Categories: ଜାତୀୟ

ଏମ୍‌ପିଙ୍କ ଘରେ ହାଇଭୋଲଟେଜ୍‌ ଡ୍ରାମା: ହାତ କାଟିଲେ ବୋହୂ

ଲକ୍ଷ୍ନୌ,୧୫।୩: ଭାଜପା ଏମ୍‌ପି କୌଶଳ କୁମାରଙ୍କ ପରିବାରରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଛି। ଏବେ ତାଙ୍କ ବୋହୂ ଶାଶୁ ଘର ଆଗରେ ନିଜ ହାତ କାଟିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି। ଏହାପୂର୍ବରୁ କୌଶଲ କିଶୋରଙ୍କ ପୁଅ ଆୟୁଷ ନିଜ ଉପରକୁ ଗୁଳି ଚଳାଇଥିଲେ। ଆଉ ଏକ ଭିଡିଓ ଜାରି କରି କହିଥିଲେ ତାଙ୍କ ସ୍ତ୍ରୀ ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛି। ଆୟୁଷ ଏଭଳି ଅଭିଯୋଗ ଆଣିବା ପୂର୍ବରୁ ତାଙ୍କ ସ୍ତ୍ରୀ ଅଙ୍କିତା ଆୟୁଷ ଏବଂ ତାଙ୍କ ପରିବାର ଲୋକଙ୍କ ନାର୍କୋ ଟେଷ୍ଟ କରାଇବାକୁ ଦାବି କରିଥିଲେ।
ଆୟୁଷ ମଧ୍ୟ ପୂର୍ବରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବାରୁ ପୋଲିସ ଏହାକୁ ନେଇ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି। ଜେରା ପାଇଁ ପୋଲିସ ତାଙ୍କୁ ସମନ କରିଥିଲା। ଏହାପରେ ରବିବାର ସେ ଥାନାରେ ପହଞ୍ଚିଥିଲେ। ପୂର୍ବରୁ କିନ୍ତୁ ଆୟୁଷ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ପରେ ସେ ଥାନାରେ ହାଜର ହୋଇଥିଲେ।
କିଛି ଦିନ ପୂର୍ବରୁ ଆୟୁଷ ଭିଡିଓ ଜାରିଙ୍କ କରି ସ୍ତ୍ରୀ ଅଙ୍କିତାଙ୍କ ନାଁରେ ଗମ୍ଭୀର ଆରୋପ ଲଗାଇଥିଲେ। ଅଙ୍କିତା ତାଙ୍କୁ ଫସାଇ ଦେଇଥିବା ସେ ଅଭିଯୋଗ କରିଥିଲେ। ଏବେ ଅଙ୍କିତା ମଧ୍ୟ ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଅଙ୍କିତା ଦୁଇଟି ଭିଡିଓ ରିଲିଜ କରି ଆୟୁଷଙ୍କ ସହ ଥିବା ସମ୍ପର୍କର ସମ୍ପୂର୍ଣ୍ଣ ସତ୍ୟତା ପ୍ରକାଶ କରିଥିଲେ। ଏଥିରେ ସେ ଆୟୁଷଙ୍କୁ ଗୁରୁତର ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଭାଇରାଲ ହୋଇଛି। ଗୋଟିଏ ଭିଡିଓ ପ୍ରାୟ ୫ ମିନିଟ ଏବଂ ଅନ୍ୟଟି ହେଉଛି ୩ ମିନିଟର ରହିଛି।

Share