Odisha Elections 2024
Posted inଖେଳ

କେ.ଏଲ ରାହୁଲଙ୍କ ଉପରେ ରାଗି ଉଠିଲେ LSG ମାଲିକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ,୯।୫: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚରେ ଲକ୍ଷ୍ନୌ ଟିମ୍‌କୁ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ମ୍ୟାଚ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମାଲିକ ସଞ୍ଜୀବ ଗୋଏଙ୍କା ଦଳର ଅଧିନାୟକ କେ.ଏଲ ରାହୁଲଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଉଛି । ତେବେ ଦଳ ହାରିବା ପରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ହେଉଥିବାର ଭିଡିଓ ାଇରାଲ ହୋଇଛି।

ମ୍ୟାଚ ହାରିଯିବା ପରେ (LSG) ଅଧିନାୟକ କେ.ଏଲ ରାହୁଲ ପାଭିଲିୟନ ଆଡକୁ ଫେରୁଥିଲେ। ଏହି ସମୟରେ ସଞ୍ଜୀବ ଗୋଏଙ୍କାଙ୍କୁ ଦେଖି ସେ ତାଙ୍କ ସହ କଥା ହେବା ପାଇଁ ଅଟକି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପର ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସଞ୍ଜୀବ ଗୋଏଙ୍କା ରାଗି ଯାଇ କେଏଲଙ୍କୁ କିଛି କହୁଥିବାର ଦେଖାଯାଇଛି। ଏହି ବାର୍ତ୍ତାଳାପରେ ଗୋଏଙ୍କା କିଛି କହୁଛନ୍ତି। ଏହାପରେ କ୍ୟାପଟେନ ରାହୁଲ କିଛି କହିବାକୁ ଚେଷ୍ଟା କରନ୍ତି, କିନ୍ତୁ ଗୋଏଙ୍କା ତାଙ୍କୁ ଅଣଦେଖା କରି ଚାଲି ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବି ଫାଇନାଲ୍‌ ଯିବା ନିଶ୍ଚିତ! ଏହି ରେକର୍ଡ କହୁଛି ସବୁକିଛି

ନୂଆଦିଲ୍ଲୀ,୨୦।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୋଟିଏ ପ୍ରତିଶତ ଆଶାକୁ ୧୦୦ ପ୍ରତିଶତରେ ପରିଣତ କରି ଆଇପିଏଲ ୨୦୨୪ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛି।...

ଧୋନୀଙ୍କ ଅବସରକୁ ନେଇ ଆସିଲା ବଡ଼ ଅପଡେଟ୍‌: ଜାଣନ୍ତୁ କେବେ ସିଏସ୍‌କେକୁ କହିବେ ବାଏ ବାଏ

ଚେନ୍ନାଇ,୨୦।୫: ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନୀ ସବୁଠାରୁ ସଫଳ ଅଧିନାୟକ। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ମୋଟ ପାଞ୍ଚଟି ଆଇପିଏଲ ଟ୍ରଫି ଜିତିଛି। କିନ୍ତୁ ଏହି...

ଆଇପିଏଲରୁ ବାହାରିଲେ ଧୋନି, ମନଦୁଃଖରେ ଫେରିଲେ ରାଞ୍ଚି

ନୂଆଦିଲ୍ଲୀ,୨୦।୫: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ଶେଷ ଲିଗ ମ୍ୟାଚରେ...

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri