Categories: ଖେଳ

ଆଇପିଏଲ୍‌ ପ୍ରସ୍ତୁତି ଆରମ୍ଭ କଲା ଲକ୍ଷ୍ନୌ ଟିମ୍‌, ଗମ୍ଭୀରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୨୫।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଦ୍ୱିତୀୟ ସିଜନ ଖେଳିବାକୁ ଯାଉଛି ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌। ଏହାକୁ ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଫ୍ରାଞ୍ଚାଇଜ୍‌ର ଟୁଇଟର ହ୍ୟାଣ୍ଡେଲରୁ ଏକ ଫଟୋ ଶେୟାର କରାଯାଇଛି। ଫଟୋରେ ଦଳର ପରାମର୍ଶଦାତା(ମେଣ୍ଟର) ଗୌତମ ଗମ୍ଭୀର, ଅଲରାଉଣ୍ଡର ଦୀପକ ହୁଡା ଏବଂ ଯୁବ ବ୍ୟାଟ୍ସମ୍ୟାନ୍‌ ଆୟୁଷ ବାଡାଉନି ନଜର ଆସିଛନ୍ତି। ଭାରତୀୟ କ୍ରିକେଟର ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତ ଗୋଟିଏ ଫ୍ରେମରେ ଥିବା କ୍ୟାପ୍‌ଶନରେ ଲେଖାଅଛି।

ତେବେ ଲକ୍ଷ୍ନୌ ଟିମ୍‌ କେଏଲ୍‌ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ହେଲେ ଏବେ ସେ ଫର୍ମରେ ନ ଥିବାରୁ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ନେଇ ସେ ମଧ୍ୟ ଜାତୀୟ ଟିମ୍‌ରୁ ବାଦ୍‌ ପଡ଼ିପାରନ୍ତି ବୋଲି କୁହାଯାଉଛି। ତାଙ୍କ ସ୍ଥାନରେ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ରେ ଶୁଭମନ ଗିଲଙ୍କୁ ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି।

କହିରଖୁଛୁ, ଆଗାମୀ ଆଇପିଏଲ୍‌-୧୬ରେ ଲକ୍ଷ୍ନୌ ଏପ୍ରିଲ ୧ରେ ଦିଲ୍ଲୀ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଦଳ ପ୍ରଥମ ମ୍ୟାଚ୍‌ ଲକ୍ଷ୍ନୌରେ ଖେଳିବାକୁ ଥିବା ବେଳେ ଅନ୍ତିମ ମୁକାବିଲା ମେ’ ୨୦ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ କୋଲକାତାରେ ଖେଳିବ।

Share