିଏମ୍‌ ନେତା ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଞ୍ଚ କିଶୋର ପ୍ରହରାଜ, ଜିବେଶ ପଣ୍ଡା, ଚିତ୍ତ ବାଗ, ସାମାଜିକ କର୍ମୀ ବିକାଶ ସିଂହଦେଓ(ଘନ),ନୀଳମାଧବ ସିଂହଦେଓ,ସତ୍ୟ ସାହୁ,ବାର ଆସୋସିଏଶନ ସଭାପତି ଜୟ ସିଂହଦେଓ, ଚମରା ବଗର୍ତ୍ତି, ପ୍ରକାଶ ମାଝୀ, ଚିରାଗ ସିଂହ ଦେଓ, ଶ୍ରୀକାନ୍ତ ହୋତା ପ୍ରମୁଖ ନେତୃତ୍ୱ ନେଇ ଆନ୍ଦୋଳନରେ ଶତାଧିକ ଲୋକ ସାମିଲ ହୋଇଛନ୍ତି। ସକାଳୁ ଆରମ୍ଭ ହେଇଥିବ ଆନ୍ଦୋଳନ ଜାରି ରହିଛି। ଚାରି ଛକଠାରେ ଚାରି ପାଖ ରାସ୍ତା ବନ୍ଦ କରାଯାଇଛି। ସହର ସମସ୍ତ ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ,ରାଜସ୍ବ ଉପଖଣ୍ଡ ମାନ୍ୟତା ନ ହେବା ଯାଏ ଅଭିଯାନ ଜାରି ରହିବ କୁହାଯାଇଛି। ଆଜି ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?