ଚନ୍ଦ୍ରପୃଷ୍ଠରେ ପର୍ଯ୍ୟବେକ୍ଷଣାଗାର

ହୁ ପୁରାତନ କାଳରୁ ମନୁଷ୍ୟ ଖାଲି ଆଖିରେ ଆକାଶକୁ ପର୍ଯ୍ୟବେକ୍ଷଣ କରି ଅନେକ ଗ୍ରହ ଓ ନକ୍ଷତ୍ରର ଗତିବିଧି ଜାଣିପାରିଥିଲା। ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ପରେ ଏହା ସାହାଯ୍ୟରେ ଗଭୀର ମହାକାଶର ଅନେକ ଦୂରରେ ଥିବା ଜ୍ୟୋତିର୍ବିଦୀୟ ପିଣ୍ଡଗୁଡିକୁ ଦେଖିହେଲା। ଇଟାଲୀ ବୈଜ୍ଞାନିକ ଗାଲିଲିଓ ୧୬୦୯ରେ ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ସୌରଜଗତର ଅନେକ ଅଜଣା ତଥ୍ୟକୁ ଆବିଷ୍କାର କରିଥିଲେ। ଗାଲିଲିଓଙ୍କ ଦୂରବୀକ୍ଷଣ ଯନ୍ତ୍ରର ବ୍ୟାସ ମାତ୍ର ୨.୫ ସେମି ଥିଲା। ଏହାପରେ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ପ୍ରତିଷ୍ଠା କରାଯାଇ ସୌରଜଗତ ବାହାରେ ଅନେକ ଜୋତିର୍ବିଦୀୟ ପିଣ୍ଡକୁ ପର୍ଯ୍ୟବେକ୍ଷଣ କରାଯାଇଛି। ପ୍ରଥମେ କେବଳ ଦୃଶ୍ୟମାନ ଆଲୋକକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖି ହେଉଥିଲା। ମାତ୍ର ଅନେକ ଦୂରରେ ଥିବା ଜ୍ୟୋତିର୍ବିଦୀୟ ପିଣ୍ଡଗୁଡ଼ିକୁ ବିଦ୍ୟୁତ-ଚୁମ୍ବକୀୟ ବର୍ଣ୍ଣାଳିର ଅନ୍ୟ କିଛି ରଶ୍ମି ଯଥା-ରେଡିଓ, ଅବଲୋହିତ, ଗାମା ରଶ୍ମି, ଏକ୍ସ-ରଶ୍ମି ଆଜି ନିର୍ଗତ ହେଉଛି। ଏଣୁ ସେଗୁଡିକୁ ଅଧ୍ୟୟନ କରିବା ପାଁଇ ବିଶେଷ ଧରଣର ଦୂରବୀକ୍ଷଣ ଯନ୍ତ୍ରମାନ ନିର୍ମିତ ହେଲା। ବିଶେଷ ଭାବେ ପୃଥିବୀ ପୃଷ୍ଠରେ କେତୋଟି ବଡ଼ ରେଡିଓ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପିତ ହୋଇଛି। ମହାକାଶରୁ ଆସୁଥିବା ଗାମା ରଶ୍ମି, ଏକ୍ସ ରଶ୍ମି ଓ ଅବଲୋକିତ ରଶ୍ମିର ଅଧିକାଂଶ ଭାଗ ପୃଥିବୀର ବାୟୁମଣ୍ଡଳ ଦ୍ୱାରା ଶୋଷିତ ହୋଇ ଯାଉଥିବାରୁ ସେଗୁଡିକ ଭୂପୃଷ୍ଠରେ ପହଞ୍ଚତ୍ ପାରେ ନାହିଁ ଏବଂ ଫଳରେ ଏହାର ଅଧ୍ୟୟନ ପାଇଁ ପୃଥିବୀରେ କୌଣସି ଦୂରବୀକ୍ଷଣ ଯନ୍ତ୍ର ସ୍ଥାପିତ ହୋଇନାହିଁ।
ପୃଷ୍ଠରେ ଦୂରବୀକ୍ଷଣ ଯନ୍ତ୍ର ଅବସ୍ଥାପନର ଗୋଟିଏ ସୁବିଧା ହେଉଛି ଯେ ଆମେ ଏହାର ଆକାର ବଡ଼ କରିପାରିବା ଏବଂ ଏହାର ନିର୍ମାଣ ସହଜ ହୋଇଥାଏ। କିନ୍ତୁ ପୃଥିବୀର ବାୟୁମଣ୍ଡଳରେ ମେଘ, ବାଦଲ, ଝଡ଼ ଆଦି ଯୋଗୁ ଦୂରବୀକ୍ଷଣ ଯନ୍ତ୍ରଗୁଡ଼ିକ ଦକ୍ଷତା ଅନୁସାରେ କାର୍ଯ୍ୟ କରିପାରେ ନାହିଁ। ପୁନଶ୍ଚ ବାୟୁ ପ୍ରଦୂଷଣ ଓ ଆଲୋକ ପ୍ରଦୂଷଣ ଏହାର କାର୍ଯ୍ୟରେ ବ୍ୟାଘାତ ଆଣିଥାଏ।
ପ୍ରତିକାର ପାଇଁ ବୈଜ୍ଞାନିକମାନେ ମହାକାଶରେ ଭୂକକ୍ଷରେ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ‘ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର’। ଅନ୍ୟ କେତୋଟିର ନାମ ହେଉଛି-ଉବଲ୍‌ ଦୂରବୀକ୍ଷଣ ଯନ୍ତ୍ର, କେପଲର ଦୂରବୀକ୍ଷଣ ଯନ୍ତ୍ର, ଚନ୍ଦ୍ରା ଏକ୍ସ ରଶ୍ମି ଦୂରବୀକ୍ଷଣ ଯନ୍ତ୍ର ଏବଂ ସ୍ପାଇଜର ଦୂରବୀକ୍ଷଣ ଯନ୍ତ୍ର। ଏଗୁଡ଼ିକ ସାହାଯ୍ୟରେ ସୌରଜଗତ ବାହାରେ ଅନେକ ଗ୍ରହ ସମେତ ଅନେକ ଗାଲାକ୍ସିକୁ ଆବିଷ୍କାର କରାଯାଇଛି। କିନ୍ତୁ ଏଗୁଡ଼ିକର ମଧ୍ୟ କିଛି ସୀମିତତା ଅଛି। ଏଗୁଡିକୁ ପେଲୋଡ୍‌ ଭାବେ ରକେଟ୍‌ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଏ ଏବଂ ରକେଟ୍‌ର କ୍ଷମତା ଅନୁସାରେ ପେଲୋଡ୍‌ ସ୍ଥିର କରାଯାଏ। ଫଳରେ ମହାକାଶ ଦୂରବୀକ୍ଷଣର ଆକାର ଛୋଟ ହୋଇଥାଏ। କେତେକ ଦୂରବୀକ୍ଷଣ ଯନ୍ତ୍ର ଅବଲୋହିତ ରଶ୍ମିକୁ ପର୍ଯ୍ୟବେକ୍ଷଣ କରିଥାଏ ଏବଂ ଫଳରେ ଏହା ଶୀତଳକ ତରଳ ପଦାର୍ଥ ଆବଶ୍ୟକ କରିଥାଏ। ଅତି ଗରମ ହେଲେ ଏହା ବାଷ୍ପୀକରଣ ହୋଇଯାଏ। ପୁନଶ୍ଚ ଯଦି ମରାମତି କରିବା ଆବଶ୍ୟକ ହୁଏ, ତାହାହେଲେ ମହାକାଶରେ ଏହା କରିବା ଅତି କଷ୍ଟକର।
ଗବେଷକମାନେ ଚନ୍ଦ୍ର ପୃଷ୍ଠରେ ଆଗାମୀ ପିଢ଼ିର ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିବାର ଧାରଣା ପ୍ରକାଶ କରିଛନ୍ତି। ଚନ୍ଦ୍ରରେ ମେଘ, ବାଦଲ, ଝଡ଼ ଆଦି ନାହିଁ ଏବଂ ଏଠାରେ ମଧ୍ୟ ଆଲୋକ ପ୍ରଦୂଷଣ କିମ୍ବା ବାୟୁ ପ୍ରଦୂଷଣ ନାହିଁ। ପ୍ୟାରିସସ୍ଥିତ ଜ୍ୟୋତିଃ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଜ୍ୟୋତିର୍ବିଦ ଜିନ୍‌-ପିଏରେ ମେଲାର୍ଡ ଏହା ଉପରେ ଅଧ୍ୟୟନ କରି ପ୍ରକାଶ କରିଛନ୍ତି ଯେ ଚନ୍ଦ୍ରପୃଷ୍ଠରେ ୧୩ ମିଟର ବ୍ୟାସର ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରି ଅବଲୋହିତ ରଶ୍ମି ଅଧ୍ୟୟନ କରାଯାଇପାରିବ। ଏହାର ବ୍ୟାସ ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ରର ବ୍ୟାସର ଚାରିଗୁଣ ହେବ ଏବଂ ଏହାର ସମ୍ବେଦନତା ଦୁଇଗୁଣ ଅଧିକ ହେବ। ଫଳରେ ଏହାର ଚିତ୍ରର ବିଭେଦନ ଅତି ଉତ୍ତମ ହେବ।
ରଶ୍ମି ଅଧ୍ୟୟନ ଦ୍ୱାରା ଗାଲାକ୍ସି ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥାକୁ ଜାଣିହେବ ଏବଂ ଜ୍ୟୋତିର୍ବିଦ୍‌ମାନେ ଏଥିପ୍ରତି ଆଗ୍ରହୀ ଅଛନ୍ତି। ଗାଲାକ୍ସିଗୁଡିକ ଆମଠାରୁ ବହୁ ଦୂରରେ ଅଛନ୍ତି ଏବଂ କୃଷ୍ଣ ଶକ୍ତି ଯୋଗୁ ବିଶ୍ୱର ପ୍ରସାରଣ ହେଉଛି, ଯାହା ଫଳରେ ଏଥିରୁ ନିର୍ଗତ ବିଦ୍ୟୁତ-ଚୁମ୍ବକୀୟ ବର୍ଣ୍ଣାଳି ଅବଲୋହିତ ଅଞ୍ଚଳ ଆଡକୁ ବିସ୍ଥାପିତ ହେଉଛି। ଏଣୁ ଏହି ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ କରିପାରିଲେ ଆଦ୍ୟ ଗାଲାକ୍ସି ଓ ନକ୍ଷତ୍ରଗୁଡ଼ିକ କିପରି ସୃଷ୍ଟି ହେଲା, ତାହା ବ୍ରହ୍ମାଣ୍ଡ ବିଜ୍ଞାନୀମାନେ ଜାଣିପାରିବେ।
ମେରୁ ଅଞ୍ଚଳରେ ସଂଘାତଜନିତ ଅନେକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ଏଗୁଡ଼ିକ ସର୍ବଦା ଅନ୍ଧାରରେ ରହିଥାଏ। ଏହାର ତାପମାତ୍ରା ୧୮ କେଲଭିନ୍‌ (ପ୍ରାୟ ବିଯୁକ୍ତ ୪୨୭ ଡିଗ୍ରୀ ଫାରେନହାଇଟ) ପର୍ଯ୍ୟନ୍ତ ଥାଏ। ଏଣୁ ଏହି ଗର୍ତ୍ତ ମାଧ୍ୟମରେ ଅବଲୋହିତ ଦୂରବୀକ୍ଷଣ ଯନ୍ତ୍ରକୁ ସ୍ଥାପନ କଲେ ଏଥିପାଇଁ ଆଉ ସ୍ବତନ୍ତ୍ର ଭାବରେ ଶୀତଳନ ବ୍ୟବସ୍ଥାର ଆବଶ୍ୟକ ନାହିଁ।
ଭାବେ ଚନ୍ଦ୍ରପୃଷ୍ଠରେ ପୃଥିବୀରେ ଥିବା ଦୂରବୀକ୍ଷଣ ଯନ୍ତ୍ର ଭଳି ବଡ଼ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିହେବ। କିନ୍ତୁ ଏହାର ଏକ ସୀମା ଅଛି। ଏହାକୁ ପୃଥିବୀ ପୃଷ୍ଠରେ ନିର୍ମାଣ କରି ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ। ଅବରତଣ ସ୍ଥଳରୁ ରୋବୋଟ ସାହାଯ୍ୟରେ ଏହାକୁ ନିଦ୍ଧାରିତ ସ୍ଥାନକୁ ନିଆଯିବ। ଯଦି ଦୂରବୀକ୍ଷଣ ଯନ୍ତ୍ରର ଆକାର ବଡ଼ ହୁଏ, ତାହାହେଲେ ସେହି ଅନୁଯାୟୀ ରୋବୋଟ୍‌କୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ। ପୁନଶ୍ଚ ଦୂରବୀକ୍ଷଣ ଯନ୍ତ୍ରକୁ ଚଳାଇବା ପାଇଁ ଦରକାର ହେବାକୁ ଥିବା ସ୍ଥାୟୀ ଶକ୍ତି ଉତ୍ସ ମଧ୍ୟ ବୃହତ ହେବ। ଏହିସବୁ ଅସୁବିଧାକୁ ଲକ୍ଷ୍ୟକରି ମେଲାର୍ଡ ୧୩ ମିଟର ବ୍ୟାସର ଦୂରବୀକ୍ଷଣ ଯନ୍ତ୍ରର ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ପାଇଁ ‘ନାସା’, ୟୁରୋପୀୟ ମହାକାଶ ସଂସ୍ଥା କିମ୍ବା କୌଣସି ଦେଶର ମହାକାଶ କାର୍ଯ୍ୟକ୍ରମରେ ଚନ୍ଦ୍ରପୃଷ୍ଠରେ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ ପାଇଁ ଚିନ୍ତା କରାଯାଇପାରିବ ନାହିଁ। କିନ୍ତୁ ଗବେଷକ ଓ ଜ୍ୟୋତିର୍ବିଦ୍‌ମାନଙ୍କର ଆଗ୍ରହକୁ ଦେଖି ସେମାନେ କିଛି ନିଷ୍ପତ୍ତି ନେଇପାରନ୍ତି। ଚନ୍ଦ୍ରପୃଷ୍ଠରେ ମନୁଷ୍ୟର ଉପସ୍ଥିତି ବଢ଼ିଲେ ଏଥିପାଇଁ ନିଶ୍ଚୟ ଆଗ୍ରହ ବଢ଼ିବ। ଆମେରିକା ଆର୍ଟେମିସ୍‌ କାର୍ଯ୍ୟକ୍ରମରେ ୨୦୨୫ ମସିହାରେ ପୁଣି ମହାକାଶଚାରୀଙ୍କୁ ପଠାଇବ ବୋଲି ଠିକ୍‌ କରିଛି। ଏହାବ୍ୟତୀତ ଚାଇନା ୨୦୩୦ ମସିହା ଏବଂ ଭାରତ ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ନିଜର ମହାକାଶଚାରୀ ପଠାଇବା ପାଇଁ ଘୋଷଣା କରିଛନ୍ତି। ଏହାପରେ ଚନ୍ଦ୍ରପୃଷ୍ଠରେ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ ଆଉ କଳ୍ପନା ନ ହୋଇ ବାସ୍ତବ ହୋଇପାରିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri