Posted inଖେଳ

ୟୁଏଇରେ ଟି୧୦ ଅଭିଜ୍ଞତାକୁ ନେଇ ଆଶାବାଦୀ ଲିନ୍‌

ଆବୁଧାବି, ୧୯ା୯ (ପି.ଟି.)-ଅଷ୍ଟ୍ରେଲିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଖ୍ରିସ୍‌ ଲିନ୍‌ ବର୍ତ୍ତମାନ ଯଦିଓ ଟପ୍‌ ଫର୍ମରେ ଅଛନ୍ତି ତେବେ ଗତବର୍ଷ ୟୁଏଇରେ ଟି୧୦ ଟୁର୍ନାମେଣ୍ଟରେ ସେ ଯେଉଁ ଅଭିଜ୍ଞତା ହାସଲ କରିଛନ୍ତି ଆସନ୍ତା ଆଇପିଏଲ୍‌ରେ ତାହାକୁ କାମରେ ଲଗାଇବେ ବୋଲି କହିଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଆଇପିଏଲ୍‌ର ୧୩ତମ ସଂସ୍କରଣ ଭାରତରୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଏହା ଶନିବାରଠାରୁ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ। ହାର୍ଡ ହିଟିଂ ଓପନର ଲିନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସ୍ଥାନ ପାଇଛନ୍ତି। ନିକଟରେ ଶେଷ ହୋଇଥିବା କ୍ୟାରିବିୟନ ପ୍ରିମିୟର ଲିଗ୍‌ରେ ସେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ୍‌ ପ୍ୟାଟ୍ରିଅଟ୍ସ ତରଫରୁ ୯ଟି ଗେମ୍‌ ଖେଳି ମୋଟ ୧୫୦ରୁ କମ୍‌ ରନ ସଂଗ୍ରହ କରିଛନ୍ତି। ତେବେ ଗତବର୍ଷ ୟୁଏଇରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ଏହି ୩୦ ବର୍ଷୀୟ କ୍ରିକେଟର ମରାଠା ଆରବିୟନ୍ସ ତରଫରୁ ଖେଳି ସର୍ବାଧିକ ୩୭୧ ରନ ସଂଗ୍ରହ କରିଥିଲେ। ସେ ଆହୁରି ମଧ୍ୟ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ୩୦ ବଲ୍‌ରେ ୯୧ ରନ କରିଥିଲେ। ଆସନ୍ତା ଆଇପିଏଲ୍‌ରେ ମଧ୍ୟ ଏହି ଭଳି କିଛି ଧମାକାଦାର ପ୍ରଦର୍ଶନ କରିବା ନେଇ ସେ ଆଶାବାଦୀ ଅଛନ୍ତି। ହେଲେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ଚୂଡ଼ାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିବା ସହଜ ନୁହେଁ। କାରଣ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି’କକ୍‌କୁ ନେଇ ଓପନିଂ ଯୋଡ଼ିରେ ବର୍ତ୍ତମାନ ପରିବର୍ତ୍ତନ କରିବା କୌଣସି ସମ୍ଭାବନା ଦେଖିବାକୁ ମିଳୁନାହିଁ। ହେଲେ ମୁମ୍ବାଇ ଇଣ୍ଡିଆନ୍ସ କୋଚ୍‌ ମାହେଲା ଜୟବର୍ଦ୍ଧନେ ତାଙ୍କୁ ଯେଉଁ ସ୍ଥାନରେ ଫିଟ୍‌ ବୋଲି ମନେକରିବେ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ସେ ପ୍ରସ୍ତୁତ ଥିବା ଅଷ୍ଟ୍ରେଲିଆର ଏହି କ୍ରିକେଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri