ଲଘୁଚାପଜନିତ ବର୍ଷା ବଢ଼ାଇଲା ଦୁର୍ଦ୍ଦଶା

କୁଜଙ୍ଗ,୨୦।୮(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ୫ ଦିନ ହେବ ଜଳବନ୍ଦୀ ଥିବା ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗୁରୁବାର ରାତିରୁ ପୁନର୍ବାର ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଏନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। କୁଜଙ୍ଗ ବ୍ଲକର ୧୦ ପଞ୍ଚାୟତର ପ୍ରାୟ ୧୩ ହଜାର ଲୋକ ଏବେ ସୁଦ୍ଧା ପାଣି ଘେରରେ ରହିଛନ୍ତି। ବନ୍ୟା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏବେବି ଘରଦ୍ୱାର, ଗା ଁଗଣ୍ଡା, ରାସ୍ତାଘାଟରେ ୫ ଫୁଟ୍‌ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି। ଲୋକମାନେ ଗାଁ ଦାଣ୍ଡରେ ଯାତାୟାତପାଇଁ ଭେଳାର ଆଶ୍ରୟ ନେଉଛନ୍ତି। ବହୁ ସ୍ଥାନରେ ଘରଦ୍ୱାର ଭାଙ୍ଗିଯାଇଛି। ଛାତ ଉପରେ ଜରିପାଲ ଟାଣି ରହିଥିଲାବେଳେ ତୁହାକୁ ତୁହା ଲଘୁଚାପଜନିତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ା ଅନେକ ସ୍ଥାନରେ ଗୋରୁ ଖୋଲା ଆକାଶ ତଳେ ବନ୍ଧା ହୋଇ ରହିଛନ୍ତି ା ବହୁ ସ୍ଥାନରେ ବନ୍ୟା ଦୁର୍ଗତଙ୍କ ନିକଟରେ ପ୍ରଶାସନ ପହଞ୍ଚତ୍ ପାରି ନ ଥିବା ଅଭିଯୋଗ ହେଉଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ ରିଲିଫ୍‌ ନ ପାଇ ସେମାନେ ହନ୍ତସନ୍ତ ହେଉଛନ୍ତି।
ଅପରପକ୍ଷେ ୫ମ ଦିନରେ ସମୁଦ୍ରକୁ ଶଙ୍ଖେଭଳି କିଛି ସ୍ଥାନରେ ଚୁଡା, ଗୁଡ଼, ଗୋଖାଦ୍ୟ ଓ ଜରିପାଲ ଦିଆଯାଇଥିବା କୁହାଯାଇଛି। କୁଜଙ୍ଗ ବ୍ଲକ ଜିଲାନାସି ପଞ୍ଚାୟତର ଜୟଶଙ୍ଖପୁର ଗ୍ରାମର ସର୍ବେଶ୍ୱର ବେହେରାଙ୍କ ଚାଳଘର ଭୁଶୁଡିଯାଇଛି। ଘରର କାନ୍ଥ ବେହେରାଙ୍କ ଉପରେ ପଡ଼ିବାରୁ ସେ ଆହତ ହୋଇଛନ୍ତି। ୨ ଦିନ କାଳ ପାଣି ଘେରରେ ରହି ଯନ୍ତ୍ରଣା ପାଇବା ପରେ ଗୁରୁବାର ତାଙ୍କୁ ଏକ ହୁଲି ଡଙ୍ଗା ସାହାଯ୍ୟରେ ମୁଖ୍ୟ ରାସ୍ତାକୁ ଅଣାଯାଇ ଜଗତ୍‌ସିଂହପୁର ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ପାଖରେ କୌଣସି ରିଲିଫ ସାମଗ୍ରୀ ପହଞ୍ଚତ୍ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜୟଶଙ୍ଖପୁରର ପ୍ରଶାନ୍ତ ବେହେରା, ମହେଶ୍ୱର ବେହେରା, ଲକ୍ଷ୍ମୀପ୍ରିୟା ବେହେରାଙ୍କ କହିବାନୁଯାୟୀ, ୫ ଦିନପରେ ସେମାନଙ୍କୁ ଗଣ୍ଡେ ଚୁଡା, କିଛି ଗୁଡ ଓ ଗୋଟିଏ ଲେଖାଏ ଜରିପାଲ ଯୋଗାଇ ଦିଆଯାଇଛି। ଜିଲାନାସୀର ତପନ ସାମନ୍ତରାୟ କହିଛନ୍ତି, ଯେତିକି ଗୋଖାଦ୍ୟ ଆସିଛି ତାହା ସମୁଦ୍ରକୁ ଶଙ୍ଖେ। ଏ ସମ୍ପର୍କରେ ପ୍ରଶାସନ ତରଫରୁ କୁଜଙ୍ଗ ବିଡିଓ କହିଛନ୍ତି, ଏପର୍ଯ୍ୟନ୍ତ ୧୦ ପଞ୍ଚାୟତର ବନ୍ୟାବିପନ୍ନଙ୍କ ପାଇଁ ୯୧କୁଇଣ୍ଟାଲ ଚୁଡା, ୨୮ କୁଇଣ୍ଟାଲ ଗୁଡ, ୫୫ ପେଟି ବିସ୍କୁଟ ଯୋଗାଇ ଦିଆଯାଇଛି। ଜନସାଧାରଣଙ୍କ ନିକଟରେ ରିଲିଫ ପହଞ୍ଚତ୍ ନ ଥିବା ଅଭିଯୋଗ ସଂକ୍ରାନ୍ତରେ ବିଡିଓ ସୌମଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆମ୍ଭେ ଜନ ପ୍ରତିନିଧିଙ୍କ ହାତରେ ରିଲିଫ୍‌ ଦେଇଛୁ ା ଯଦି ସେମାନେ ନ ବାଣ୍ଟିବେ ସେଥିପାଇଁ ମୁଁ ଦୁଃଖିତ। ବନ୍ୟାବିପନ୍ନଙ୍କ ପାଇଁ ଯୋଗାଇଦିଆଯାଇଥିବା ବୋଟ୍‌ ପର୍ଯ୍ୟାପ୍ତ ହେଉ ନ ଥିବା ଅଭିଯୋଗ ସମ୍ପର୍କରେ ବିଡିଓ ପାଣିଗ୍ରାହୀ କହିଛନ୍ତି, ପ୍ରଶାସନ ପକ୍ଷରୁ ସରକାରୀ ବୋଟ ୫ଟା ଓ ଘରୋଇ ବୋଟ ୧୯ଟା ଯୋଗାଇ ଦିଆଯାଇଛି। ବିଭିନ୍ନ ଶିଳ୍ପ ସଂସ୍ଥା ମହମବତୀ ଓ ଦିଆସିଲି ଯୋଗାଇ ଦେଇଥିଲେ ବି ଏହା ଜନସାଧାରଣଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ ବୋଲି ଜିଲାନାସୀ ସରପଞ୍ଚଙ୍କ ପ୍ରତିନିଧି ଅଭୟ ପରିଡା କହିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri