Categories: ଜାତୀୟ

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୭: ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଶାସ୍ତା ହୋଇଛି ଗ୍ୟାସ ସିଲିଣ୍ଡର ଦାମ । ଇଣ୍ଡିଆନ ଅଏଲ କର୍ପୋରେଶନ ବା ଆଇଓସିର େଓବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୯୮ ଟଙ୍କା ଶସ୍ତା ହୋଇଛି । ଏବେ ଏହାର ଲାଭ ଜନତାଙ୍କୁ ମିଳିବ ।
ରାଜଧାନୀ ଦିଲ୍ଲୀରେ ଆଜିଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୯ କିଲୋଗ୍ରାମରେ ୧୯୮ ଟଙ୍କା ଶସ୍ତା ହୋଇଛି । ମୁମ୍ବାଇରେ ଏହାର ଦାମ ୧୯୦ଟଙ୍କା ୫୦ ପଇସା, କୋଲକାତାରେ ଏହାର ଦାମ ୧୮୨ ଟଙ୍କା ଶସ୍ତା ହୋଇଥିବା ବେଳେ ଚେନ୍ନାଇରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୧୮୭ ଟଙ୍କା ଶସ୍ତା ହୋଇଛି । ତେବେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Share