ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ ପାଇଁ ସମୟ ବହୁତ ଭଲ ରହିବ। ଏହି ଗୋଚର ମେଷ, ମିଥୁନ, କର୍କଟ, କନ୍ୟା, ବିଛା ଏବଂ ମୀନ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିପାରେ। କେତୁ ଏବଂ ରାହୁଙ୍କ ଗୋଚର ପରେ ଆପଣମାନଙ୍କ ପାଇଁ ସମୟ ବହୁତ ଅନୁକୂଳ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। କ୍ୟାରିୟରରେ ଉନ୍ନତିର ଯୋଗ ବନୁଛି। ବ୍ୟବସାୟୀମାନଙ୍କୁ କୌଣସି ବଡ଼ ଡିଲ (ଚୁକ୍ତି)ରୁ ଲାଭ ମିଳିପାରେ।

ମିଥୁନ ରାଶି

ରାହୁ ଏବଂ କେତୁଙ୍କ ଚଳନ ବଦଳିବା ଦ୍ୱାରା ମିଥୁନ ରାଶିର ବ୍ୟକ୍ତିମାନେ ଉପକୃତ ହେବେ। ଚାକିରି କରୁଥିବା ଲୋକଙ୍କୁ ଦରମା ବୃଦ୍ଧି ଏବଂ ପଦୋନ୍ନତି (ପ୍ରମୋସନ)ର ଖୁସି ଖବର ମିଳିପାରେ। ଆର୍ଥିକ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ସମୟ ବହୁତ ଭଲ ରହିବ। ବିଦେଶ ସମ୍ୱନ୍ଧୀୟ କାର୍ଯ୍ୟରେ ସଫଳତା ମିଳିପାରେ।

କର୍କଟ ରାଶିର ଲୋକଙ୍କର ଯଦି ପୂର୍ୱରୁ କୌଣସି ସମସ୍ୟା କିମ୍ୱା ମାନସିକ ଚାପ ଥିଲା, ତେବେ ତାହା ଶେଷ ହେବ। ନିଷ୍ପତ୍ତି ନେବାର କ୍ଷମତା ଉନ୍ନତ ହେବ। ଆପଣମାନଙ୍କୁ ମାନସିକ ଶାନ୍ତି ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ ଏବଂ ଆର୍ଥିକ ଭାବେ ଉନ୍ନତି କରିବେ।

କନ୍ୟା ରାଶିର ଲୋକଙ୍କ ରୋଜଗାରରେ ବୃଦ୍ଧି ଘଟିପାରେ। କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ଚାକିରିରେ ପଦୋନ୍ନତି ମିଳିପାରେ। ଆପଣମାନଙ୍କ ଅଟକି ରହିଥିବା କାର୍ଯ୍ୟ ଗତିଶୀଳ ହେବ।

ବିଛା ରାଶି

ବିଛା ରାଶିର ଲୋକଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିପାରେ। ଆର୍ଥିକ ଦିଗରୁ ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତାର ଯୋଗ ସୃଷ୍ଟି ହେଉଛି। ନିବେଶ କରିବା ପାଇଁ ସମୟ ବହୁତ ଭଲ ରହିବ। ନିବେଶ ଦ୍ୱାରା ଉତ୍ତମ ଲାଭ ମିଳିପାରେ।

ମୀନ ରାଶି

ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପରେ ମୀନ ରାଶିର ବ୍ୟକ୍ତିମାନଙ୍କୁ ବେଶ ଲାଭ ମିଳିପାରେ। ଆପଣମାନଙ୍କ ଆୟରେ ବୃଦ୍ଧି ଘଟିବ। ସମାଜରେ ଆପଣଙ୍କ ମାନ-ସମ୍ମାନ ବଢ଼ିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ଭ୍ରମଣର ଯୋଗ ମଧ୍ୟ ବନୁଛି।

Share