Categories: ଜାତୀୟ

ଉପରାଜ୍ୟପାଳ ପ୍ରଧାନଶିକ୍ଷକ ନୁହଁନ୍ତି, ଯିଏ ହୋମୱାର୍କ ଚେକ୍‌ କରିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ସାକ୍ସେନା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ସୋମବାର କହିଛନ୍ତି ଯେ, ଉପରାଜ୍ୟପାଳ ଆମର ପ୍ରଧାନ ଶିକ୍ଷକ ନୁହଁନ୍ତି, ଯିଏ ଆମର ହୋମୱାର୍କ ଚେକ୍‌ କରିବେ। ସେ କେବଳ ଆମ ପ୍ରସ୍ତାବ ଉପରେ ହଁ କିମ୍ବା ନା କହିବେ।
ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟି (ଏଏପି)ର ବିଧାୟକମାନେ ସୋମବାର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରଥିଲେ।

Share