ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, କୁମିଆ ପାଲିରେ ଆରମ୍ଭ ହେଲା ସର୍ଭେ

ବଲାଙ୍ଗୀର,୨୮।୭ ( ସୁନିଲ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା ବଲାଙ୍ଗୀର ଜିଲା କୁମିଆପାଲି ଗାଁରେ ରବିବାର ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାତିରେ ୨/୩ଟି ଲୋକଙ୍କ ଘର ଭିତରକୁ ଡ୍ୟାମ ପାଣି ପଶିଯିବାରୁ ଗାଁରେ ଭୟ ଓ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା। ତେବେ ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ରବିବାର ଅପରାହ୍ନରେ ଲୋୟର ସୁକତେଲ ଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଥିଲା I ଡ୍ୟାମର ୪ଟି ଗେଟ୍‌ ଖୋଲାଯିବା ପରେ କୁମିଆପାଲି ଗାଁରେ ବୃଦ୍ଧି ପାଉଥିବା ଜଳସ୍ତର କମିଥିଲା। ଏହାପରେ ଗାଁ ଲୋକେ ଆଶ୍ବସ୍ତି ପ୍ରକାଶ କରିଥିଲେ। ମଙ୍ଗଳବାର  ପ୍ରଶାସନିକ ଟିମ କୁମିଆପାଲିରେ ପହଞ୍ଚି ସର୍ଭେ କାମ ଆରମ୍ଭ କରିଥିବା ଜଣାପଡିଛି। ଆଜି ପୁଣି  ପୂର୍ବାହ୍ନରେ ଲୋୟର ସୁକତେଲ ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକ ଟିମ ସର୍ଭେ କାମ ଆରମ୍ଭ କରିଛନ୍ତି।

Odisha’s No.1 Odia Daily

Share