କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୧୮।୧୧ (ବ୍ୟୁରୋ): ଶତାବ୍ଦୀର ଦୀର୍ଘତମ ଆଶିଂକ ଚନ୍ଦ୍ର ଗ୍ରହଣ ଶୁକ୍ରବାର ସଂଗଠିତ ହେବ। ଭାରତୀୟ ସମୟ ସକାଳ ୧୧ଟା ୩୨ରେ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହିତ ଗ୍ରହଣ ଆରମ୍ଭ ହେବ। ପରେ ମଧ୍ୟାହ୍ନ ୧୨ଟା ୪୮ରେ ଚନ୍ଦ୍ର ଛାୟାରେ ପ୍ରବେଶ କରିବ ଓ ଅପରାହ୍ନ ୨ଟା ୩୨ରେ ସର୍ବାଧିକ ୯୭.୪୨% ଗ୍ରହଣ ଘଟିବ। ଅପରାହ୍ନ ୪ଟା ୧୭ରେ ଚନ୍ଦ୍ର ଛାୟାରୁ ଓ ୫ଟା ୩୩ରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ। ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ବାଇର କିଛି ଅଂଶ ତଥା ଉତ୍ତର-ୟୁରୋପର କିଛି ଅଞ୍ଚଳରେ ଆଂଶିକ ଦୃଶ୍ୟମାନ ହେବ। ଭାରତକୁ ଏହା ଦୃଶ୍ୟମାନ ହେବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।