ଆସୁଛି ଲଘୁଚାପ: ଆଜିଠୁ ଛେଚିବ ବର୍ଷା

ଭୁବନେଶ୍ୱର,୮।୪: ଆଜିଠୁ ବର୍ଷା ତାତିରୁ ମିଳିବ ସାମାନ୍ୟ ଆସ୍ବସ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୫.୮କିମି ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ୯ ତାରିଖ ଯାଏ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ଅନୁମାନ କରିଛି।

ଏହା ପ୍ରଭାବରେ ମଙ୍ଗଳବାର ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏଥିସହ ୩୦ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ତେବେ ଅନ୍ୟସବୁ ଜିଲାରେ ପାଗ ପ୍ରାୟତଃ ଶୁଖିଲା ରହିବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଅନ୍ୟପଟେ ରାଜ୍ୟରେ ସୋମବାର ୭ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। ଅନୁଗୋଳରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ସୋନପୁରରେ ୪୧.୪, ଭବାନୀପାଟଣାରେ ୪୦.୫, ହୀରାକୁଦରେ ୪୦.୩ ଓ ସମ୍ବଲପୁରରେ ୪୦ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ କାଳବୈଶାଖୀ ପ୍ରଭାବରେ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ଅଚାନକ ଅଧା ଖସିଗଲା ଏହି ଜିନିଷର ଦାମ୍‌

ନୂଆଦିଲ୍ଲୀ,୧୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା କେବେ ଶେଷ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ। ଉଭୟ ପକ୍ଷ…

ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ସ୍ତ୍ରୀ: ଏମିତି ପଦକ୍ଷେପ ନେଲେ ସ୍ବାମୀ, ଜାଣନ୍ତୁ ଲୋମଟଙ୍କୁରା ଘଟଣା

ଦେବଗଡ଼,୧୨ା୩(ଶଶାଙ୍କ ଶେଖର ଝାଙ୍କର): ଶାରୀରିକ ସମ୍ପର୍କ ପାଇଁ ମନା କରିବାରୁ ସ୍ତ୍ରୀଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଅଭିଯୋଗରେ ରିଆମାଳ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଏମିତି କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ରେକର୍ଡ ତୃତୀୟ…

ଧାନବିକ୍ରି ସମସ୍ୟା ଅସମାହିତ, ଆନ୍ଦୋଳନ ତୀବ୍ର: ପାକ୍ସ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ବରଗଡ଼/ଭେଡ଼େନ,୧୨।୩(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ):ବରଗଡ଼ ଜିଲାରେ ରବି ଧାନ କିଣାବିକା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍‌ରେ…

ଯୁଦ୍ଧ ଭିତରେ ପାକିସ୍ତାନକୁ ନେଇ ଆମେରିକା କଲା ବଡ଼ ଘୋଷଣା, ବିଶ୍ୱରେ ପଡିଗଲା ଚହଳ!

ଓ଼୍ବାଶିଂଟନ,୧୨।୩: ଇରାନରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନର ପେଶାୱରରେ ଥିବା ଆମେରିକୀୟ କନସୁଲେଟ…

ଭାରତକୁ ଫେରୁଥିବା ଜାହାଜ ଉପରେ ବଡ଼ ଆଟାକ୍‌, ଅନେକ ଭାରତୀୟଙ୍କ…

ନୂଆଦିଲ୍ଲୀ,୧୨।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷରେ ଦୁଇଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ନିଖୋଜ ଅଛନ୍ତି। ଭାରତ…

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri