୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର କିଣିବାକୁ ପଡ଼ିପାରେ, ଯାହା ଫଳରେ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ପଡ଼ିପାରେ । ଧାର୍ଯ୍ୟ ତାରିଖ ଶେଷ ହେବା ପରେ LPG ସିଲିଣ୍ଡର ପାଇବାରେ ଅସୁବିଧା ହୋଇପାରେ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ସରକାରୀ ସବସିଡି ପାଇବାରେ ବାଧାପ୍ରାପ୍ତ ହୋଇପାରନ୍ତି ।

ଅଗଷ୍ଟ ମାସର ଆରମ୍ଭ ଏଲପିଜି ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଥିଲା। ତେଲ ବିପଣନ କମ୍ପାନୀଗୁଡ଼ିକ ଅଗଷ୍ଟ ୧, ୨୦୨୬ ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟକୁ ଯଥେଷ୍ଟ ହ୍ରାସ କରି ଆଶ୍ୱସ୍ତି ପ୍ରଦାନ କରିଥିଲେ। ତଥାପି, ଘରୋଇ ଗ୍ୟାସ ସିଲିଣ୍ଡର (୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡର) ମୂଲ୍ୟ ଅପରିବର୍ତ୍ତିତ ରହିଛି। ଏହା ସହିତ, କମ୍ପାନୀଗୁଡ଼ିକ ଏକ ସତର୍କତା ଜାରି କରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ସେମାନଙ୍କର ଇ-କେୱାଇସି ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ଘରୋଇ ଏଲପିଜି ଗ୍ରାହକମାନଙ୍କୁ ଅଗଷ୍ଟ ୧୬ ସୁଦ୍ଧା ଆଧାର-ଆଧାରିତ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବାକୁ ପଡିବ। ସାର୍ବଜନୀନ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ଏସଏମଏସ୍ ଆଲର୍ଟ ପଠାଇବା ଆରମ୍ଭ କରିଛନ୍ତି । ଯାହା ଚେତାବନୀ ଦେଇଥାଏ ଯେ ଏହି ସମୟସୀମା ପୂରଣ ନହେଲେ ଅଧିସୂଚିତ ଘରୋଇ ଦରରେ ଏଲପିଜି ସିଲିଣ୍ଡର କିଣିବାରେ ଅସୁବିଧା ହୋଇପାରେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ର ହିତାଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏଲପିଜି ଇ-କେୱାଇସି ସମାପ୍ତ କରିବାକୁ ପଡିବ।

 

Dharitri – Odisha’s No.1 Odia Daily