Categories: ଜାତୀୟ

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପିଏଚଡି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୯ରେ…

ଅଯୋଧ୍ୟା,୨୩।୮: ଉତ୍ତରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ପରେ ସୋମବାର ତାଙ୍କର ଶେଷ ରୀତିନୀତି ଅଲିଗଡର ଅତରୋଲିରେ ଅନୁଷ୍ଠିତ ହେବ। ତାଙ୍କ ମୃତ୍ୟୁରେ ରାଜ୍ୟରେ ତିନି ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି। କଲ୍ୟାଣ ସିଂଙ୍କ ମୃତ୍ୟୁ ଯୋଗୁ ଅଗଷ୍ଟ ୨୩ରେ ହେବାକୁ ଥିବା ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପିଏଚଡି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ୨୯ ଅଗଷ୍ଟରେ ପୂର୍ବାହ୍ନ ୧୧ଟାରୁ ୧୨ଟା ୩୦ ଏବଂ ଅପରାହ୍ନ ୩ଟା ରୁ ୪ଟା ୩୦ ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ନୂତନ ବାଣିଜ୍ୟ ବ୍ଲକ ଏବଂ ପିଜି ବ୍ଲକକୁ ପରୀକ୍ଷା କେନ୍ଦ୍ର ଭାବେ ପରିଣତ କରାଯାଇଛି। ପିଏଚଡି ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୧୯୦୦ ପ୍ରାର୍ଥୀ ପଞ୍ଜିକରଣ କରିଛନ୍ତି।

Share