Categories: ଜାତୀୟ

ବିବାଦ ମଧ୍ୟରେ କେଜରିଓ୍ବାଲ-ଏଲଜି କ୍ୟାମ୍ପସ ୧ର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ,୮।୬: ଦିଲ୍ଲୀର କେଜରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାହ ବଢିବାରେ ଲାଗିଛି। ହେଲେ ଏବେ ମିଳିଥିବା ତାଜା ଖବର ଅନୁଯାୟୀ, ଆଇପି ୟୁନିଭର୍ସିଟିର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉଭୟ ମିଶି ଉଦଘାଟନ କରିଛନ୍ତି।
ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପରାଜ୍ୟପାଳ ଭିକେ ସାକ୍ସେନା ଗୁରୁବାର ସୁରଜମଲ ବିହାର ସ୍ଥିତ ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ତ ବିଶ୍ୱ ବିଦ୍ୟାଳୟର ପୂର୍ବ କ୍ୟାମ୍ପସର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତିଶି ବି ଉପସ୍ଥିତ ଥିଲେ।

Share