Categories: ଜାତୀୟ

ମହଙ୍ଗା ମାଡ: ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୭ ।୫: ପୁଣିଥରେ ରୋଷେଇ ଘରେ ହୋଇଛି ମଡଙ୍ଗା ମାଡ। ଘରୋଇ ଏଲପିଜି ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି ହୋଇଛି। ୧୪.୨ କିଲୋ ଘରୋଇ ରୋଷେଇ ଗ୍ୟାସର ଦାମ ୫୦ଟଙ୍କା ବୃଦ୍ଧି ହେବା ଫଳରେ ଏବେ ଗୋଟିଏ ସିଲିଣ୍ଡରର ଦାମ ୯୯୯.୫୦ଟଙ୍କା ହୋଇଛି। ବର୍ଦ୍ଧିତ ଦାମ ଶନିବାରଠାରୁ ସାରା ଦେଶରେ ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂବରୁ ମାର୍ଚ୍ଚ ୨୨ରେ ଘରୋଇ ରୋଷଇ ଗ୍ୟାସ ସିଲିଣ୍ଡରର ଦାମ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋ ସିଲିଣ୍ଡରର ଦାମ ୯୪୯.୫୦ ହୋଇଥିଲା। ଏବେ ପୁଣିଥରେ ଦାମ ବଢିଯିବାରୁ ଏବେ ଦିଲ୍ଲୀରେ ଏହି ସିଲିଣ୍ଡରର ଦାମ ୯୯୯.୫୦ ଟଙ୍କାରେ ପହଞ୍ଚିଛି।

Share