Posted inଫୁରସତ

ସୌଭାଗ୍ୟ ଆଣିପାରେ ଗଛ

ଏମିତି କିଛି ଗଛ ନାହିଁ, ଯାହା ମଣିଷର ଉପକାରରେ ଆସେ ନାହିଁ। ତେବେ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଗଛର ଭିନ୍ନ ଭିନ୍ନ ଉପକାରିତା ଦେଖିବାକୁ ମିଳେ। କିଏ ଖାଦ୍ୟ ରୂପେ ବ୍ୟବହାର ହୁଏ ତ କିଏ ଔଷଧିୟ ଗୁଣରେ ଭରପୂର। କିଏ ପରିବେଶକୁ ସ୍ବଚ୍ଛ ରଖୁଥିବାବେଳେ କିଏ ମାନସିକ ବିଷାଦ ଦୂର କରେ। ତେବେ ଏମିତି ବି କିଛି ଗଛ ଅଛି, ଯିଏ ପରିବେଶକୁ ତ ସ୍ବଚ୍ଛ ରଖେ
ତା’ ସହିତ ଘରର ସୌଭାଗ୍ୟ ମଧ୍ୟ ବୃଦ୍ଧି କରିଥାଏ…

ଏଗ୍ଲୋନେମା ଘରର ସୁଖ ସମୃଦ୍ଧି ବୃଦ୍ଧି କରୁଥିବା ଗଛ ମଧ୍ୟରେ ଆସେ ଏଗ୍ଲୋନେମାର ନଁା। ଯାହାକୁ ଚାଇନିଜ ଏଭରଗ୍ରୀନ୍‌ ମଧ୍ୟ କୁହନ୍ତି। ଏହି ଗଛ ଘର ଭିତରେ ଏବଂ ବାହାରେ, ଯେକୌଣସି ଜାଗାରେ ବଢ଼ିପାରେ। ସୂର୍ଯ୍ୟାଲୋକ ଥାଉ କି ନ ଥାଉ ଏହି ଗଛ ଗୁରୁତ୍ୱ ଦିଏନି। ଏହି ଗଛକୁ ପୁରା ଏସିଆ ମହାଦେଶରେ ସୌଭାଗ୍ୟ ଆଣୁଥିବା ଗଛ ବୋଲି ବିଶ୍ୱାସ କରାଯାଏ। ଏହା ସହିତ ଏହି ଗଛ ଏୟାର ପ୍ୟୁରିଫାୟର ମଧ୍ୟ।

ମନିପ୍ଲାଣ୍ଟ ମନି ପ୍ଲାଣ୍ଟ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆଣୁଥିବା ଗଛ ପାଇଁ ବେଶ୍‌ ଜଣାଶୁଣା। ବାସ୍ତୁ ଓ ଫେଙ୍ଗସୁଇ ଦୃଷ୍ଟିରୁ ଘରର ଆର୍ଥିକ ଉନ୍ନତି ପାଇଁ ମନିପ୍ଲାଣ୍ଟର ବିଶେଷ ଭୂମିକା ରହିଛି। ଏହା ସବୁଠୁ ଭଲ ଏୟାରପ୍ୟୁରିଫାୟାର ପ୍ଲାଣ୍ଟ ହେବା ସହ ଏହା ଘର ଭିତରେ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ ଓ ଅକ୍ସିଜେନର ମାତ୍ରା ବଢ଼ାଇଥାଏ। ବାସ୍ତୁ ଅନୁସାରେ ଏହାକୁ ଘରର ଦକ୍ଷିଣ ପୂର୍ବ ସ୍ଥାନରେ ଲଗାନ୍ତୁ। ଏହା ଘରକୁ ଆସୁଥିବା ବିଭିନ୍ନ ସମସ୍ୟା ଦୂର କରିବା ସହ ସମୃଦ୍ଧି ଆଣିଥାଏ।

ଲକି ବାମ୍ବୋ ଏହି ଗଛ ହେଉଛି ସବୁଠୁ ଅଧିକ ଲୋକପ୍ରିୟ ଇଣ୍ଡୋର ପ୍ଲାଣ୍ଟ। ଏହା ଘର ଭିତରେ ଖୁବ୍‌ କମ୍‌ ଆଲୋକରେ ବଢ଼ିପାରିବା ସହ ପାଣିରେ ବି ବଢିପାରେ। ବାସ୍ତୁ ଓ ଫେଙ୍ଗସୁଇ ଅନୁସାରେ ଏହି ଗଛକୁ ଘର ଓ ଅଫିସରେ ଲଗାଇଲେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ସହ ସମୃଦ୍ଧି ଆଣିଥାଏ। ଏହି ଗଛକୁ ଘରର ଦକ୍ଷିଣ-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇଲେ ଏହା ଧନବୃଦ୍ଧିରେ ସହାୟକ ହୋଇଥାଏ। ଏହା ମଧ୍ୟ ଏୟାରପ୍ୟୁରିଫାୟର ପ୍ଲାଣ୍ଟ।

ପିସ୍‌ ଲିଲି ଏହି ଗଛ ସବୁଠୁ ଭଲ ଏୟାର ପ୍ୟୁରିଫାୟର ବେଡ଼ରୁମ ପ୍ଲାଣ୍ଟ। ଏହି ଗଛ ଘର ଭିତରୁ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ଆଣିଥାଏ। ପୁଣି କମ୍‌ ଆଲୋକରେ ବଢ଼ି ପାରୁଥିବା ଏହି ଗଛ ମଧ୍ୟ ଏୟାର ପ୍ୟୁରିଫାୟର।

ସ୍ନେକ୍‌ ପ୍ଲାଣ୍ଟ ସ୍ନେକ ପ୍ଲାଣ୍ଟର ଅନ୍ୟ ନାଁ ସନ୍‌ସେଭେରିଆ ଓ ମଦର-ଇନ୍‌-ଲ-ଟଙ୍ଗ୍‌। ଏହାକୁ ଗୁଡ଼ଲକ୍‌ ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହା ଘରର ବିଷାକ୍ତ ବାୟୁକୁ ଶୋଷିନେଇ ଘର ଭିତରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଦେଇଥାଏ। ତେଣୁ ପରିବାରରେ ସୁସ୍ଥତା ଆଣିବାରେ ଏହି ଗଛର ଯୋଗଦାନ ବହୁତ। ଏହି ଗଛକୁ ପରିବାରର ସୁଖ ସମୃଦ୍ଧି ବୃଦ୍ଧି କରୁଥିବା ଗଛ ବୋଲି କୁହାଯାଏ। ରୋଷେଇ ଘର ପୋଡ଼ାତେଲ କି ବାଥରୁମ୍‌ରେ ବ୍ୟବହାର ହେଉଥିବା କେମିକାଲକୁ ଶୋଷିନେଇ ବାୟୁକୁ ଶୁଦ୍ଧ କରିବାରେ ଏହି ଗଛର ଭୂମିକା ବହୁତ।

ପାମ୍‌ ଟ୍ରି ପାମ୍‌ ଟ୍ରି ହେଉଛି ସବୁଠୁ ଭଲ ଏୟାରପ୍ୟୁରିଫାୟର ଗଛ ମଧ୍ୟରେ ଅନ୍ୟତମ। ତେବେ ବାସ୍ତୁ ଓ ଫେଙ୍ଗସୁଇ ଅନୁସାରେ ଏହା ସୌଭାଗ୍ୟକୁ ଡାକି ଆଣୁଥିବା ଗଛ ମଧ୍ୟରେ ଅନ୍ୟତମ। ଏହା ଘର ମଧ୍ୟକୁ ସକାରାତ୍ମକ ଶକ୍ତିକୁ ଟାଣିଆଣିବା ସହିତ କାର୍ପେଟ ଆଦିରେ ଥିବା କ୍ଷତିକାରକ ଜୀବାଣୁକୁ ବି ପରିଷ୍କାର କରିଥାଏ।

ଜାଡ଼େ ଏହି ଗଛକୁ ସଫଳତା ଓ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଏହି ଗଛ ଧନ ସହ ସଫଳତାକୁ ଟାଣିଆଣେ ବୋଲି କୁହାଯାଉଥିବାରୁ ଏହାକୁ ଘରର ଦୁଆର ମୁହଁରେ ରଖିଲେ, ଏହା ଗୃହକର୍ତ୍ତାଙ୍କ ପାଇଁ ଖୁବ୍‌ ଶୁଭ ହୋଇଥାଏ। ଅଫିସ ପାଇଁ ମଧ୍ୟ ଏହି ଗଛ ଖୁବ ଶୁଭ। ଏହି ସକୁଲାଣ୍ଟ ପ୍ଲାଣ୍ଟର ପତ୍ରକୁ ଧନ ଓ ସମୃଦ୍ଧିର ପ୍ରତୀକ ବୋଲି ବାସ୍ତୁ ଓ ଫେଙ୍ଗସୁଇରେ ବିଶ୍ୱାସ ରହିଛି।
ସ୍ପାଇଡର ପ୍ଲାଣ୍ଟ ସବୁଠୁ ସହଜରେ ବଢ଼ିପାରୁଥିବା ଇନ୍‌ଡୋର ପ୍ଲାଣ୍ଟ ହେଉଛି ସ୍ପାଇଡର ପ୍ଲାଣ୍ଟ। ଏହା ଘର ଓ ଅଫିସରୁ କାର୍ବନ ମନୋକ୍‌ସାଇଡ ଓ ମିଥେନ୍‌ ଆଦି ଗ୍ୟାସ୍‌ ଦୂର କରି ଘର ଭିତରେ ଶୁଦ୍ଧ ଅକ୍ସିଜେନ ଭରିଦିଏ। ଫେଙ୍ଗସୁଇ ଅନୁସାରେ ଏହା ଘର ଭିତରେ ନକାରାତ୍ମକ ଶକ୍ତିକୁ ଦୂର କରିବା ସହିତ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର କରିଥାଏ। ଏହି ଗଛକୁ ଜ୍ଞାନର ପ୍ରତୀକ ବୋଲି ମଧ୍ୟ କୁହାଯାଏ।

ଆଲୋଭେରା ଆଲୋଭେରା ଗଛ ତା’ର ଔଷଧୀୟ ଗୁଣ ପାଇଁ ବେଶ୍‌ ଜଣାଶୁଣା। ତେବେ ଏହାର ଆଉ ଏକ ପରିଚିତି ହେଲା ଏହା ହେଉଛି ଏକ ଜଣାଶୁଣା ବାସ୍ତୁ ଗଛ। ଯାହା ଘର ଭିତରେ ନକାରାତ୍ମକ ଶକ୍ତିକୁ ବାହାର କରିବା ସହିତ ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରାଇଥାଏ। ତେବେ ବାସ୍ତୁ ଅନୁସାରେ ଏହି ଗଛକୁ ଘରର ପୂର୍ବ କିମ୍ବା ଉତ୍ତରକୋଣରେ ଲଗାଇବା ଆବଶ୍ୟକ।
ପଚିରା ପଚିରାକୁ ପଇସାର ଗଛ ବୋଲି ମଧ୍ୟ କୁହାଯାଏ। ଏହି ଗଛର ପ୍ରତିଟି ଡେମ୍ଫରେ ପାଞ୍ଚଟି ପତ୍ର ରହିଥାଏ ଯାହାକୁ ଅତ୍ୟନ୍ତ ଶୁଭ ବୋଲି ଫେଙ୍ଗସୁଇରେ ବିଶ୍ୱାସ କରାଯାଏ। ଏହି ଗଛକୁ ଘର ଭିତରେ ଦକ୍ଷିଣ-ପୂର୍ବ କୋଣରେ ଲଗାଇଲେ ଆର୍ଥିକ ସମୃଦ୍ଧି ଦିଗରେ ବେଶ୍‌ ସହାୟକ ହୋଇପାରିବ।

କେବଳ ଏତିକି ନୁହେଁ, ଏମିତି ଅନେକ ଗଛ ରହିଛି, ଯାହା ପାଇଁ ଜାଗାର ବି ସମସ୍ୟା ନାହିଁ। କାରଣ ଏସବୁ ହେଉଛି ଇନ୍‌ଡୋର ପ୍ଲାଣ୍ଟ ବା ଘର ଭିତରେ ଲଗାଯାଉଥିବା ଗଛ। ଯାହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଆପଣଙ୍କ ଘର ପାଇଁ ସୁଖ ସମୃଦ୍ଧି ଡାକିଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri