ସିଲିଣ୍ଡର ପିଛା ୧ ଟଙ୍କା ବଢ଼ିଲା ଏଲ୍‌ପିଜି

ଭୁବନେଶ୍ୱର,୨।୭(ବ୍ୟୁରୋ): କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଏହି ସମୟରେ ଲଗାତର ଦରଦାମ ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦର ବଢିବା ପରେ ୨ ଦିନ ହେବ ଏଥିରେ ବିରତି ଲାଗିଛି। ହେଲେ ବୁଧବାର ଏଲ୍‌ପିଜି ଓ ବିମାନ ଇନ୍ଧନ ବୃଦ୍ଧି ହୋଇଥିବା ଜଣାପଡିଛି। ବୁଧବାର ଅଣସବ୍‌ସିଡି ଗ୍ୟାସ୍‌ ଦର ମଧ୍ୟ ୧ଟଙ୍କା ବୃଦ୍ଧି ପାଇଛି। ଗୋଟିଏ ମାସ ମଧ୍ୟରେ ଅଣସବସିଡି ଗ୍ୟାସ ଦର ୨ୟ ଥର ବଢିଛି। ଏହି ସମୟରେ ଭୁବନେଶ୍ୱରରେ ଗ୍ୟାସ୍‌ ଦର ୨.୫୦ ଟଙ୍କା ବଢିଥିବା ଜଣାପଡିଛି। ଲୋକମାନେ ପୂର୍ବରୁ ଏଥି ଲାଗି ୬୧୯ ଟଙ୍କା ଦେଉଥିବା ବେଳେ ଏହା ବର୍ତ୍ତମାନ ୬୨୧.୫୦ ଟଙ୍କାରେ ପହଞ୍ଚତ୍ଛି। ରାଜ୍ୟ ସରକାରଗୁଡିକ ଦ୍ୱାରା ଲାଗୁ କରାଯାଉଥିବା ସେଲ୍‌ସ ଟ୍ୟାକ୍ସ ଓ ଭାଟ୍‌ କାରଣରୁ ବିଭିନ୍ନ ସ୍ଥାନରେ ଦରରେ ଭିନ୍ନତା ରହୁଥିବା ଜଣାପଡିଛି। ଦେଶର ପ୍ରମୁଖ ୪ ମେଟ୍ରୋ ସହର କଥା ବିଚାରକୁ ନେଲେ ଦିଲ୍ଲୀରେ ଗ୍ୟାସ ଦର ୫୯୩ ଟଙ୍କାରୁ ବୃଦ୍ଧି ପାଇ ୫୯୪ଟଙ୍କାରେ ପହଞ୍ଚତ୍ଛି। ସେହିଭଳି କୋଲକାତାରେ ୬୧୬ ଟଙ୍କାରୁ ୬୨୦.୫୦ଟଙ୍କା, ମୁମ୍ବାଇରେ ୫୯୦.୫୦ଟଙ୍କାରୁ ୫୯୪ଟଙ୍କା ଏବଂ ଚେନ୍ନାଇରେ ୬୦୬.୫୦ଟଙ୍କାରୁ ବଢି ୬୧୦.୫୦ଟଙ୍କାକୁ ଛୁଇଁଛି। ସେହିଭଳି ବିମାନ ଇନ୍ଧନ ଦରରେ ପ୍ରାୟ ୭.୫% ବୃଦ୍ଧି ଘଟିଛି। ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ, ୧ଜୁଲାଇରେ ବିମାନ ଇନ୍ଧନ ଦର କିଲୋଲିଟର ପିଛା ପ୍ରାୟ ୨୯୨୨.୯୪ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ଦିଲ୍ଲୀରେ ବର୍ତ୍ତମାନ କିଲୋଲିଟର ପିଛା ଦର ୪୧,୯୯୨.୮୧ଟଙ୍କା ରହିଛି। ଗତ ୧ ମାସ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ବିମାନ ଇନ୍ଧନ ଦର ବଢିଛି। ଏହା ପୂର୍ବରୁ ବିମାନ ଇନ୍ଧନ ଦର ଜୁନ ପହିଲାରେ ପ୍ରଥମ ଥର ୫୬.୬%(୧୨,୧୨୬.୭୫ଟଙ୍କା), ଜୁନ ୧୬ରେ ୧୬.୩% (୫,୪୯୪.୫ ଟଙ୍କା) କିଲୋଲିଟର ପିଛା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri