‘କେନ୍‌ ନ ବସ୍‌ମୁଁ, କେନ୍‌ ନ ଖାଏମୁଁ’

ବଲାଙ୍ଗୀର,୧୨ା୯(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ବହୁ ଗ୍ରାମବାସୀ ଝାଙ୍କରପାଲି, ଗେଡାବାଞ୍ଜି, କୁସ୍‌ମେଲ ଥଇଥାନ କଲୋନୀ ଏବଂ ଅନ୍ୟ ଗାଁ ଗୁଡିକରେ ବଡ ଅସୁବିଧାରେ ରହୁଛନ୍ତି। ବିଶେଷକରି ଝାଙ୍କରପାଲି, ଗେଡାବାଞ୍ଜି ଏବଂ କୁସ୍‌ମେଲ କଲୋନୀରେ ଅସ୍ଥାୟୀ ଟିଣ ଘରେ ବର୍ଷାଦିନରେ ସେମାନଙ୍କ ଅବ୍ୟବସ୍ଥିତ ରହଣି ସମସ୍ତଙ୍କୁ ବ୍ୟଥିତ କରିଥିଲା। ନିମ୍ନମାନର ଘର, ଅସୁସ୍ଥକର ପରିବେଶ ଏବଂ ସ୍ଥାୟୀ ରହିବା ବ୍ୟବସ୍ଥା ନଥାଇ ଅକସ୍ମାତ୍‌ ବିସ୍ଥାପନ ବୁଡିଅଞ୍ଚଳର ସହସ୍ରାଧିକ ଲୋକଙ୍କୁ ମହାଅଡୁଆ ସ୍ଥିତିରେ ପକାଇଥିଲା। ଲଗାଣ ବର୍ଷା ସାଙ୍ଗକୁ ନିମ୍ନମାନର ଟିଣଘର ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଥିଲା। ରାଜନେତାଙ୍କ ଘନଘନ ପରିଦର୍ଶନ, ସମୀକ୍ଷା, ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍‌ କିଛି କାମ କରି ନ ଥିଲା। ଲୋକେ ବଡ କଷ୍ଟ ଭୋଗିଥିଲେ। ଏବେ ବର୍ଷା କମି ଆସିବା ପରେ ବି ବିସ୍ଥାପିତ କଲୋନୀରେ ବିସ୍ଥାପିତ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଏବେ ସାମାଜିକ ସ୍ତରରେ ବିସ୍ଥାପିତ ଲୋକେ ମାନସିକ ଚାପରେ ରହିଥିବା ଜଣାପଡିଛି।
ଆସନ୍ତା ୨୦ତାରିଖ ପଶ୍ମିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳନ କରାଯିବ। ଏଥିପାଇଁ ଉତ୍ସାହର ମାହୋଲ ଆରମ୍ଭ ହୋଇଗଲାଣି। ତେବେ ଲୋୟର ସୁକ୍‌ତେଲ ପ୍ରକଳ୍ପ ଯୋଗୁ ଭିଟାମାଟି ଛାଡି ଅସ୍ଥାୟୀ ଥଇଥାନ୍‌ କଲୋନୀରେ ରହୁଥିବା ସହସ୍ରାଧିକ ଲୋକ ଚଳିତ ତିହାରକୁ କିଭଳି ପାଳନ କରିବେ ଚିନ୍ତାରେ ପଡିଛନ୍ତି। ଝାଙ୍କରପାଲି ଥଇଥାନ କଲୋନୀରେ ଗଡଶଙ୍କର ଡୁଙ୍ଗୁରିପାଲି ଗଁାରୁ ବିସ୍ଥାପିତ ହୋଇଥିବା ପ୍ରାୟ ୫୨୫ ପରିବାରଙ୍କ ପାଇଁ ଘରଡିହ ବଣ୍ଟନ କରାଯାଇଛି। ଏହା ସହିତ ଏହି ଗଁାର ଅନ୍ୟ ୨୪୦ ପରିବାରକୁ ଘରଡିହ ବଣ୍ଟନ କରାଯାଇଛି। ଏମାନଙ୍କ ମଧ୍ୟରୁ ବହୁ ଲୋକ ଅସ୍ଥାୟୀ ଟିଣ ଘର ଥଇଥାନ କଲୋନୀରେ ରହୁଛନ୍ତି। ସେମାନଙ୍କ ପାଖରେ ସ୍ଥାୟୀ ଘର ନଥିବାରୁ କିଭଳି ନୂଆଖାଇ ପାଳନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ନୂଆଖାଇ ତିହାର ପରିବାରର ସମସ୍ତ ସଦସ୍ୟଙ୍କୁ ଏକାକାର କରିଦିଏ। ଯିଏ ଯେଉଁଠି ଥିଲେ ବି ସେଦିନ ଘରକୁ ଫେରି ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରି ଏକାଠି ନୂଆକୁଣ୍ଡା ସେବନ କରିଥାନ୍ତି। ବିସ୍ଥାପିତ ଲୋକଙ୍କ ପାଖରେ ଏବେ ଘର ନାହିଁ। ଅସ୍ଥାୟୀ ଛୋଟିଆ ଟିଣ ଘରେ ସେମାନେ କିଭଳି ନୂଆଁଖାଇ ପାଳନ କରିବେ ଚିନ୍ତାରେ ପଡିଛନ୍ତି। ଅସ୍ଥାୟୀ ଟିଣ ଘରେ ପରିବାର ସଦସ୍ୟମାନେ କିଭଳି ରୁଣ୍ଡ ହେବେ, କେଉଁଠି ପୂଜା କରିବେ, କେଉଁଠି ରୋଷେଇ କରିବେ ଏବଂ କେଉଁଠି ଏକାଠି ବସି ଖାଇବେ ଏବେ ତାକୁ ନେଇ ଚିନ୍ତା ଘାରିଛି। ଗଡଶଙ୍କର ଡୁଙ୍ଗରିପାଲିର ମୀନକେତନ ଚାନ୍ଦ କହିଛନ୍ତି ଯେ, ଅସ୍ଥାୟୀ ଘରେ ସେମାନେ କିଭଳି ନୂଆଖାଇ ପାଳନ କରିବେ ତାକୁ ନେଇ ଚିନ୍ତିତ ଅଛନ୍ତି। ଚାଷଜମି, ଭିଟାମାଟି ବୁଡିଗଲା ପରେ ସେମାନଙ୍କ ପାଖରେ ନୂଆ କୁଣ୍ଡା ପାଇଁ ଧାନ ବି ନାହିଁ। ଏଭଳି ପରିସ୍ଥିତିରେ ସେମାନେ ଅଡୁଆ ସ୍ଥିତିରେ ଅଛନ୍ତି। ପୂଜକ ରାମପ୍ରସାଦ ଚାନ୍ଦ କହିଛନ୍ତି ଯେ, ମନ୍ଦିରରେ କିଭଳି ପୂଜାବିଧି କରାଯିବ ତାକୁ ନେଇ ଚିନ୍ତା ଘାରିଛି। ଲୋକଙ୍କ ବସିବା ପାଇଁ ଜାଗା ନଥିବାରୁ ମନ୍ଦିରରେ ଭୋଗ ଲଗାଇବା ପରେ ନୂଆକୁଣ୍ଡା ପ୍ରସାଦ ବାଣ୍ଟିଦେଇ ନୂଆଖାଇ ସାରିବାକୁ ହେବ ବୋଲି କହିଛନ୍ତି। ପାଞ୍ଚାଳି ପ୍ରଧାନ କହିଛନ୍ତି ଯେ, ଗୋଟି ଗୋଟିଏ ପରିବାରରେ ୧୦ରୁ ୨୫/୫୦ ଜଣ ସଦସ୍ୟ ବି ରହିଛନ୍ତି। ସେମାନେ ଗୋଟିଏ ଅସ୍ଥାୟୀ ଟିଣ ଘରେ କିଭଳି ନୂଆ ଖାଇବେ ବୋଲି ପ୍ରଶ୍ନ କରିଛନ୍ତି। ଚଳିତ ନୂଆଖାଇ ବିସ୍ଥାପିତଙ୍କ ଲାଗି ଉତ୍ସାହର ନୂଆଖାଇ ନହୋଇ ନିରାଶା ଏବଂ ମହାଚିନ୍ତାର ନୂଆଖାଇ ହୋଇ ଆସୁଛି ବୋଲି କହିଛନ୍ତି। ଅ୍ଯଯ ଲୋକଙ୍କ ଉନ୍ନତି ପାଇଁ ଭିଟାଭାଟି ଛାଡି ସେମାନେ କିଭଳି ଦୁଃଖ ଭୋଗୁଛନ୍ତି ତାହା ପ୍ରଶାସନ, ରାଜନେତା ଏବଂ ଅଧିକାରୀଙ୍କଙ୍କୁ ଜଣାନାହିଁ ବୋଲି କହିଛନ୍ତି। ଗଡଶଙ୍କର ଡୁଙ୍ଗୁରିପାଲି ଥଇଥାନ କଲୋନୀରେ କିଭଳି ସାମୂହିକ ନୂଆଖାଇ ପାଳନ ହେବ ସେଦିଗରେ ବିସ୍ଥାପିତ ଲୋକେ ଉଦ୍ୟମ ଆରମ୍ଭ କରିଥିବା ମୀନକେତନ ଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍‌ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri