ଲୋ ବ୍ଲଡ୍‌ପ୍ରେସର ଓ ଅଙ୍ଗୁର

ସାଧାରଣତଃ ବ୍ଲଡପ୍ରେସର ଦୁଇ ପ୍ରକାରର-ହାଇ ବ୍ଲଡ୍‌ପ୍ରେସର ଏବଂ ଲୋ ବ୍ଲଡପ୍ରେସର। ତେବେ ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଆପଣ ଲୋ ବ୍ଲଡ୍‌ପ୍ରେସର ସମସ୍ୟା ସହ ଜଡ଼ିତ, ତେବେ ନିୟମିତ ଖାଦ୍ୟ ତାଲିକାରେ ଅଙ୍ଗୁର ସାମିଲ କରନ୍ତୁ। ଏହାକୁ ନିୟମିତ ଖାଇଲେ ତାହା ଲୋ ବ୍ଲଡପ୍ରେସରଠାରୁ ଜଣକୁ ଅନେକାଂଶରେ ଦୂରେଇ ରଖିଥାଏ। ଏପରି ରୋଗୀଙ୍କ ପାଇଁ ଓଟ୍‌ସ ଆହୁରି ଉପକାରୀ। ପ୍ରତିଦିନ ରସୁଣ ଖାଇଲେ ଲୋ ବ୍ଲଡ୍‌ପ୍ରେସର ନିୟନ୍ତ୍ରିତ ରହିଥାଏ। କେବଳ ସେତିକି ନୁହେଁ, ଖାଦ୍ୟ ତାଲିକାରେ ଆଇରନ୍‌ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ଆପଣ ବ୍ଲଡ୍‌ପ୍ରେସର ସମସ୍ୟା ସହ ଜଡ଼ିତ, ତେବେ ନିୟମିତ ସମୟ ଅନ୍ତରାଳରେ ଏହାର ପରିମାଣ ଚେକ୍‌ କରିନିଅନ୍ତୁ।