ଚନ୍ଦ୍ରପୃଷ୍ଠରେ ପର୍ଯ୍ୟବେକ୍ଷଣାଗାର

ହୁ ପୁରାତନ କାଳରୁ ମନୁଷ୍ୟ ଖାଲି ଆଖିରେ ଆକାଶକୁ ପର୍ଯ୍ୟବେକ୍ଷଣ କରି ଅନେକ ଗ୍ରହ ଓ ନକ୍ଷତ୍ରର ଗତିବିଧି ଜାଣିପାରିଥିଲା। ସପ୍ତଦଶ ଶତାବ୍ଦୀର ଆରମ୍ଭରେ ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ପରେ ଏହା ସାହାଯ୍ୟରେ ଗଭୀର ମହାକାଶର ଅନେକ ଦୂରରେ ଥିବା ଜ୍ୟୋତିର୍ବିଦୀୟ ପିଣ୍ଡଗୁଡିକୁ ଦେଖିହେଲା। ଇଟାଲୀ ବୈଜ୍ଞାନିକ ଗାଲିଲିଓ ୧୬୦୯ରେ ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ବ୍ୟବହାର କରି ସୌରଜଗତର ଅନେକ ଅଜଣା ତଥ୍ୟକୁ ଆବିଷ୍କାର କରିଥିଲେ। ଗାଲିଲିଓଙ୍କ ଦୂରବୀକ୍ଷଣ ଯନ୍ତ୍ରର ବ୍ୟାସ ମାତ୍ର ୨.୫ ସେମି ଥିଲା। ଏହାପରେ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ପ୍ରତିଷ୍ଠା କରାଯାଇ ସୌରଜଗତ ବାହାରେ ଅନେକ ଜୋତିର୍ବିଦୀୟ ପିଣ୍ଡକୁ ପର୍ଯ୍ୟବେକ୍ଷଣ କରାଯାଇଛି। ପ୍ରଥମେ କେବଳ ଦୃଶ୍ୟମାନ ଆଲୋକକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖି ହେଉଥିଲା। ମାତ୍ର ଅନେକ ଦୂରରେ ଥିବା ଜ୍ୟୋତିର୍ବିଦୀୟ ପିଣ୍ଡଗୁଡ଼ିକୁ ବିଦ୍ୟୁତ-ଚୁମ୍ବକୀୟ ବର୍ଣ୍ଣାଳିର ଅନ୍ୟ କିଛି ରଶ୍ମି ଯଥା-ରେଡିଓ, ଅବଲୋହିତ, ଗାମା ରଶ୍ମି, ଏକ୍ସ-ରଶ୍ମି ଆଜି ନିର୍ଗତ ହେଉଛି। ଏଣୁ ସେଗୁଡିକୁ ଅଧ୍ୟୟନ କରିବା ପାଁଇ ବିଶେଷ ଧରଣର ଦୂରବୀକ୍ଷଣ ଯନ୍ତ୍ରମାନ ନିର୍ମିତ ହେଲା। ବିଶେଷ ଭାବେ ପୃଥିବୀ ପୃଷ୍ଠରେ କେତୋଟି ବଡ଼ ରେଡିଓ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପିତ ହୋଇଛି। ମହାକାଶରୁ ଆସୁଥିବା ଗାମା ରଶ୍ମି, ଏକ୍ସ ରଶ୍ମି ଓ ଅବଲୋକିତ ରଶ୍ମିର ଅଧିକାଂଶ ଭାଗ ପୃଥିବୀର ବାୟୁମଣ୍ଡଳ ଦ୍ୱାରା ଶୋଷିତ ହୋଇ ଯାଉଥିବାରୁ ସେଗୁଡିକ ଭୂପୃଷ୍ଠରେ ପହଞ୍ଚତ୍ ପାରେ ନାହିଁ ଏବଂ ଫଳରେ ଏହାର ଅଧ୍ୟୟନ ପାଇଁ ପୃଥିବୀରେ କୌଣସି ଦୂରବୀକ୍ଷଣ ଯନ୍ତ୍ର ସ୍ଥାପିତ ହୋଇନାହିଁ।
ପୃଷ୍ଠରେ ଦୂରବୀକ୍ଷଣ ଯନ୍ତ୍ର ଅବସ୍ଥାପନର ଗୋଟିଏ ସୁବିଧା ହେଉଛି ଯେ ଆମେ ଏହାର ଆକାର ବଡ଼ କରିପାରିବା ଏବଂ ଏହାର ନିର୍ମାଣ ସହଜ ହୋଇଥାଏ। କିନ୍ତୁ ପୃଥିବୀର ବାୟୁମଣ୍ଡଳରେ ମେଘ, ବାଦଲ, ଝଡ଼ ଆଦି ଯୋଗୁ ଦୂରବୀକ୍ଷଣ ଯନ୍ତ୍ରଗୁଡ଼ିକ ଦକ୍ଷତା ଅନୁସାରେ କାର୍ଯ୍ୟ କରିପାରେ ନାହିଁ। ପୁନଶ୍ଚ ବାୟୁ ପ୍ରଦୂଷଣ ଓ ଆଲୋକ ପ୍ରଦୂଷଣ ଏହାର କାର୍ଯ୍ୟରେ ବ୍ୟାଘାତ ଆଣିଥାଏ।
ପ୍ରତିକାର ପାଇଁ ବୈଜ୍ଞାନିକମାନେ ମହାକାଶରେ ଭୂକକ୍ଷରେ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ‘ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ର’। ଅନ୍ୟ କେତୋଟିର ନାମ ହେଉଛି-ଉବଲ୍‌ ଦୂରବୀକ୍ଷଣ ଯନ୍ତ୍ର, କେପଲର ଦୂରବୀକ୍ଷଣ ଯନ୍ତ୍ର, ଚନ୍ଦ୍ରା ଏକ୍ସ ରଶ୍ମି ଦୂରବୀକ୍ଷଣ ଯନ୍ତ୍ର ଏବଂ ସ୍ପାଇଜର ଦୂରବୀକ୍ଷଣ ଯନ୍ତ୍ର। ଏଗୁଡ଼ିକ ସାହାଯ୍ୟରେ ସୌରଜଗତ ବାହାରେ ଅନେକ ଗ୍ରହ ସମେତ ଅନେକ ଗାଲାକ୍ସିକୁ ଆବିଷ୍କାର କରାଯାଇଛି। କିନ୍ତୁ ଏଗୁଡ଼ିକର ମଧ୍ୟ କିଛି ସୀମିତତା ଅଛି। ଏଗୁଡିକୁ ପେଲୋଡ୍‌ ଭାବେ ରକେଟ୍‌ ସାହାଯ୍ୟରେ ଉତ୍‌କ୍ଷେପଣ କରାଯାଏ ଏବଂ ରକେଟ୍‌ର କ୍ଷମତା ଅନୁସାରେ ପେଲୋଡ୍‌ ସ୍ଥିର କରାଯାଏ। ଫଳରେ ମହାକାଶ ଦୂରବୀକ୍ଷଣର ଆକାର ଛୋଟ ହୋଇଥାଏ। କେତେକ ଦୂରବୀକ୍ଷଣ ଯନ୍ତ୍ର ଅବଲୋହିତ ରଶ୍ମିକୁ ପର୍ଯ୍ୟବେକ୍ଷଣ କରିଥାଏ ଏବଂ ଫଳରେ ଏହା ଶୀତଳକ ତରଳ ପଦାର୍ଥ ଆବଶ୍ୟକ କରିଥାଏ। ଅତି ଗରମ ହେଲେ ଏହା ବାଷ୍ପୀକରଣ ହୋଇଯାଏ। ପୁନଶ୍ଚ ଯଦି ମରାମତି କରିବା ଆବଶ୍ୟକ ହୁଏ, ତାହାହେଲେ ମହାକାଶରେ ଏହା କରିବା ଅତି କଷ୍ଟକର।
ଗବେଷକମାନେ ଚନ୍ଦ୍ର ପୃଷ୍ଠରେ ଆଗାମୀ ପିଢ଼ିର ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିବାର ଧାରଣା ପ୍ରକାଶ କରିଛନ୍ତି। ଚନ୍ଦ୍ରରେ ମେଘ, ବାଦଲ, ଝଡ଼ ଆଦି ନାହିଁ ଏବଂ ଏଠାରେ ମଧ୍ୟ ଆଲୋକ ପ୍ରଦୂଷଣ କିମ୍ବା ବାୟୁ ପ୍ରଦୂଷଣ ନାହିଁ। ପ୍ୟାରିସସ୍ଥିତ ଜ୍ୟୋତିଃ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ଜ୍ୟୋତିର୍ବିଦ ଜିନ୍‌-ପିଏରେ ମେଲାର୍ଡ ଏହା ଉପରେ ଅଧ୍ୟୟନ କରି ପ୍ରକାଶ କରିଛନ୍ତି ଯେ ଚନ୍ଦ୍ରପୃଷ୍ଠରେ ୧୩ ମିଟର ବ୍ୟାସର ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରି ଅବଲୋହିତ ରଶ୍ମି ଅଧ୍ୟୟନ କରାଯାଇପାରିବ। ଏହାର ବ୍ୟାସ ଜେମ୍‌ସ ଓ୍ବେବ୍‌ ମହାକାଶ ଦୂରବୀକ୍ଷଣ ଯନ୍ତ୍ରର ବ୍ୟାସର ଚାରିଗୁଣ ହେବ ଏବଂ ଏହାର ସମ୍ବେଦନତା ଦୁଇଗୁଣ ଅଧିକ ହେବ। ଫଳରେ ଏହାର ଚିତ୍ରର ବିଭେଦନ ଅତି ଉତ୍ତମ ହେବ।
ରଶ୍ମି ଅଧ୍ୟୟନ ଦ୍ୱାରା ଗାଲାକ୍ସି ସୃଷ୍ଟିର ପ୍ରାରମ୍ଭିକ ଅବସ୍ଥାକୁ ଜାଣିହେବ ଏବଂ ଜ୍ୟୋତିର୍ବିଦ୍‌ମାନେ ଏଥିପ୍ରତି ଆଗ୍ରହୀ ଅଛନ୍ତି। ଗାଲାକ୍ସିଗୁଡିକ ଆମଠାରୁ ବହୁ ଦୂରରେ ଅଛନ୍ତି ଏବଂ କୃଷ୍ଣ ଶକ୍ତି ଯୋଗୁ ବିଶ୍ୱର ପ୍ରସାରଣ ହେଉଛି, ଯାହା ଫଳରେ ଏଥିରୁ ନିର୍ଗତ ବିଦ୍ୟୁତ-ଚୁମ୍ବକୀୟ ବର୍ଣ୍ଣାଳି ଅବଲୋହିତ ଅଞ୍ଚଳ ଆଡକୁ ବିସ୍ଥାପିତ ହେଉଛି। ଏଣୁ ଏହି ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ କରିପାରିଲେ ଆଦ୍ୟ ଗାଲାକ୍ସି ଓ ନକ୍ଷତ୍ରଗୁଡ଼ିକ କିପରି ସୃଷ୍ଟି ହେଲା, ତାହା ବ୍ରହ୍ମାଣ୍ଡ ବିଜ୍ଞାନୀମାନେ ଜାଣିପାରିବେ।
ମେରୁ ଅଞ୍ଚଳରେ ସଂଘାତଜନିତ ଅନେକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ଏଗୁଡ଼ିକ ସର୍ବଦା ଅନ୍ଧାରରେ ରହିଥାଏ। ଏହାର ତାପମାତ୍ରା ୧୮ କେଲଭିନ୍‌ (ପ୍ରାୟ ବିଯୁକ୍ତ ୪୨୭ ଡିଗ୍ରୀ ଫାରେନହାଇଟ) ପର୍ଯ୍ୟନ୍ତ ଥାଏ। ଏଣୁ ଏହି ଗର୍ତ୍ତ ମାଧ୍ୟମରେ ଅବଲୋହିତ ଦୂରବୀକ୍ଷଣ ଯନ୍ତ୍ରକୁ ସ୍ଥାପନ କଲେ ଏଥିପାଇଁ ଆଉ ସ୍ବତନ୍ତ୍ର ଭାବରେ ଶୀତଳନ ବ୍ୟବସ୍ଥାର ଆବଶ୍ୟକ ନାହିଁ।
ଭାବେ ଚନ୍ଦ୍ରପୃଷ୍ଠରେ ପୃଥିବୀରେ ଥିବା ଦୂରବୀକ୍ଷଣ ଯନ୍ତ୍ର ଭଳି ବଡ଼ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ କରିହେବ। କିନ୍ତୁ ଏହାର ଏକ ସୀମା ଅଛି। ଏହାକୁ ପୃଥିବୀ ପୃଷ୍ଠରେ ନିର୍ମାଣ କରି ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ। ଅବରତଣ ସ୍ଥଳରୁ ରୋବୋଟ ସାହାଯ୍ୟରେ ଏହାକୁ ନିଦ୍ଧାରିତ ସ୍ଥାନକୁ ନିଆଯିବ। ଯଦି ଦୂରବୀକ୍ଷଣ ଯନ୍ତ୍ରର ଆକାର ବଡ଼ ହୁଏ, ତାହାହେଲେ ସେହି ଅନୁଯାୟୀ ରୋବୋଟ୍‌କୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ। ପୁନଶ୍ଚ ଦୂରବୀକ୍ଷଣ ଯନ୍ତ୍ରକୁ ଚଳାଇବା ପାଇଁ ଦରକାର ହେବାକୁ ଥିବା ସ୍ଥାୟୀ ଶକ୍ତି ଉତ୍ସ ମଧ୍ୟ ବୃହତ ହେବ। ଏହିସବୁ ଅସୁବିଧାକୁ ଲକ୍ଷ୍ୟକରି ମେଲାର୍ଡ ୧୩ ମିଟର ବ୍ୟାସର ଦୂରବୀକ୍ଷଣ ଯନ୍ତ୍ରର ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନ ପାଇଁ ‘ନାସା’, ୟୁରୋପୀୟ ମହାକାଶ ସଂସ୍ଥା କିମ୍ବା କୌଣସି ଦେଶର ମହାକାଶ କାର୍ଯ୍ୟକ୍ରମରେ ଚନ୍ଦ୍ରପୃଷ୍ଠରେ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ ପାଇଁ ଚିନ୍ତା କରାଯାଇପାରିବ ନାହିଁ। କିନ୍ତୁ ଗବେଷକ ଓ ଜ୍ୟୋତିର୍ବିଦ୍‌ମାନଙ୍କର ଆଗ୍ରହକୁ ଦେଖି ସେମାନେ କିଛି ନିଷ୍ପତ୍ତି ନେଇପାରନ୍ତି। ଚନ୍ଦ୍ରପୃଷ୍ଠରେ ମନୁଷ୍ୟର ଉପସ୍ଥିତି ବଢ଼ିଲେ ଏଥିପାଇଁ ନିଶ୍ଚୟ ଆଗ୍ରହ ବଢ଼ିବ। ଆମେରିକା ଆର୍ଟେମିସ୍‌ କାର୍ଯ୍ୟକ୍ରମରେ ୨୦୨୫ ମସିହାରେ ପୁଣି ମହାକାଶଚାରୀଙ୍କୁ ପଠାଇବ ବୋଲି ଠିକ୍‌ କରିଛି। ଏହାବ୍ୟତୀତ ଚାଇନା ୨୦୩୦ ମସିହା ଏବଂ ଭାରତ ୨୦୪୦ ମସିହା ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ନିଜର ମହାକାଶଚାରୀ ପଠାଇବା ପାଇଁ ଘୋଷଣା କରିଛନ୍ତି। ଏହାପରେ ଚନ୍ଦ୍ରପୃଷ୍ଠରେ ଦୂରବୀକ୍ଷଣ ଯନ୍ତ୍ର ସ୍ଥାପନ ଆଉ କଳ୍ପନା ନ ହୋଇ ବାସ୍ତବ ହୋଇପାରିବ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri