ପଞ୍ଚମ ପରାଜୟ ପରେ ରିଷଭ ପନ୍ତଙ୍କ ସହ ଏମିତି କାମ କଲେ ଲକ୍ଷ୍ନୌ ମାଲିକ ସଞ୍ଜୟ ଗୋଏଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୩।୪: IPL 2026 ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପରାଜୟ ବରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମୋଟ ୧୫୯ ରନ କରିଥିଲା। ଜବାବରେ ସମଗ୍ର LSG ଦଳ ମାତ୍ର ୧୧୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା ମ୍ୟାଚ୍‌ ପରେ ରିଷଭ ପନ୍ତଙ୍କୁ ପରାଜୟର କାରଣ ପଚରାଯିବାରୁ ସେ କହିଥିଲେ,ମୋ ପାଖରେ ଏହାର ଉତ୍ତର ନାହିଁ। ସେ ପରାଜୟ ପାଇଁ ମୁଖ୍ୟତଃ ଖରାପ ବ୍ୟାଟିଂକୁ ଦାୟୀ କରିଥିଲେ। ମ୍ୟାଚ୍‌ର କିଛି ସମୟ ପରେ ସଞ୍ଜିବ ଗୋଏଙ୍କାଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ସଞ୍ଜିବ ଗୋଏଙ୍କା କ୍ରିକେଟ ପ୍ରତି ଗଭୀର ଭାବପ୍ରବଣ ଦେଖାଯାଉଛନ୍ତି। ବିଜୟ ପରେ ତାଙ୍କ ଆଖିରେ ଲୁହ ଦେଖାଯାଇଥିବାବେଳେ, ପରାଜୟର ନିରାଶା ତାଙ୍କ ମୁହଁରେ ସ୍ପଷ୍ଟ ଥିଲା।

କିନ୍ତୁ ପରାଜୟ ପରେ ରିଷଭ ପନ୍ତ ସଞ୍ଜିବ ଗୋଏଙ୍କାକୁ ଆଲିଙ୍ଗନ କରିଥିଲେ। ଏହି ମୁହୂର୍ତ୍ତରେ ଗୋଏଙ୍କାଙ୍କ ମୁହଁରେ ଏକ ହସ ଖେଳିଯାଇଥିଲା

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧାରଣା ସୃଷ୍ଟି ହୋଇଛି ଯେ, ସଞ୍ଜିବ ଗୋଏଙ୍କା ବେଶ୍‌ ରାଗି। ୨୦୨୪ରେ କେଏଲ ରାହୁଲ ଏବଂ ଗତ ବର୍ଷ ରିଷଭ ପନ୍ତଙ୍କ ସହ ଜଡିତ କିଛି ଘଟଣା ଯୋଗୁ ଏପରି ପ୍ରଶ୍ନ ଉଠାଯାଇଥିଲା। କିନ୍ତୁ ବୁଧବାର ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା।

 

Dharitri – Odisha’s No.1 Odia Daily

 

Share