ଜର୍ମାନ ଏୟାରଲାଇନ୍ସ ଉପରେ ଗୋ ଫାଷ୍ଟ ଭଳି ସଙ୍କଟ

ବର୍ଲିନ/ନୂଆଦିଲ୍ଲୀ,୪।୫: ଗୋ ଫାଷ୍ଟ ଏୟାର ଲାଇନ୍ସ ମେ’ ୯ ପର୍ଯ୍ୟନ୍ତ ତା’ର ଉଡାଣକୁ ରଦ୍ଦ କରିଦେଇଛି। ଏହି ଗୁରୁତର ସଙ୍କଟ ପାଇଁ ଏୟାରଲାଇନ୍ସ ଆମେରିକା କମ୍ପାନୀ ପ୍ରେଡ ଏଣ୍ଡ ହ୍ବିଟନିକୁ ଦାୟୀ କରିଛି। ଏବେ ଜର୍ମାନ ଏୟାରଲାଇନ୍ସ ଲୁଫଥାଂସା ବି ଗୋ ଫାଷ୍ଟର ବୟାନକୁ ସମର୍ଥନ କରିଛି।

ସୂଚନାଯୋଗ୍ୟ, ଗୁରୁବାର ଲୁଫଥାଂସା କହିଛି କି ଜ୍ୟୁରିଖରେ ଏହାର ଏୟାରବସ ଏସଇଏ୨୨୦ର ଏକ ତୃତୀୟାଂଶ ଉଡାଣକୁ ପ୍ରେଡ ହ୍ବିଟନି ଇଞ୍ଜିନ ଖରାପ କାରଣରୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ଜର୍ମାନ ଏୟାର ଲାଇନ୍ସ ଲୁଫଥାଂସା ଏବେ ବିମାନର ବିଳମ୍ବକୁ ନେଇ ପ୍ରଶ୍ନ ଘେରରେ ରହିଛି। ନିକଟରେ ଆଇଟି ସିଷ୍ଟମରେ କିଛି ସମସ୍ୟା କାରଣରୁ ସାରା ବିଶ୍ୱରେ ଏହି ବିମାନ ଉଡାଣରେ ବିଳମ୍ବ ହୋଇଥିଲା।

Share