ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ (HP Gas) କିମ୍ବା ଭାରତ ଗ୍ୟାସ (Bharat Gas)ର ଗ୍ରାହକ, ତେବେ ଡିସେମ୍ବର ୨୦୨୬ରେ ଗ୍ୟାସ ବୁକିଂ କରିବା ପୂର୍ବରୁ ଆଧାର ବାୟୋମେଟ୍ରିକ ଇ-କେୱାଇସି (e-KYC)ର ସ୍ଥିତି ଯାଞ୍ଚ କରିନେବା ଏକ ବୁଦ୍ଧିମାନର କାମ ହେବ।

ଯଦିଓ ନଭେମ୍ବର ମାସରେ ସରକାର କିମ୍ବା ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ଆଧାର ଇ-କେୱାଇସିକୁ ନେଇ କୌଣସି ନୂଆ ନିୟମ ଘୋଷଣା କରାଯାଇନାହିଁ, ତଥାପି ସବ୍ସିଡିର ଲାଭ ପାଇବା ଏବଂ ନିରବଚ୍ଛିନ୍ନ ଗ୍ୟାସ ସେବା ପାଇଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଜରୁରୀ। ଆସନ୍ତୁ ଜାଣିବା ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ୮ଟି ଗୁରୁତ୍ୱପୂର୍ଣ୍ଣ କଥା ଏବଂ ପ୍ରମୁଖ ସହରଗୁଡ଼ିକରେ ଗ୍ୟାସ ସିଲିଣ୍ଡରର ସଦ୍ୟତମ ଦର।

୧. ତିନୋଟି ଗ୍ୟାସ କମ୍ପାନି ପାଇଁ ଇ-କେୱାଇସି ଗୁରୁତ୍ୱପୂର୍ଣ୍ଣ: ଘରୋଇ ଏଲ୍ପିଜି ଗ୍ରାହକମାନେ ସବ୍ସିଡିର ସୁବିଧା ପାଇବା ପାଇଁ ଆଧାର ବାୟୋମେଟ୍ରିକ ଅଥେଣ୍ଟିକେସନ ପ୍ରକ୍ରିୟା ପୂରଣ କରିବା ଆବଶ୍ୟକ। ଏହି ନିୟମ ଇଣ୍ଡେନ, ଏଚ୍ପି ଗ୍ୟାସ ଏବଂ ଭାରତ ଗ୍ୟାସ ଭଳି ତିନୋଟି କମ୍ପାନିର ଗ୍ରାହକଙ୍କ ପାଇଁ ଲାଗୁ ହୋଇଥାଏ।

୨. ସବ୍ସିଡି ଉପରେ ପଡ଼ିପାରେ ପ୍ରଭାବ: ଯଦି ଆପଣ ଏପର୍ଯ୍ୟନ୍ତ ଇ-କେୱାଇସି କରାଇନାହାନ୍ତି, ତେବେ ଆପଣଙ୍କ ଗ୍ୟାସ ସବ୍ସିଡି ବନ୍ଦ ହୋଇପାରେ କିମ୍ବା ଏହା ପ୍ରଭାବିତ ହୋଇପାରେ। ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ହିଁ ଯୋଗ୍ୟ ଗ୍ରାହକମାନେ ଏହାର ଲାଭ ପାଇପାରିବେ।

୩. ପୂର୍ବରୁ କରିଥିଲେ ପୁଣି ଆବଶ୍ୟକ ନାହିଁ: ଯଦି ଆପଣ ପୂର୍ବରୁ ଆଧାର ବାୟୋମେଟ୍ରିକ ଯାଞ୍ଚ କରାଇସାରିଛନ୍ତି, ତେବେ ପୁଣି ଥରେ ଏହା କରିବାର ଆବଶ୍ୟକତା ନାହିଁ। ଆପଣଙ୍କ ଗ୍ୟାସ ବୁକିଂ ଏବଂ ସବ୍ସିଡି ପୂର୍ବଭଳି ଜାରି ରହିବ।

୪. ଗ୍ୟାସ ଡେଲିଭରି ସମୟରେ ମଧ୍ୟ କରାଇପାରିବେ: ଯଦି ଆପଣ ଅଫିସ କିମ୍ବା ଘରୋଇ କାମରେ ବ୍ୟସ୍ତ ରହୁଛନ୍ତି, ତେବେ ଗ୍ୟାସ ସିଲିଣ୍ଡର ଡେଲିଭରି ସମୟରେ ଡେଲିଭରି କର୍ମଚାରୀଙ୍କ ସହାୟତାରେ ମଧ୍ୟ ବାୟୋମେଟ୍ରିକ ଇ-କେୱାଇସି ପ୍ରକ୍ରିୟା ପୂରଣ କରିପାରିବେ।

୫. ମୋବାଇଲ ଆପ ଜରିଆରେ ଘରେ ବସି କରନ୍ତୁ ଇ-କେୱାଇସି: ଆପଣ ନିଜ ଗ୍ୟାସ କମ୍ପାନିର ଅଫିସିଆଲ ମୋବାଇଲ ଆପ ବ୍ୟବହାର କରି ସହଜରେ ଏହି ପ୍ରକ୍ରିୟା ପୂରଣ କରିପାରିବେ। ଏଥିରେ ଫେସ ଅଥେଣ୍ଟିକେସନ ସୁବିଧା ମଧ୍ୟ ରହିଛି।

 

Dharitri – Odisha’s No.1 Odia Daily

Share