ନୂଆଦିଲ୍ଲୀ,୨୬।୧୧: ପ୍ରତ୍ୟେକ ଘରର ରୋଷେଇ ବଜେଟ ଅନେକାଂଶରେ ଏଲପିଜି (LPG) ଗ୍ୟାସ ସିଲିଣ୍ଡର ଉପରେ ର୍ନିଭରଶୀଳ ହୋଇଥାଏ । ଯଦି ଆପଣ ଇଣ୍ଡିଆନ (Indane), ଏଚପି ଗ୍ୟାସ (HP Gas) ବା ଭାରତ ଗ୍ୟାସ (Bharat Gas) ର ଗ୍ରାହକ ଅଟନ୍ତି, ତେବେ ଡିସେମ୍ୱର ୨୦୨୬ ରେ ବୁକିଂ କରିବା ପୂର୍ୱରୁ ଆଧାର ବାୟୋମେଟ୍ରିକ ଇ-କେୱାଇସି (e-KYC) ସ୍ଥିତି ଯାଞ୍ଚ କରିନେବା ଅତ୍ୟନ୍ତ ବୁଦ୍ଧିମାନର କାର୍ଯ୍ୟ ହେବ । ଯଦିଓ ନଭେମ୍ୱରରେ ସରକାର କିମ୍ୱା ତୈଳ କମ୍ପାନୀଗୁଡ଼ିକ ଆଧାର ଇ-କେୱାଇସିକୁ ନେଇ କୌଣସି ସମ୍ପୂର୍ଣ୍ଣ ନୂଆ ନିୟମ ଘୋଷଣା କରିନାହାନ୍ତି, ତଥାପି ସବସିଡି ଏବଂ ବିନା ବାଧାରେ ସେବା ପାଇବା ପାଇଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଜରୁରୀ । ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ସହ ଜଡ଼ିତ ୮ଟି ଗୁରୁତ୍ୱପୂର୍ଣ୍ଣ କଥା ଏବଂ ପ୍ରମୁଖ ସହରଗୁଡ଼ିକର ସଦ୍ୟତମ ଦର ବିଷୟରେ ଜାଣନ୍ତୁ ।
1. ତିନି କମ୍ପାନୀ ପାଇଁ ଇ-କେୱାଇସି ଗୁରୁତ୍ୱପୂର୍ଣ୍ଣ: ଘରୋଇ ଏଲପିଜି ଗ୍ରାହକମାନଙ୍କୁ ସବସିଡିର ଲାଭ ପାଇବା ପାଇଁ ଆଧାର ବାୟୋମେଟ୍ରିକ ଅଥେଣ୍ଟିକେସନ ସମ୍ପୂର୍ଣ୍ଣ କରିବାକୁ ପଡ଼ିଥାଏ । ଏହି ନିୟମ ଇଣ୍ଡିଆନ, ଏଚପି ଗ୍ୟାସ ଏବଂ ଭାରତ ଗ୍ୟାସତିନିଟି କମ୍ପାନୀ ଉପରେ ଲାଗୁ ହୁଏ ।
2. ସବସିଡି ଉପରେ ପଡ଼ିପାରେ ପ୍ରଭାବ: ଯଦି ଆପଣ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି, ତେବେ ଆପଣଙ୍କ ସବସିଡି ଅଟକି ଯାଇପାରେ କିମ୍ୱା ପ୍ରଭାବିତ ହୋଇପାରେ । ଭେରିଫିକେସନ ସମ୍ପୂର୍ଣ୍ଣ ହେବା ପରେ ହିଁ ଯୋଗ୍ୟ ଗ୍ରାହକମାନଙ୍କୁ ଏହାର ଲାଭ ମିଳିଥାଏ ।
3. ପୂର୍ୱରୁ ହୋଇସାରିଥିଲେ ପୁନର୍ୱାର ଆବଶ୍ୟକତା ନାହିଁ: ଯଦି ଆପଣ ପୂର୍ୱରୁ ହିଁ ବାୟୋମେଟ୍ରିକ ଆଧାର ଭେରିଫିକେସନ କରାଇସାରିଛନ୍ତି, ତେବେ ଆପଣଙ୍କୁ ପୁନର୍ୱାର ଏହି କାମ କରିବାର ଆବଶ୍ୟକତା ନାହିଁ । ଆପଣଙ୍କ ବୁକିଂ ଏବଂ ସବସିଡି ପୂର୍ୱ ଭଳି ଜାରି ରହିବ ।
4. ଡେଲିଭରୀ ସମୟରେ ମଧ୍ୟ ହୋଇପାରେ କାମ: ଯଦି ଆପଣ ଅଫିସ ବା ଘର କାମରେ ବ୍ୟସ୍ତ ରହୁଛନ୍ତି, ତେବେ ସିଲିଣ୍ଡର ଡେଲିଭରୀ କରୁଥିବା କର୍ମଚାରୀଙ୍କ ସହାୟତାରେ ଡେଲିଭରୀ ସମୟରେ ମଧ୍ୟ ବାୟୋମେଟ୍ରିକ ଇ-କେୱାଇସି ସମ୍ପୂର୍ଣ୍ଣ କରାଯାଇପାରିବ ।
5. ମୋବାଇଲ ଆପରୁ ଘରେ ବସି ଇ-କେୱାଇସି: ଆପଣ ନିଜ କମ୍ପାନୀର ଅଫିସିଆଲ ଆପ ଜରିଆରେ (ଫେସ ଅଥେଣ୍ଟିକେସନ ସହିତ) ସହଜରେ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ: