Posted inଫୁରସତ

ସୌଭାଗ୍ୟ ଆଣିପାରେ ଗଛ

ଏମିତି କିଛି ଗଛ ନାହିଁ, ଯାହା ମଣିଷର ଉପକାରରେ ଆସେ ନାହିଁ। ତେବେ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଗଛର ଭିନ୍ନ ଭିନ୍ନ ଉପକାରିତା ଦେଖିବାକୁ ମିଳେ। କିଏ ଖାଦ୍ୟ ରୂପେ ବ୍ୟବହାର ହୁଏ ତ କିଏ ଔଷଧିୟ ଗୁଣରେ ଭରପୂର। କିଏ ପରିବେଶକୁ ସ୍ବଚ୍ଛ ରଖୁଥିବାବେଳେ କିଏ ମାନସିକ ବିଷାଦ ଦୂର କରେ। ତେବେ ଏମିତି ବି କିଛି ଗଛ ଅଛି, ଯିଏ ପରିବେଶକୁ ତ ସ୍ବଚ୍ଛ ରଖେ
ତା’ ସହିତ ଘରର ସୌଭାଗ୍ୟ ମଧ୍ୟ ବୃଦ୍ଧି କରିଥାଏ…

ଏଗ୍ଲୋନେମା ଘରର ସୁଖ ସମୃଦ୍ଧି ବୃଦ୍ଧି କରୁଥିବା ଗଛ ମଧ୍ୟରେ ଆସେ ଏଗ୍ଲୋନେମାର ନଁା। ଯାହାକୁ ଚାଇନିଜ ଏଭରଗ୍ରୀନ୍‌ ମଧ୍ୟ କୁହନ୍ତି। ଏହି ଗଛ ଘର ଭିତରେ ଏବଂ ବାହାରେ, ଯେକୌଣସି ଜାଗାରେ ବଢ଼ିପାରେ। ସୂର୍ଯ୍ୟାଲୋକ ଥାଉ କି ନ ଥାଉ ଏହି ଗଛ ଗୁରୁତ୍ୱ ଦିଏନି। ଏହି ଗଛକୁ ପୁରା ଏସିଆ ମହାଦେଶରେ ସୌଭାଗ୍ୟ ଆଣୁଥିବା ଗଛ ବୋଲି ବିଶ୍ୱାସ କରାଯାଏ। ଏହା ସହିତ ଏହି ଗଛ ଏୟାର ପ୍ୟୁରିଫାୟର ମଧ୍ୟ।

ମନିପ୍ଲାଣ୍ଟ ମନି ପ୍ଲାଣ୍ଟ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆଣୁଥିବା ଗଛ ପାଇଁ ବେଶ୍‌ ଜଣାଶୁଣା। ବାସ୍ତୁ ଓ ଫେଙ୍ଗସୁଇ ଦୃଷ୍ଟିରୁ ଘରର ଆର୍ଥିକ ଉନ୍ନତି ପାଇଁ ମନିପ୍ଲାଣ୍ଟର ବିଶେଷ ଭୂମିକା ରହିଛି। ଏହା ସବୁଠୁ ଭଲ ଏୟାରପ୍ୟୁରିଫାୟାର ପ୍ଲାଣ୍ଟ ହେବା ସହ ଏହା ଘର ଭିତରେ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ ଓ ଅକ୍ସିଜେନର ମାତ୍ରା ବଢ଼ାଇଥାଏ। ବାସ୍ତୁ ଅନୁସାରେ ଏହାକୁ ଘରର ଦକ୍ଷିଣ ପୂର୍ବ ସ୍ଥାନରେ ଲଗାନ୍ତୁ। ଏହା ଘରକୁ ଆସୁଥିବା ବିଭିନ୍ନ ସମସ୍ୟା ଦୂର କରିବା ସହ ସମୃଦ୍ଧି ଆଣିଥାଏ।

ଲକି ବାମ୍ବୋ ଏହି ଗଛ ହେଉଛି ସବୁଠୁ ଅଧିକ ଲୋକପ୍ରିୟ ଇଣ୍ଡୋର ପ୍ଲାଣ୍ଟ। ଏହା ଘର ଭିତରେ ଖୁବ୍‌ କମ୍‌ ଆଲୋକରେ ବଢ଼ିପାରିବା ସହ ପାଣିରେ ବି ବଢିପାରେ। ବାସ୍ତୁ ଓ ଫେଙ୍ଗସୁଇ ଅନୁସାରେ ଏହି ଗଛକୁ ଘର ଓ ଅଫିସରେ ଲଗାଇଲେ ସକାରାତ୍ମକ ଶକ୍ତି ବୃଦ୍ଧି କରିବା ସହ ସମୃଦ୍ଧି ଆଣିଥାଏ। ଏହି ଗଛକୁ ଘରର ଦକ୍ଷିଣ-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇଲେ ଏହା ଧନବୃଦ୍ଧିରେ ସହାୟକ ହୋଇଥାଏ। ଏହା ମଧ୍ୟ ଏୟାରପ୍ୟୁରିଫାୟର ପ୍ଲାଣ୍ଟ।

ପିସ୍‌ ଲିଲି ଏହି ଗଛ ସବୁଠୁ ଭଲ ଏୟାର ପ୍ୟୁରିଫାୟର ବେଡ଼ରୁମ ପ୍ଲାଣ୍ଟ। ଏହି ଗଛ ଘର ଭିତରୁ ନକାରାତ୍ମକ ଶକ୍ତି ଦୂର କରି ସକରାତ୍ମକ ଶକ୍ତି ଆଣିଥାଏ। ପୁଣି କମ୍‌ ଆଲୋକରେ ବଢ଼ି ପାରୁଥିବା ଏହି ଗଛ ମଧ୍ୟ ଏୟାର ପ୍ୟୁରିଫାୟର।

ସ୍ନେକ୍‌ ପ୍ଲାଣ୍ଟ ସ୍ନେକ ପ୍ଲାଣ୍ଟର ଅନ୍ୟ ନାଁ ସନ୍‌ସେଭେରିଆ ଓ ମଦର-ଇନ୍‌-ଲ-ଟଙ୍ଗ୍‌। ଏହାକୁ ଗୁଡ଼ଲକ୍‌ ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହା ଘରର ବିଷାକ୍ତ ବାୟୁକୁ ଶୋଷିନେଇ ଘର ଭିତରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଦେଇଥାଏ। ତେଣୁ ପରିବାରରେ ସୁସ୍ଥତା ଆଣିବାରେ ଏହି ଗଛର ଯୋଗଦାନ ବହୁତ। ଏହି ଗଛକୁ ପରିବାରର ସୁଖ ସମୃଦ୍ଧି ବୃଦ୍ଧି କରୁଥିବା ଗଛ ବୋଲି କୁହାଯାଏ। ରୋଷେଇ ଘର ପୋଡ଼ାତେଲ କି ବାଥରୁମ୍‌ରେ ବ୍ୟବହାର ହେଉଥିବା କେମିକାଲକୁ ଶୋଷିନେଇ ବାୟୁକୁ ଶୁଦ୍ଧ କରିବାରେ ଏହି ଗଛର ଭୂମିକା ବହୁତ।

ପାମ୍‌ ଟ୍ରି ପାମ୍‌ ଟ୍ରି ହେଉଛି ସବୁଠୁ ଭଲ ଏୟାରପ୍ୟୁରିଫାୟର ଗଛ ମଧ୍ୟରେ ଅନ୍ୟତମ। ତେବେ ବାସ୍ତୁ ଓ ଫେଙ୍ଗସୁଇ ଅନୁସାରେ ଏହା ସୌଭାଗ୍ୟକୁ ଡାକି ଆଣୁଥିବା ଗଛ ମଧ୍ୟରେ ଅନ୍ୟତମ। ଏହା ଘର ମଧ୍ୟକୁ ସକାରାତ୍ମକ ଶକ୍ତିକୁ ଟାଣିଆଣିବା ସହିତ କାର୍ପେଟ ଆଦିରେ ଥିବା କ୍ଷତିକାରକ ଜୀବାଣୁକୁ ବି ପରିଷ୍କାର କରିଥାଏ।

ଜାଡ଼େ ଏହି ଗଛକୁ ସଫଳତା ଓ ସମୃଦ୍ଧିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ଏହି ଗଛ ଧନ ସହ ସଫଳତାକୁ ଟାଣିଆଣେ ବୋଲି କୁହାଯାଉଥିବାରୁ ଏହାକୁ ଘରର ଦୁଆର ମୁହଁରେ ରଖିଲେ, ଏହା ଗୃହକର୍ତ୍ତାଙ୍କ ପାଇଁ ଖୁବ୍‌ ଶୁଭ ହୋଇଥାଏ। ଅଫିସ ପାଇଁ ମଧ୍ୟ ଏହି ଗଛ ଖୁବ ଶୁଭ। ଏହି ସକୁଲାଣ୍ଟ ପ୍ଲାଣ୍ଟର ପତ୍ରକୁ ଧନ ଓ ସମୃଦ୍ଧିର ପ୍ରତୀକ ବୋଲି ବାସ୍ତୁ ଓ ଫେଙ୍ଗସୁଇରେ ବିଶ୍ୱାସ ରହିଛି।
ସ୍ପାଇଡର ପ୍ଲାଣ୍ଟ ସବୁଠୁ ସହଜରେ ବଢ଼ିପାରୁଥିବା ଇନ୍‌ଡୋର ପ୍ଲାଣ୍ଟ ହେଉଛି ସ୍ପାଇଡର ପ୍ଲାଣ୍ଟ। ଏହା ଘର ଓ ଅଫିସରୁ କାର୍ବନ ମନୋକ୍‌ସାଇଡ ଓ ମିଥେନ୍‌ ଆଦି ଗ୍ୟାସ୍‌ ଦୂର କରି ଘର ଭିତରେ ଶୁଦ୍ଧ ଅକ୍ସିଜେନ ଭରିଦିଏ। ଫେଙ୍ଗସୁଇ ଅନୁସାରେ ଏହା ଘର ଭିତରେ ନକାରାତ୍ମକ ଶକ୍ତିକୁ ଦୂର କରିବା ସହିତ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ଦୂର କରିଥାଏ। ଏହି ଗଛକୁ ଜ୍ଞାନର ପ୍ରତୀକ ବୋଲି ମଧ୍ୟ କୁହାଯାଏ।

ଆଲୋଭେରା ଆଲୋଭେରା ଗଛ ତା’ର ଔଷଧୀୟ ଗୁଣ ପାଇଁ ବେଶ୍‌ ଜଣାଶୁଣା। ତେବେ ଏହାର ଆଉ ଏକ ପରିଚିତି ହେଲା ଏହା ହେଉଛି ଏକ ଜଣାଶୁଣା ବାସ୍ତୁ ଗଛ। ଯାହା ଘର ଭିତରେ ନକାରାତ୍ମକ ଶକ୍ତିକୁ ବାହାର କରିବା ସହିତ ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରାଇଥାଏ। ତେବେ ବାସ୍ତୁ ଅନୁସାରେ ଏହି ଗଛକୁ ଘରର ପୂର୍ବ କିମ୍ବା ଉତ୍ତରକୋଣରେ ଲଗାଇବା ଆବଶ୍ୟକ।
ପଚିରା ପଚିରାକୁ ପଇସାର ଗଛ ବୋଲି ମଧ୍ୟ କୁହାଯାଏ। ଏହି ଗଛର ପ୍ରତିଟି ଡେମ୍ଫରେ ପାଞ୍ଚଟି ପତ୍ର ରହିଥାଏ ଯାହାକୁ ଅତ୍ୟନ୍ତ ଶୁଭ ବୋଲି ଫେଙ୍ଗସୁଇରେ ବିଶ୍ୱାସ କରାଯାଏ। ଏହି ଗଛକୁ ଘର ଭିତରେ ଦକ୍ଷିଣ-ପୂର୍ବ କୋଣରେ ଲଗାଇଲେ ଆର୍ଥିକ ସମୃଦ୍ଧି ଦିଗରେ ବେଶ୍‌ ସହାୟକ ହୋଇପାରିବ।

କେବଳ ଏତିକି ନୁହେଁ, ଏମିତି ଅନେକ ଗଛ ରହିଛି, ଯାହା ପାଇଁ ଜାଗାର ବି ସମସ୍ୟା ନାହିଁ। କାରଣ ଏସବୁ ହେଉଛି ଇନ୍‌ଡୋର ପ୍ଲାଣ୍ଟ ବା ଘର ଭିତରେ ଲଗାଯାଉଥିବା ଗଛ। ଯାହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଆପଣଙ୍କ ଘର ପାଇଁ ସୁଖ ସମୃଦ୍ଧି ଡାକିଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri