Posted inଫୁରସତ

କମ୍‌ ଖର୍ଚ୍ଚରେ ଭ୍ରମଣ

* ଔଲି: ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଅବସ୍ଥିତ ଔଲି ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ଶୈଳନିବାସ। ତେଣୁ କରି ବର୍ଷସାରା ଏଠାକାର ଜଳବାୟୁ ବେଶ୍‌ ଶୀତଳ ରହିଥାଏ। ଖାସ୍‌କରି ଖରାଦିନେ ଏଠାକୁ ବୁଲି ଆସିଲେ ଦେହମନକୁ ଖୁବ୍‌ ଶାନ୍ତି ମିଳିଥାଏ। ତା’ଛଡ଼ା ଏହା ଏକ ଲୋକପ୍ରିୟ ସ୍କିଂ ପଏଣ୍ଟ ଭାବେ ମଧ୍ୟ ଜଣାଶୁଣା। ବିଶେଷକରି ଶୀତଦିନେ ଏଠାରେ ହେଉଥିବା ତୁଷାରପାତରେ ସ୍କିଂ କରିବାର ମଜା ହିଁ କିଛି ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକଙ୍କୁ। ଜୋଶୀମଠ, ତପୋବନ, ନନ୍ଦା ଦେବୀ, ମାନା ପର୍ବତ, ଔଲି ଆର୍ଟିଫିସିଆଲ୍‌ ଲେକ୍‌ ଇତ୍ୟାଦି ହେଉଛି ଏଠାକାର କେତୋଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ; ଯେଉଁଠିକୁ ଖୁବ୍‌ କମ୍‌ ଖର୍ଚ୍ଚରେ ବୁଲି ଯାଇହେବ।
* ସକଲେଶପୁର: କର୍ନାଟକର ହାସନ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ଶୈଳନିବାସ ହେଉଛି ସକଲେଶପୁର। ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପର୍ବତୀୟ ପର୍ଯ୍ୟଟନସ୍ଥଳୀରେ ରହିଛି ଅନେକ ମନଛୁଆଁ ଦର୍ଶନୀୟସ୍ଥାନ। ବିଶେଷକରି କଫି, ଅଳେଇଚ, ଗୋଲମରିଚ ତଥା ଏରିକା ପାମ୍‌ ଚାଷ ପାଇଁ ଏହି ସ୍ଥାନର ରହିଛି ଭିନ୍ନ ଏକ ପରିଚୟ। ତା’ଛଡ଼ା ଖରାଦିନେ ଏଠାକାର ଶୀତଳ ଜଳବାୟୁ ଦେହ ଓ ମନକୁ ବେଶ୍‌ ଶାନ୍ତି ପ୍ରଦାନ କରିଥାଏ। ତେଣୁ ଅନ୍ୟଦିନ ତୁଳନାରେ ଖରାଦିନ ଆସିଲେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳେ। କାରଣ ଏଠାରେ ଖୁବ୍‌ କମ୍‌ ଖର୍ଚ୍ଚରେ ଅନେକ ସ୍ଥାନ ବୁଲିହୁଏ।
* ମଡିକେରୀ: ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ମଡିକେରୀ ହେଉଛି କର୍ନାଟକର କୋଡ଼ଗୁ ଜିଲାରେ ଅବସ୍ଥିତ ଏକ ଶୈଳନିବାସ ଟାଉନ୍‌। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଟାଉନ୍‌ରେ ଦେଖିବାକୁ ରହିଛି ଅନେକ ପାହାଡ଼, ଝରଣା, ସବୁଜ ବନାନୀ, କଫି ବଗିଚା, ଐତିହାସିକ ତଥା ଧାର୍ମିକ ସ୍ଥଳୀ। ବଜେଟ୍‌ ପ୍ରେଣ୍ଡଲି ଡେଷ୍ଟିନେଶନ ଭାବେ ବି ଏହାର ରହିଛି ଭିନ୍ନ ଏକ ଖ୍ୟାତି। ତେବେ ଅନ୍ୟଦିନ ତୁଳନାରେ ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ଏହି ସମୟରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।
* ମାଥେରାନ୍‌: ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଏକ ପ୍ରସିଦ୍ଧ ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଥିବା ଏହି ଶୈଳନିବାସରେ ପର୍ଯ୍ୟଟକ ପ୍ରାୟ ୪୦ଟି ପଏଣ୍ଟ, ଦୁଇଟି ହ୍ରଦ, ଦୁଇଟି ପାର୍କ ତଥା ୪/୫ଟି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଥିବା ସନ୍‌ସେଟ୍‌ ପଏଣ୍ଟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ। ଖାସ୍‌ କରି ଖରାଛୁଟି କଟାଇବା ପାଇଁ ଏହା ଏକ ଲୋକପ୍ରିୟ ବଜେଟ୍‌ ପ୍ରେଣ୍ଡଲି ଡେଷ୍ଟିନେଶନ।
* ମାଉଣ୍ଟ ଆବୁ: ସବୁଜ ବନାନୀ ତଥା ଉଚ୍ଚ ପାହାଡ଼ ଦ୍ୱାରା ଘେରି ହୋଇ ରହିଥିବା ରାଜସ୍ଥାନସ୍ଥିତ ଏହି ଶୈଳନିବାସଟିର ପରିବେଶ ଖରାଦିନେ ବେଶ୍‌ ଆରାମଦାୟକ ରହିଥାଏ। ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ଏକାଧିକ ଐତିହାସିକ ମନ୍ଦିର, ଦୁର୍ଗ ତଥା ମାଉଣ୍ଟ ଆବୁ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲି ଦେଖିବାର ମଜା ମଧ୍ୟ ନେଇପାରିବେ। ବଜେଟ୍‌ ଫ୍ରେଣ୍ଡଲି ହୋଇଥିବାରୁ ଏଠାକୁ ଯିବାକୁ ପର୍ଯ୍ୟଟକଙ୍କୁ ବିଶେଷ କିଛି ଅସୁବିଧା ହୋଇ ନଥାଏ।
* ପଞ୍ଚଗନୀ: ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଏହି ଶୈଳନିବାସ। ସମୁଦ୍ରପତ୍ତନଠାରୁ ପ୍ରାୟ ୧୨୯୩ ମିଟର ଉଚ୍ଚତାରେ ଥିବା ଏହି ସ୍ଥାନଟି ବି ହେଉଛି ଏକ ବଜେଟ୍‌ ପ୍ରେଣ୍ଡଲି ଡେଷ୍ଟିନେଶନ। ମନୋରମ ପରିବେଶ ଭିତରେ ଆବଦ୍ଧ ହୋଇ ରହିଥିବା ପଞ୍ଚଗନୀର ଜଳବାୟୁ ଗ୍ରୀଷ୍ମଦିନେ ବେଶ୍‌ ଥଣ୍ଡା ପ୍ରଦାନ କରୁଥିବାରୁ ଏଠାରେ ଗ୍ରୀଷ୍ମଛୁଟି କଟାଇବାକୁ ବହୁତ ଭଲ ଲାଗିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

‘ଉସମାନ ହାଦି ଆମ ହୃଦୟରେ ରହିବେ’ ହାଦିଙ୍କ ଶେଷ ଯାତ୍ରାରେ ଯୋଗଦେଇ ୟୁନୁସ କହିଲେ…

ଢାକା,୨୧।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଛାତ୍ର ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଆଦର୍ଶକୁ ଆଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri