ମଧ୍ୟାହ୍ନଭୋଜନ ବନ୍ଦ: ପ୍ରତିବାଦ କରି ରାଜରାସ୍ତାରେ ବସିଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର,୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ ଗୋଟିଏ ପଦବୀରେ ଦୁଇ ଦୁଇଜଣ ଅଧିକାରୀ ଥିବା ସତ୍ତ୍ୱେ ଛାତ୍ରୀଛାତ୍ର ରାଜରାସ୍ତାରେ ଖରାରେ ବସି ଶିଝିବା ଏକ ଲଜ୍ଜାଜନକ ଘଟଣା ପାଲଟିଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ସରକାର ପିଲାଙ୍କୁ ମଧ୍ୟାହ୍ନଭୋଜନ ଖାଇବା ପାଇଁ ଦେଉଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତାରୁ ପିଲାମାନେ ଖାଇବାରୁ ବଞ୍ଚିତ ହୋଇ ଭୋକରେ ରହୁଛନ୍ତି। ମଧ୍ୟାହ୍ନଭୋଜନ ମିଳି ନ ଥିବାରୁ ଏହାର ପ୍ରତିବାଦ କରି ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇ ଆସିକା-ହୁମା ମୁଖ୍ୟରାସ୍ତା ଉପରେ ଖରାରେ ବସି ରହିଥିଲେ। ଫଳରେ ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ ଘଟି ଗାଡ଼ିମୋଟର ଚଳାବନ୍ଦ ହୋଇପଡ଼ିଥିଲା। ଏହାର ଖବରପାଇ ପୁରୁଷୋତ୍ତମପୁର ପୋଲିସ ଓ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ଭାଜପା ନେତା ସୀତାରାମ ପାଣିଗ୍ରାହୀ, ଜୟନାରାୟଣ ଦାଶ, କାଉନସିଲର ଅଶୋକ କୁମାର ମହାକୁଡ଼, ଭାସ୍କର ବେହେରା ରଞ୍ଜନ ବେହେରା ପ୍ରମୁଖ ଘଟଣା ସ୍କୁଲକୁ ଆସି ପିଲାଙ୍କୁ ବୁଝାଶୁଝା କରି ସ୍କୁଲ ଭିତରକୁୁ ନେଇ ବ୍ଲକ ଶିକ୍ଷାବିଭାଗକୁୁ ଖବର ଦେଇଥିଲେ। ବିଇଓ କିଶୋରଚନ୍ଦ୍ର ବେହେରା, ଏବିଇଓ ରାଜକିଶୋର ସାହୁ ଓ ସିଆରସିସି ମନୋଜ କୁମାର ପଣ୍ଡା ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଥିବା ବେଳେ ପିଲାମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ସ୍ବର ଉଠାଇଥିଲେ। ପିଲାଙ୍କ ଅଭିଯୋଗକୁ ନେଇ ଜନପ୍ରତିନିଧି ଓ ଅଧିକାରୀମାନେ ଶିକ୍ଷୟତ୍ରୀଙ୍କୁୁ ଡକାଇ ବୁଝିଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍କଲକୁ ବିଳମ୍ବରେ ଆସିଥିବା ବେଳେ ମଧ୍ୟାହ୍ନଭୋଜନ ଲାଗି ସାମଗ୍ରୀ ଦେଇ ନ ଥିବାରୁ ରୋଷେଇ ହୋଇପାରି ନ ଥିବାର ଜଣାପଡ଼ିଥିଲା। ଏଥିନେଇ ପ୍ରଧାନ ଶିକ୍ଷୟିତ୍ରୀ ନିଜର ଦୋଷ ଛଡାଇବା ଲାଗି ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ରଙ୍କ ଉପରେ ଦୋଷ ଲଦିଥିବା ବେଲେ ରଶ୍ମିତା ମିଶ୍ରଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ କୌଣସି ଲିଖିତ ଭାବରେ ଦାୟିତ୍ୱ ଦେଇନଥିବାର ସହ ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଥିବାବେଳେ ବୁଧବାର ସ୍କୁଲକୁୁ ଆସି ଚାବି ନେଇଯାଇଥିବାର ନେଇ ଶିକ୍ଷୟିତ୍ରୀ ମିଶ୍ର ପ୍ରକାଶ ଥିଲେ। ଅପରପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଜୁୁଲାଇ ମାସରେ ଅବସର ନେବାକୁ ଥିବାବେଳେ ଅବସରର ଛଅ ମାସ ଆଗରୁୁ ଦାୟିତ୍ୱ ହସ୍ତାନ୍ତର କରିବାର ନିୟମ ରହିଥିଲେ ସୁଦ୍ଧା ସେ ତାଙ୍କର ଦାୟିତ୍ୱ ହସ୍ତାନ୍ତର ମଧ୍ୟ କରିନାହାନ୍ତି। ଏପରିକି ବିଦ୍ୟାଳୟରେ ଗତ କିଛି ମାସ ହେଲା ବିବାଦୀୟ ପରିସ୍ଥିତି ଲାଗିରହିଛି। ଏହି ବିବାଦୀୟ ଘଟଣାର କଥା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ସୁଦ୍ଧା କେହି ଗୁରୁତ୍ୱ ଦେଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବାର ଅଭିଭାବକମାନେ କହିଛନ୍ତି।
ଏହାକୁ ନେଇ ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା କହିଛନ୍ତି ଯେ, ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କର ସମସ୍ତ ଦାୟିତ୍ୱ ସହକାରୀ ଶିକ୍ଷୟିତ୍ରୀଙ୍କୁୁ ହସ୍ତାନ୍ତର କରିନାହାନ୍ତି। ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲାପାଳ ଓ ଶିକ୍ଷା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅଭିଭାବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri