Categories: ଜାତୀୟ

ପୁଣି ମହଙ୍ଗା ମାଡ: ବଢିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧୮।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଜୁଲାଇ ମାସରେ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫.୫୦ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ରହିଛି ୮୫୯.୫୦ ଟଙ୍କା ଥିବାବେଳେ ମୁମ୍ବାଇରେ ଏକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୫୯.୫୦ ଟଙ୍କା, କୋଲକାତାରେ ୮୮୬ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୮୭୫.୫୦ଟଙ୍କା ରହିଛି।

Share