ମଧ୍ୟାହ୍ନଭୋଜନ ବନ୍ଦ: ପ୍ରତିବାଦ କରି ରାଜରାସ୍ତାରେ ବସିଲେ ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର,୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ଲକ ଶିକ୍ଷାଧିକାରୀ ଭାବେ ଗୋଟିଏ ପଦବୀରେ ଦୁଇ ଦୁଇଜଣ ଅଧିକାରୀ ଥିବା ସତ୍ତ୍ୱେ ଛାତ୍ରୀଛାତ୍ର ରାଜରାସ୍ତାରେ ଖରାରେ ବସି ଶିଝିବା ଏକ ଲଜ୍ଜାଜନକ ଘଟଣା ପାଲଟିଛି। ଏହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ସରକାର ପିଲାଙ୍କୁ ମଧ୍ୟାହ୍ନଭୋଜନ ଖାଇବା ପାଇଁ ଦେଉଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତାରୁ ପିଲାମାନେ ଖାଇବାରୁ ବଞ୍ଚିତ ହୋଇ ଭୋକରେ ରହୁଛନ୍ତି। ମଧ୍ୟାହ୍ନଭୋଜନ ମିଳି ନ ଥିବାରୁ ଏହାର ପ୍ରତିବାଦ କରି ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇ ଆସିକା-ହୁମା ମୁଖ୍ୟରାସ୍ତା ଉପରେ ଖରାରେ ବସି ରହିଥିଲେ। ଫଳରେ ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ ଘଟି ଗାଡ଼ିମୋଟର ଚଳାବନ୍ଦ ହୋଇପଡ଼ିଥିଲା। ଏହାର ଖବରପାଇ ପୁରୁଷୋତ୍ତମପୁର ପୋଲିସ ଓ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ଭାଜପା ନେତା ସୀତାରାମ ପାଣିଗ୍ରାହୀ, ଜୟନାରାୟଣ ଦାଶ, କାଉନସିଲର ଅଶୋକ କୁମାର ମହାକୁଡ଼, ଭାସ୍କର ବେହେରା ରଞ୍ଜନ ବେହେରା ପ୍ରମୁଖ ଘଟଣା ସ୍କୁଲକୁ ଆସି ପିଲାଙ୍କୁ ବୁଝାଶୁଝା କରି ସ୍କୁଲ ଭିତରକୁୁ ନେଇ ବ୍ଲକ ଶିକ୍ଷାବିଭାଗକୁୁ ଖବର ଦେଇଥିଲେ। ବିଇଓ କିଶୋରଚନ୍ଦ୍ର ବେହେରା, ଏବିଇଓ ରାଜକିଶୋର ସାହୁ ଓ ସିଆରସିସି ମନୋଜ କୁମାର ପଣ୍ଡା ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଥିବା ବେଳେ ପିଲାମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ସ୍ବର ଉଠାଇଥିଲେ। ପିଲାଙ୍କ ଅଭିଯୋଗକୁ ନେଇ ଜନପ୍ରତିନିଧି ଓ ଅଧିକାରୀମାନେ ଶିକ୍ଷୟତ୍ରୀଙ୍କୁୁ ଡକାଇ ବୁଝିଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍କଲକୁ ବିଳମ୍ବରେ ଆସିଥିବା ବେଳେ ମଧ୍ୟାହ୍ନଭୋଜନ ଲାଗି ସାମଗ୍ରୀ ଦେଇ ନ ଥିବାରୁ ରୋଷେଇ ହୋଇପାରି ନ ଥିବାର ଜଣାପଡ଼ିଥିଲା। ଏଥିନେଇ ପ୍ରଧାନ ଶିକ୍ଷୟିତ୍ରୀ ନିଜର ଦୋଷ ଛଡାଇବା ଲାଗି ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ରଙ୍କ ଉପରେ ଦୋଷ ଲଦିଥିବା ବେଲେ ରଶ୍ମିତା ମିଶ୍ରଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ କୌଣସି ଲିଖିତ ଭାବରେ ଦାୟିତ୍ୱ ଦେଇନଥିବାର ସହ ପ୍ରଧାନ ଶିକ୍ଷୟିତ୍ରୀ ଛୁଟିରେ ଥିବାବେଳେ ବୁଧବାର ସ୍କୁଲକୁୁ ଆସି ଚାବି ନେଇଯାଇଥିବାର ନେଇ ଶିକ୍ଷୟିତ୍ରୀ ମିଶ୍ର ପ୍ରକାଶ ଥିଲେ। ଅପରପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ଜୁୁଲାଇ ମାସରେ ଅବସର ନେବାକୁ ଥିବାବେଳେ ଅବସରର ଛଅ ମାସ ଆଗରୁୁ ଦାୟିତ୍ୱ ହସ୍ତାନ୍ତର କରିବାର ନିୟମ ରହିଥିଲେ ସୁଦ୍ଧା ସେ ତାଙ୍କର ଦାୟିତ୍ୱ ହସ୍ତାନ୍ତର ମଧ୍ୟ କରିନାହାନ୍ତି। ଏପରିକି ବିଦ୍ୟାଳୟରେ ଗତ କିଛି ମାସ ହେଲା ବିବାଦୀୟ ପରିସ୍ଥିତି ଲାଗିରହିଛି। ଏହି ବିବାଦୀୟ ଘଟଣାର କଥା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ସୁଦ୍ଧା କେହି ଗୁରୁତ୍ୱ ଦେଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବାର ଅଭିଭାବକମାନେ କହିଛନ୍ତି।
ଏହାକୁ ନେଇ ବ୍ଲକ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା କହିଛନ୍ତି ଯେ, ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କର ସମସ୍ତ ଦାୟିତ୍ୱ ସହକାରୀ ଶିକ୍ଷୟିତ୍ରୀଙ୍କୁୁ ହସ୍ତାନ୍ତର କରିନାହାନ୍ତି। ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଜିଲାପାଳ ଓ ଶିକ୍ଷା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଅଭିଭାବକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?