ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ୩ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୯।୮(ବ୍ୟୁରୋ): ଅବପାତରେ ପରିଣତ ହେଲା ସୁଦୃଶଃ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ୩ ଜିଲା ଗଞ୍ଜାମ, ଗଜପତି ଓ କନ୍ଧମାଳକୁ ରେଡ୍‌ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ସମୁଦ୍ର ଆଶାନ୍ତ ରହିଥିବାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ଅନ୍ୟପଟେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲା କୁସୁମଗୁଡାଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଛି। ସେହିପରି ୮ସ୍ଥାନରେ ଅତିପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ୪୪ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।