ନିମ୍ନ ମାନର ରାସ୍ତା, ଭୁଶୁଡିଲା ପିଏମ୍‌ଜିଏସ୍‌ୱାଇ କଲଭର୍ଟ

ଫୁଲବାଣୀ/ଗୋଛାପଡା,୨୪।୯: (ରାକେଶ କୁମାର ରାଉତ/ରୋହିତ କହଁର): କନ୍ଧମାଳ ଜିଲାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଦୀର୍ଘ ବର୍ଷ ଧରି ଅଧିକାରୀମାନେ ଗୋଟିଏ ଷ୍ଟେଶନରେ ରହି ଥିବାରୁ ଏହି ଯୋଜନାରେ ହେଉଥିବା କାର୍ଯ୍ୟ ଠିକାଦାରମାନେ ମନ ଇଚ୍ଛା କାମ କରୁଛନ୍ତି। ଏଥିରେ ସେମାନଙ୍କୁ ବିଭାଗୀୟ ଯନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି। ଆରଡି(ଗ୍ରାମ ନିର୍ମାଣ ବିଭାଜନ) ବିଭାଗରେ ଏଭଳି କାର୍ଯ୍ୟ ସବୁ ବେଳେ ପଦାକୁ ଆସୁଛି। ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଭଳି ଦୃଶ୍ୟ ଜିଲାର ଗୋଚ୍ଛାପଡା ଥାନା ଅଂଚଳରେ ଦେଖିବାକୁ ମିଳିଛି। ମୁଣ୍ଡାସାହିଠାରୁ ଗାଡିପଦର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ହୋଇଥିବା ରାସ୍ତାରେ ପୋଲ/କଲର୍ଭଟ ଭୁଶୁଡି ଯାଇଛିା ଫଳରେ ୧୦ଟି ଗ୍ରାମ ଗାଡିପଦର, କ୍ଷେତାପାଜୁ, କିଲୁପାଙ୍ଗା ଆଦିର ଲୋକେ ଯାତାୟାତ କରି ପାରୁ ନାହାନ୍ତି। ଅପରପକ୍ଷେ ଗୋଚ୍ଛାପଡା ମେଡିକାଲକୁ ମଧ୍ୟ ଜରୁରୀ କାଳୀନ ଅବସ୍ଥାରେ ରୋଗୀ ଆସି ପାରୁ ନାହାନ୍ତି। ବର୍ଷା କମିଲା ପରେ କାମ ହେବ ବୋଲି ବିଭାଗୀୟ ଏସ୍‌ଡିଓସୁଶୀଲ ମହାନ୍ତି ସୂଚନା ଦେଇଛନ୍ତି।