Posted inଫୁରସତ

କମ୍‌ ଖର୍ଚ୍ଚରେ ଭ୍ରମଣ

* ଔଲି: ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଅବସ୍ଥିତ ଔଲି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଶୈଳନିବାସ। ତେଣୁ କରି ବର୍ଷସାରା ଏଠାକାର ଜଳବାୟୁ ବେଶ୍‌ ଶୀତଳ ରହିଥାଏ। ଖାସ୍‌କରି ଖରାଦିନେ ଏଠାକୁ ବୁଲି ଆସିଲେ ଦେହମନକୁ ଖୁବ୍‌ ଶାନ୍ତି ମିଳିଥାଏ। ତା’ଛଡ଼ା ଏହା ଏକ ଲୋକପ୍ରିୟ ସ୍କିଂ ପଏଣ୍ଟ ଭାବେ ମଧ୍ୟ ଜଣାଶୁଣା। ବିଶେଷକରି ଶୀତଦିନେ ଏଠାରେ ହେଉଥିବା ତୁଷାରପାତରେ ସ୍କିଂ କରିବାର ମଜା ହିଁ କିଛି ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ। ଜୋଶୀମଠ, ତପୋବନ, ନନ୍ଦା ଦେବୀ, ମାନା ପର୍ବତ, ଔଲି ଆର୍ଟିଫିସିଆଲ୍‌ ଲେକ୍‌ ଇତ୍ୟାଦି ହେଉଛି ଏଠାକାର କେତୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ; ଯେଉଁଠିକୁ ଖୁବ୍‌ କମ୍‌ ଖର୍ଚ୍ଚରେ ବୁଲି ଯାଇହେବ।
* ସକଲେଶପୁର: କର୍ନାଟକର ହାସନ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ବତୀୟ ପର୍ଯ୍ୟଟନସ୍ଥଳୀରେ ରହିଛି ଅନେକ ମନଛୁଆଁ ଦର୍ଶନୀୟସ୍ଥାନ। ବିଶେଷକରି କଫି, ଅଳେଇଚ, ଗୋଲମରିଚ ତଥା ଏରିକା ପାମ୍‌ ଚାଷ ପାଇଁ ଏହି ସ୍ଥାନର ରହିଛି ଭିନ୍ନ ଏକ ପରିଚୟ। ତା’ଛଡ଼ା ଖରାଦିନେ ଏଠାକାର ଶୀତଳ ଜଳବାୟୁ ଦେହ ଓ ମନକୁ ବେଶ୍‌ ଶାନ୍ତି ପ୍ରଦାନ କରିଥାଏ। ତେଣୁ ଅନ୍ୟଦିନ ତୁଳନାରେ ଖରାଦିନ ଆସିଲେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ। କାରଣ ଏଠାରେ ଖୁବ୍‌ କମ୍‌ ଖର୍ଚ୍ଚରେ ଅନେକ ସ୍ଥାନ ବୁଲିହୁଏ।
* ମଡିକେରୀ: ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ମଡିକେରୀ ହେଉଛି କର୍ନାଟକର କୋଡ଼ଗୁ ଜିଲାରେ ଅବସ୍ଥିତ ଏକ ଶୈଳନିବାସ ଟାଉନ୍‌। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଟାଉନ୍‌ରେ ଦେଖିବାକୁ ରହିଛି ଅନେକ ପାହାଡ଼, ଝରଣା, ସବୁଜ ବନାନୀ, କଫି ବଗିଚା, ଐତିହାସିକ ତଥା ଧାର୍ମିକ ସ୍ଥଳୀ। ବଜେଟ୍‌ ପ୍ରେଣ୍ଡଲି ଡେଷ୍ଟିନେଶନ ଭାବେ ବି ଏହାର ରହିଛି ଭିନ୍ନ ଏକ ଖ୍ୟାତି। ତେବେ ଅନ୍ୟଦିନ ତୁଳନାରେ ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ଏହି ସମୟରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।
* ମାଥେରାନ୍‌: ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଏକ ପ୍ରସିଦ୍ଧ ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଥିବା ଏହି ଶୈଳନିବାସରେ ପର୍ଯ୍ୟଟକ ପ୍ରାୟ ୪୦ଟି ପଏଣ୍ଟ, ଦୁଇଟି ହ୍ରଦ, ଦୁଇଟି ପାର୍କ ତଥା ୪/୫ଟି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଥିବା ସନ୍‌ସେଟ୍‌ ପଏଣ୍ଟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ। ଖାସ୍‌ କରି ଖରାଛୁଟି କଟାଇବା ପାଇଁ ଏହା ଏକ ଲୋକପ୍ରିୟ ବଜେଟ୍‌ ପ୍ରେଣ୍ଡଲି ଡେଷ୍ଟିନେଶନ।
* ମାଉଣ୍ଟ ଆବୁ: ସବୁଜ ବନାନୀ ତଥା ଉଚ୍ଚ ପାହାଡ଼ ଦ୍ୱାରା ଘେରି ହୋଇ ରହିଥିବା ରାଜସ୍ଥାନସ୍ଥିତ ଏହି ଶୈଳନିବାସଟିର ପରିବେଶ ଖରାଦିନେ ବେଶ୍‌ ଆରାମଦାୟକ ରହିଥାଏ। ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ଏକାଧିକ ଐତିହାସିକ ମନ୍ଦିର, ଦୁର୍ଗ ତଥା ମାଉଣ୍ଟ ଆବୁ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲି ଦେଖିବାର ମଜା ମଧ୍ୟ ନେଇପାରିବେ। ବଜେଟ୍‌ ଫ୍ରେଣ୍ଡଲି ହୋଇଥିବାରୁ ଏଠାକୁ ଯିବାକୁ ପର୍ଯ୍ୟଟକଙ୍କୁ ବିଶେଷ କିଛି ଅସୁବିଧା ହୋଇ ନଥାଏ।
* ପଞ୍ଚଗନୀ: ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଏହି ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୧୨୯୩ ମିଟର ଉଚ୍ଚତାରେ ଥିବା ଏହି ସ୍ଥାନଟି ବି ହେଉଛି ଏକ ବଜେଟ୍‌ ପ୍ରେଣ୍ଡଲି ଡେଷ୍ଟିନେଶନ। ମନୋରମ ପରିବେଶ ଭିତରେ ଆବଦ୍ଧ ହୋଇ ରହିଥିବା ପଞ୍ଚଗନୀର ଜଳବାୟୁ ଗ୍ରୀଷ୍ମଦିନେ ବେଶ୍‌ ଥଣ୍ଡା ପ୍ରଦାନ କରୁଥିବାରୁ ଏଠାରେ ଗ୍ରୀଷ୍ମଛୁଟି କଟାଇବାକୁ ବହୁତ ଭଲ ଲାଗିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri