ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ ଦହିହାଣ୍ଡି ପର୍ବ ଓ ଯୋଗମାୟା ଜୟନ୍ତୀ ମଧ୍ୟ ପାଳନ କରାଯିବ। ଜ୍ୟୋତିଷ ଅନୁସାରେ ଏହି ଦିନ ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରର ଶୁଭ ସଂଯୋଗ ହେଉଛି।
ଏହି ଗ୍ରହ-ନକ୍ଷତ୍ର ସଂଯୋଗରୁ ‘ଅଚାନକ ଯୋଗ’ ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଜ୍ୟୋତିଷ ମତ। ଫଳରେ କିଛି ଲୋକଙ୍କର ଦୀର୍ଘଦିନ ଧରି ଅଟକିଥିବା କାମ ହଠାତ୍‌ ସଫଳ ହେବା ସହ ଧନଲାଭର ସୁଯୋଗ ମିଳିପାରେ।
ଏହି ଦିନ ମିଥୁନ ରାଶିରେ ଚନ୍ଦ୍ର-ମଙ୍ଗଳ ଯୁତି ହେବ। ଏହାସହ ଶୁକ୍ର-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ ମଧ୍ୟ ରହିବ। ସିଂହ ରାଶିରେ ସୂର୍ଯ୍ୟ-ବୁଧଙ୍କ ଯୁତିରୁ ବୁଧାଦିତ୍ୟ ଯୋଗ ଏବଂ ତୁଳା ରାଶିରେ ଶୁକ୍ରଙ୍କ ଅବସ୍ଥାନରୁ ମାଲବ୍ୟ ରାଜଯୋଗ ସୃଷ୍ଟି ହେଉଛି। ଗୁରୁ କର୍କଟ, ଶନି ମୀନ, ରାହୁ କୁମ୍ଭ ଏବଂ କେତୁ ସିଂହ ରାଶିରେ ଗୋଚର କରିବେ।

୫ ସେପ୍ଟେମ୍ବର ମିଥୁନ ରାଶି ପାଇଁ ବେଶ ଖାସ ରହିପାରେ। ଆପଣଙ୍କ ରାଶିରେ ଚନ୍ଦ୍ର-ମଙ୍ଗଳ ଯୁତି ହେଉଥିବାରୁ ଅନେକ କ୍ଷେତ୍ରରେ ଲାଭର ସୁଯୋଗ ସୃଷ୍ଟି ହୋଇପାରେ। ଦୀର୍ଘଦିନ ଧରି ଅଟକିଥିବା କାମ ହଠାତ୍‌ ଗତି ଧରିପାରେ। କର୍ମକ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତା ଓ ନିଷ୍ପତ୍ତି ନେବାର କ୍ଷମତାକୁ ପ୍ରଶଂସା ମିଳିପାରେ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବାରୁ ମାନସିକ ଚାପ ମଧ୍ୟ କମିପାରେ।

ସିଂହ ରାଶି ପାଇଁ ଏହି ଦିନ ଉତ୍ସାହ, ବୁଦ୍ଧିମତା ଓ ନୂଆ ଚିନ୍ତାଧାରା ନେଇ ଆସିପାରେ। ଆପଣଙ୍କ ରାଶିରେ ସୂର୍ଯ୍ୟ-ବୁଧଙ୍କ ଯୁତିରୁ ବୁଧାଦିତ୍ୟ ଯୋଗ ଗଠିତ ହେଉଛି। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବଢ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ମିଳିବ। ସରକାରୀ ସେବାରେ ଥିବା ଲୋକଙ୍କୁ ଭଲ ଖବର ମିଳିବାର ସମ୍ଭାବନା ରହିଛି। ବାଣୀରେ ପ୍ରଭାବ ବଢ଼ିବାରୁ ବିକ୍ରୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ଡିଲ ମିଳିପାରେ।

ତୁଳା ରାଶି ପାଇଁ ଗ୍ରହଯୋଗ ବେଶ ଅନୁକୂଳ ରହିବ। ରାଶି ସ୍ବାମୀ ଶୁକ୍ର ନିଜ ରାଶିରେ ରହି ମାଲବ୍ୟ ରାଜଯୋଗ ଗଠନ କରୁଛନ୍ତି। ଏହାର ପ୍ରଭାବରେ ଜୀବନରେ ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟ ବଢ଼ିପାରେ। ବ୍ୟବସାୟୀଙ୍କୁ ପାର୍ଟନରସିପ୍‌କୁ ଲାଭ ମିଳିପାରେ। କ୍ୟାରିୟରରେ ଗତି ଆସିବା ସହ ଆର୍ଥିକ ଲାଭର ସୁଯୋଗ ରହିଛି। ପ୍ରେମ ଓ ବୈବାହିକ ଜୀବନରେ ମଧୁରତା ବଢ଼ିପାରେ। ଛାତ୍ରୀଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ।

କର୍କଟ ରାଶି ପାଇଁ ୫ ସେପ୍ଟେମ୍ବର ଆଶା ପୂରଣର ଦିନ ହୋଇପାରେ। ଦେବଗୁରୁ ବୃହସ୍ପତି ଆପଣଙ୍କ ରାଶିରେ ଶକ୍ତିଶାଳୀ ସ୍ଥିତିରେ ରହି ହଂସ ରାଜଯୋଗ ଗଠନ କରୁଛନ୍ତି। ଏହାର ପ୍ରଭାବରେ ଏକାଧିକ ଉତ୍ସରୁ ଧନ ଆସିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ନିବେଶରୁ ଭଲ ଲାଭ ମିଳିବା ସହ ପୁରୁଣା ସଞ୍ଚୟ ଯୋଜନାରୁ ମଧ୍ୟ ଭଲ ରିଟର୍ନ ମିଳିପାରେ। ପରିବାରର ସମ୍ପୂର୍ଣ୍ଣ ସହଯୋଗ ରହିବ।

ମୀନ ରାଶି ପାଇଁ ମଧ୍ୟ ଏହି ସମୟ ବେଶ ଗୁରୁତ୍ୱପୂର୍ଣ୍ଣ। କର୍ମଫଳଦାତା ଶନି ଆପଣଙ୍କ ରାଶିରେ ବକ୍ରୀ ଅବସ୍ଥାରେ ଥିବାରୁ ପୁରୁଣା କାମରେ ହଠାତ୍‌ ସଫଳତା ମିଳିପାରେ। ଦୀର୍ଘଦିନର ପେଣ୍ଡିଂ କାର୍ଯ୍ୟକୁ ନୂଆ ଗତି ମିଳିବ। ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରର ପ୍ରଭାବରୁ ଅପ୍ରତ୍ୟାଶିତ ଧନଲାଭର ଯୋଗ ମଧ୍ୟ ରହିଛି। ଆଇନଗତ ମାମଲାରେ ସଫଳତା ମିଳିପାରେ। ପରିବାରରେ ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦର ସମାଧାନ ହୋଇପାରେ। ତେବେ ନିଜ ସ୍ବାସ୍ଥ୍ୟ ସହ ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

 

Dharitri – Odisha’s No.1 Odia Daily

Share
Tags: rashiphala