ଅବପାତର ରୂପ ନେଲା ଲଘୁଚାପ: ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୭୦ କି.ମି.ବେଗରେ ବହିବ ପବନ

ଭୁବନେଶ୍ୱର,୨୪।୧୧: ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇଏମ୍‌ଡିର ସୂଚନା ଅନୁଯାୟୀ, ମଲାକ୍କା ଷ୍ଟ୍ରେଟ୍‌ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ରବିବାର ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ସୋମବାର ବେଳକୁ ଏହା ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାଶର୍‌ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ତେବେ ବାତ୍ୟାରେ ପରିଣତ ହେବା ପରେ ଏହା କେଉଁ ଆଡକୁ ମୁହାଁଇବ ଏବଂ ଏହାର ଦିଗ କ’ଣ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରୁଥିବା ବିଭିନ୍ନ ମଡେଲ ଅନୁଯାୟୀ, ୨୫ତାରିଖ ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢିବ। ଘଣ୍ଟାପ୍ରତି ବେଗ ୫୦ରୁ ୬୦ କି.ମି. ରହିବ। ସେହିପରି ୨୬ ତାରିଖ ସକାଳୁ ପବନର ବେଗ ୬୦ରୁ ୭୦ କି.ମି.ରେ ରହି ସର୍ବାଧିକ ୮୦ କି.ମି. ହେବ। ୨୭ ତାରିଖ ସକାଳୁ ପବନର ବେଗ ସର୍ବାଧିକ ୧୦୦ କି.ମି. ରହିପାରେ ବୋଲି ଆକଳନ କରାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆର ବଦଳିଲେ କୋଚ୍‌, ଭାବୁକ ହୋଇ ଏମିତି କହିଦେଲେ ରୋହିତ, ପଢନ୍ତୁ…

ନୂଆଦିଲ୍ଲୀ,୩।୮: ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ରେ ବଡ଼ ପରିବର୍ତ୍ତନ ହୋଇଛି। ଫିଲ୍ଡିଂ କୋଚ ଟି. ଦିଲୀପଙ୍କ ଚୁକ୍ତି ଶେଷ ହୋଇଯାଇଛି। ଏଥର ବିସିସିଆଇ ତାଙ୍କ ଚୁକ୍ତିକୁ ନବୀକରଣ…

ମୁମ୍ବାଇରେ ଦିଗପହଣ୍ଡି ଦାଦନ ଶ୍ରମିକଙ୍କ ମୃତ୍ୟୁ; ବିଧାୟକ ଙ୍କ ହସ୍ତକ୍ଷେପ ପରେ ଅଣାଯାଉଛି ମୃତଦେହ, ଗାଁରେ ଶୋକାକୁଳ ପରିବେଶ 

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଧରିତ୍ରୀର ପ୍ରଭାବ: ପିଲାସାଲୁଙ୍କି କେନାଲରେ ଛଡ଼ାଯିବ ପାଣି

ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri