Categories: ଜାତୀୟ

କମିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧ ।୮: ଏଲପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । କମର୍ସିଆଲ(୧୯ କିଲୋଗ୍ରାମ) ଏଲପିଜିର ଦାମ କମ ହୋଇଛି । ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସି) କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ ୩୬ ଟଙ୍କା କମ କରିଛନ୍ତି । ଏହାଫଳରେ ଏବେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଫିଲିଂ ସିଲିଣ୍ଡରର ଦାମ ୧୯୭୬ଟଙ୍କା ୫୦ ପଇସା ହୋଇଯାଇଛି । ପୂର୍ବରୁ ଏହା ୨୦୧୨ଟଙ୍କା ୫୦ ପଇସା ଥିଲା । ସେହିଭଳି କୋଲକତାରେ ଏବେ ଏହା ୨୦୯୫ଟଙ୍କା ୫୦ ପଇସାରେ ମିଳିବ । ପୂର୍ବରୁ ଏହା ୨୧୩୨ ଟଙ୍କା ଥିଲା ।

ସିଲିଣ୍ଡର ପିଛା ୩୬ ଟଙ୍କା କମ ହେବାପରେ ଚେନ୍ନାଇରେ ଏବେ ଏହାର ଦାମ ୨୧୪୧ଟଙ୍କା ହୋଇଛି । ପୂର୍ବରୁ ଏହା ୨୧୭୭ ଟଙ୍କା ୫୦ ପଇସା ଥିଲା । ସେହିପରି ମୁମ୍ବାଇରେ ଏବେ କମର୍ସିଆଲ ସିଲିଣ୍ଡର ଦାମ ୧୯୩୬ ଟଙ୍କା ୫୦ ପଇସା ହୋଇଛି ପୂର୍ବରୁ ଏହା ୧୯୭୭ଟଙ୍କା ୫୦ ପଇସା ଥିଲା । ତେବେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Share