ଟସ୍‌ ଜିତିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ

କୋଲକତା,୨୫।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ଏଲିମିନେଟର ମ୍ୟାଚ୍‌ ଆଜି କୋଲକାତାର ଇଡେନ ଗାର୍ଡେନ୍ସରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବର୍ଷା ଯୋଗୁ ବିଳମ୍ବରେ ଟସ୍‌ ପଡିଥିଲା।
ଆଜିର ମ୍ୟାଚରେ ଯେଉଁ ଦଳ ଜିତିବ ଶୁକ୍ରବାର ରାଜସ୍ଥାନ ରୟାଲ୍ସକୁ ଭେଟିବ। ଲକ୍ଷ୍ନୌ ବିପକ୍ଷ ଆଜିର ମ୍ୟାଚରେ ଆରସିବି ପୁଣିଥରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ନିର୍ଭର କରିବ। କୋହଲିଙ୍କ ବ୍ୟତୀତ ଅଧିନାୟକ ଫାଫ ଡୁ ପ୍ଲେସିସ ଏବଂ ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ବ୍ୟାଟ ସହିତ ଆରସିବି ପାଇଁ ଚମତ୍କାର କରିବେ ବୋଲି ଆଶା କରାଯାଉଛି। ଏଥି ସହିତ, ଦୀନେଶ କାର୍ତ୍ତିକ ମଧ୍ୟ କ୍ରମରେ ଚଳିତ ସିଜନରେ ଅନେକ ମ୍ୟାଚରେ ଆରସିବିକୁ ବିଜୟୀ କରାଇଛନ୍ତି।
ସେହିପରି ଲକ୍ଷ୍ନୌ ଅଧିନାୟକ କେ.ଏଲ ରାହୁଲ, କ୍ୱିଣ୍ଟନ ଡି କକ ଏବଂ ଦୀପକ ଭଲ ଫର୍ମରେ ଅଛନ୍ତି। ଏଥି ସହିତ, ମଧ୍ୟକ୍ରମ ଇଭିନ ଲୁଇସ, ମାର୍କସ ଷ୍ଟୋଇନିସଙ୍କ ଉପରେ ନିର୍ଭର କରିବ ଦଳ।

Share