Posted inଫୁରସତ

ମି. ଡୁଡଲ୍‌ଙ୍କ ଡୁଡଲ୍‌ ଆର୍ଟ ଘର

ଇଂଲଣ୍ଡର ସାମ୍‌ କକ୍ସ କଳା ଧଳା ଡୁଡଲ୍‌ ଆର୍ଟ କରିବାରେ ବେଶ୍‌ ଧୁରିଣ। ସେ ଏକ ଡୁଡଲ ପପ୍‌ ଅପ୍‌ ଦୋକାନ ବି କରିଛନ୍ତି। ଡୁଡଲ୍‌ ଆର୍ଟ କରି ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରନ୍ତି। ତାଙ୍କର ୨.୭ ମିଲିୟନ ଫଲୋୟର୍‌ ଅଛନ୍ତି। ଡୁଡଲ୍‌ ଆର୍ଟ ପ୍ରତି ସମର୍ପିତ ସାମ୍‌ଙ୍କୁ ଲୋକେ ମି.ଡୁଡଲ୍‌ ବୋଲି କୁହନ୍ତି। ତେବେ ତାଙ୍କର ଏକ ସ୍ବପ୍ନ ଥିଲା ନିଜ ଘରକୁ ବି ସେ ଡୁଡଲ୍‌ ଆର୍ଟ କରି ସଜାଇବେ। ୨୦୧୯ରେ ସେ ୬ଟି ବେଡରୁମ୍‌ ଥିବା ଏକ ସୁନ୍ଦର ମାନ୍‌୍‌ସନ୍‌ କିଣିଲେ। ଆଉ ନିଜର ଏହି ଘରକୁ ଡୁଡଲ୍‌ ଆର୍ଟରେ ସଜାଇବା ଲାଗି ଦିନ ରାତି ଏକ କରି ଦେଲେ। ସେ ନିଜର ମୁଖ୍ୟ ବେଡରୁମ୍‌ରେ ଡ୍ରିମ୍‌ ଥିମ୍‌ରେ ଡୁଡଲ ଆର୍ଟ କରିବାବେଳେ ବାଥ୍‌ରୁମ୍‌ରେ କରିଛନ୍ତି ସମୁଦ୍ର ଥିମ୍‌ର ଡୁଡଲ୍‌ ଆର୍ଟ। ଘରର ପ୍ରତି କୋଣ ଅନୁକୋଣକୁ ସେ ଡୁଡଲ୍‌ ଆର୍ଟରେ ଆଚ୍ଛାଦିତ କରି ଦେଇଛନ୍ତି। ଏମିତିକି ନିଜ ଟେସ୍‌ଲା କାର୍‌, ବିଭିନ୍ନ ଯାନ୍ତ୍ରିକ ଉପକରଣ ଉପରେ ବି ସେ ଡୁଡଲ୍‌ ଆର୍ଟ କରିଛନ୍ତି। ସାମ୍‌ କୁହନ୍ତି, ‘ଡୁଡଲ୍‌ ଆର୍ଟ କଲେ ତାଙ୍କୁ ମାନସିକ ଶାନ୍ତି ମିଳେ। ସେ ଯେଉଁଦିନ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଏହି ଆର୍ଟ କରନ୍ତି ତାଙ୍କର ଭଲ ନିଦ ହୁଏ।’ସାମ୍‌ଙ୍କ ପତ୍ନୀ ବି ସାମ୍‌ଙ୍କ କଳାକୁ ବେଶ୍‌ ସମ୍ମାନ କରନ୍ତି। ଆଉ ଏହି ନିଆରା ଘର ଏବେ ଏଠାକାର ଆକର୍ଷଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri