ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼: ଏକାଥରେ ଏତେ ଟଙ୍କା ବଢିଗଲା ଏଲପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ, ୧୧।୧୧: ପଡ଼ୋଶୀ ଦେଶ ପାକିସ୍ତାନ ପରେ ଏବେ ବାଂଲାଦେଶରେ ମଧ୍ୟ ରୋଷେଇ ଗ୍ୟାସ (LPG) ଦର ଆକାଶଛୁଆଁ ହୋଇଛି। ଉଭୟ ଦେଶରେ ଗ୍ୟାସ ସଙ୍କଟ ଓ କ୍ରମାଗତ ଦରବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ବାଂଲାଦେଶରେ ମାତ୍ର ଗତ ଦୁଇ ମାସ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ରେ ୪୭୫ ଟାକା (ଭାରତୀୟ ମୁଦ୍ରାରେ ପ୍ରାୟ ୩୭୫ ଟଙ୍କା) ବୃଦ୍ଧି ହୋଇଛି। ଫଳରେ ୧୨ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦାମ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୧,୫୫୩ ଟଙ୍କାରେ ପହଞ୍ଚିଛି।

ଅନ୍ୟପଟେ ପାକିସ୍ତାନରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ମାତ୍ର କିଛି ଦିନ ମଧ୍ୟରେ ସେଠାରେ ୧୨ କିଲୋଗ୍ରାମର ସିଲିଣ୍ଡର ଦାମ ୪,୫୦୦ ପାକିସ୍ତାନୀ ଟଙ୍କାରୁ ବୃଦ୍ଧି ପାଇ ଲାହୋରରେ ପ୍ରାୟ ୭,୫୦୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି।

ବାଂଲାଦେଶୀ ଖବରକାଗଜର ରିପୋର୍ଟ ଅନୁସାରେ, ମହଙ୍ଗା ଦର ଓ ଯୋଗାଣରେ ଅଭାବ ଯୋଗୁ ଲୋକଙ୍କ ପାଇଁ ଗ୍ୟାସ ସିଲିଣ୍ଡର କିଣିବା କଷ୍ଟକର ହୋଇପଡ଼ିଛି। ସରକାର ନିର୍ଦ୍ଧାରଣ କରିଥିବା ଦର ସତ୍ତ୍ୱେ ଖୋଲା ବଜାରରେ କଳାବଜାରୀ ବଢ଼ିବାରେ ଲାଗିଛି।

ବାଂଲାଦେଶ ଏନର୍ଜି ରେଗୁଲେଟରି କମିଶନ (BERC) ନଭେମ୍ବର ୨୦୨୬ ପାଇଁ ୧୨ କିଲୋଗ୍ରାମର ଏଲ୍ପିଜି ସିଲିଣ୍ଡର ଦାମ ୨୨୩ ବୃଦ୍ଧି କରି ୨,୦୬୦ ଧାର୍ଯ୍ୟ କରିଛି। ଏହା ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ଦାମରେ ୨୫୨ ଟଙ୍କା ବୃଦ୍ଧି ହୋଇଥିଲା।

ତେବେ ସରକାରୀ ଦର ବୃଦ୍ଧି ସତ୍ତ୍ୱେ ବଜାରରେ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ଖୋଲା ବଜାରରେ ଦୋକାନୀମାନେ ୧୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡରକୁ ୨,୨୦୦ରୁ ୨,୬୦୦ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି। ଅର୍ଥାତ୍‌ ଗ୍ରାହକଙ୍କୁ ସରକାରୀ ଦରଠାରୁ ମଧ୍ୟ ୪୦୦ରୁ ୫୦୦ ଟଙ୍କା ଅଧିକ ଦେଇ ରୋଷେଇ ଗ୍ୟାସ କିଣିବାକୁ ପଡ଼ୁଛି।

Dharitri – Odisha’s No.1 Odia Daily

Share