ଲଘୁଚାପଜନିତ ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

କୁଜଙ୍ଗ,୨୦।୮(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ୫ ଦିନ ହେବ ଜଳବନ୍ଦୀ ଥିବା ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୁରୁବାର ରାତିରୁ ପୁନର୍ବାର ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଏନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। କୁଜଙ୍ଗ ବ୍ଲକର ୧୦ ପଞ୍ଚାୟତର ପ୍ରାୟ ୧୩ ହଜାର ଲୋକ ଏବେ ସୁଦ୍ଧା ପାଣି ଘେରରେ ରହିଛନ୍ତି। ବନ୍ୟା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏବେବି ଘରଦ୍ୱାର, ଗା ଁଗଣ୍ଡା, ରାସ୍ତାଘାଟରେ ୫ ଫୁଟ୍‌ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି। ଲୋକମାନେ ଗାଁ ଦାଣ୍ଡରେ ଯାତାୟାତପାଇଁ ଭେଳାର ଆଶ୍ରୟ ନେଉଛନ୍ତି। ବହୁ ସ୍ଥାନରେ ଘରଦ୍ୱାର ଭାଙ୍ଗିଯାଇଛି। ଛାତ ଉପରେ ଜରିପାଲ ଟାଣି ରହିଥିଲାବେଳେ ତୁହାକୁ ତୁହା ଲଘୁଚାପଜନିତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ା ଅନେକ ସ୍ଥାନରେ ଗୋରୁ ଖୋଲା ଆକାଶ ତଳେ ବନ୍ଧା ହୋଇ ରହିଛନ୍ତି ା ବହୁ ସ୍ଥାନରେ ବନ୍ୟା ଦୁର୍ଗତଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ ପାରି ନ ଥିବା ଅଭିଯୋଗ ହେଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ ରିଲିଫ୍‌ ନ ପାଇ ସେମାନେ ହନ୍ତସନ୍ତ ହେଉଛନ୍ତି।
ଅପରପକ୍ଷେ ୫ମ ଦିନରେ ସମୁଦ୍ରକୁ ଶଙ୍ଖେଭଳି କିଛି ସ୍ଥାନରେ ଚୁଡା, ଗୁଡ଼, ଗୋଖାଦ୍ୟ ଓ ଜରିପାଲ ଦିଆଯାଇଥିବା କୁହାଯାଇଛି। କୁଜଙ୍ଗ ବ୍ଲକ ଜିଲାନାସି ପଞ୍ଚାୟତର ଜୟଶଙ୍ଖପୁର ଗ୍ରାମର ସର୍ବେଶ୍ୱର ବେହେରାଙ୍କ ଚାଳଘର ଭୁଶୁଡିଯାଇଛି। ଘରର କାନ୍ଥ ବେହେରାଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଛନ୍ତି। ୨ ଦିନ କାଳ ପାଣି ଘେରରେ ରହି ଯନ୍ତ୍ରଣା ପାଇବା ପରେ ଗୁରୁବାର ତାଙ୍କୁ ଏକ ହୁଲି ଡଙ୍ଗା ସାହାଯ୍ୟରେ ମୁଖ୍ୟ ରାସ୍ତାକୁ ଅଣାଯାଇ ଜଗତ୍‌ସିଂହପୁର ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ରିଲିଫ ସାମଗ୍ରୀ ପହଞ୍ଚତ୍ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜୟଶଙ୍ଖପୁରର ପ୍ରଶାନ୍ତ ବେହେରା, ମହେଶ୍ୱର ବେହେରା, ଲକ୍ଷ୍ମୀପ୍ରିୟା ବେହେରାଙ୍କ କହିବାନୁଯାୟୀ, ୫ ଦିନପରେ ସେମାନଙ୍କୁ ଗଣ୍ଡେ ଚୁଡା, କିଛି ଗୁଡ ଓ ଗୋଟିଏ ଲେଖାଏ ଜରିପାଲ ଯୋଗାଇ ଦିଆଯାଇଛି। ଜିଲାନାସୀର ତପନ ସାମନ୍ତରାୟ କହିଛନ୍ତି, ଯେତିକି ଗୋଖାଦ୍ୟ ଆସିଛି ତାହା ସମୁଦ୍ରକୁ ଶଙ୍ଖେ। ଏ ସମ୍ପର୍କରେ ପ୍ରଶାସନ ତରଫରୁ କୁଜଙ୍ଗ ବିଡିଓ କହିଛନ୍ତି, ଏପର୍ଯ୍ୟନ୍ତ ୧୦ ପଞ୍ଚାୟତର ବନ୍ୟାବିପନ୍ନଙ୍କ ପାଇଁ ୯୧କୁଇଣ୍ଟାଲ ଚୁଡା, ୨୮ କୁଇଣ୍ଟାଲ ଗୁଡ, ୫୫ ପେଟି ବିସ୍କୁଟ ଯୋଗାଇ ଦିଆଯାଇଛି। ଜନସାଧାରଣଙ୍କ ନିକଟରେ ରିଲିଫ ପହଞ୍ଚତ୍ ନ ଥିବା ଅଭିଯୋଗ ସଂକ୍ରାନ୍ତରେ ବିଡିଓ ସୌମଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆମ୍ଭେ ଜନ ପ୍ରତିନିଧିଙ୍କ ହାତରେ ରିଲିଫ୍‌ ଦେଇଛୁ ା ଯଦି ସେମାନେ ନ ବାଣ୍ଟିବେ ସେଥିପାଇଁ ମୁଁ ଦୁଃଖିତ। ବନ୍ୟାବିପନ୍ନଙ୍କ ପାଇଁ ଯୋଗାଇଦିଆଯାଇଥିବା ବୋଟ୍‌ ପର୍ଯ୍ୟାପ୍ତ ହେଉ ନ ଥିବା ଅଭିଯୋଗ ସମ୍ପର୍କରେ ବିଡିଓ ପାଣିଗ୍ରାହୀ କହିଛନ୍ତି, ପ୍ରଶାସନ ପକ୍ଷରୁ ସରକାରୀ ବୋଟ ୫ଟା ଓ ଘରୋଇ ବୋଟ ୧୯ଟା ଯୋଗାଇ ଦିଆଯାଇଛି। ବିଭିନ୍ନ ଶିଳ୍ପ ସଂସ୍ଥା ମହମବତୀ ଓ ଦିଆସିଲି ଯୋଗାଇ ଦେଇଥିଲେ ବି ଏହା ଜନସାଧାରଣଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ ବୋଲି ଜିଲାନାସୀ ସରପଞ୍ଚଙ୍କ ପ୍ରତିନିଧି ଅଭୟ ପରିଡା କହିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri