ମା’ ହେଲେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କ ସହ ଶେୟାର କଲେ ଝିଅର ପ୍ରଥମ ଫଟୋ

ବଲିଉଡ୍‌ ଫିଲ୍ମ ‘ଲୁଡୋ’ ଅଭିନେତ୍ରୀ ପାର୍ଲେ ମାନି ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏହି ଖୁସି ଖବର ନିଜେ ଅଭିନେତ୍ରୀ ଏବଂ ତାଙ୍କ ସ୍ବାମୀ ଶ୍ରୀନିଶ ଅରବିନ୍ଦ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି। ମାନି ଝିଅର ପ୍ରଥମ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ମାନି ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଝିଅର ଏକ କଳା-ଧଳା ଫଟୋ ଶେୟାର କରି ଲେଖିଛନ୍ତି, ଝିଅ ହୋଇଛି। ଏହି ସୁନ୍ଦର ମୁହୂର୍ତ୍ତକୁ ଆପଣମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି। ଏକାସାଙ୍ଗରେ ଏହା ଆମର ପ୍ରଥମ ଫଟୋ । ଆମେ ଦୁହେଁ ସୁସ୍ଥ ଅଛୁ, ଏବଂ ଖୁସି ଅଛୁ ବୋଲି ଅଭିନେତ୍ରୀ ଲେଖିଛନ୍ତି। ଏହି ପୋଷ୍ଟରେ ଅଭିନେତ୍ରୀ ଝିଅର ଜନ୍ମ ତାରିଖ ୨୦ ମାର୍ଚ୍ଚ ୨୦୨୧ ବୋଲି ଲେଖିଛନ୍ତି।

Share