ଅଦିନିଆ ବର୍ଷା, ବିଳମ୍ବିତ ହେବ ବାଦାମଚାଷ

ରସୁଲପୁର,୫ା୧୧(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ ଅଦିନିଆ ବର୍ଷା ହୋଇଛି। ରବି ଋତୁରେ ଅଣଧାନ ଫସଲ ପାଇଁ ବର୍ଷା ଉପଯୋଗୀ ବୋଲି କୁହାଯାଉଛି। ହେଲେ ଅଧିକ ବର୍ଷା ବର୍ଷିଲେ ପରିବା ଚାଷକୁ କ୍ଷତି ପହଞ୍ଚାଇବା ସହ ବାଦାମ ଚାଷ ବିଳମ୍ବିତ ହେବ ବୋଲି ଚାଷୀ ମତ ରଖିଛନ୍ତି। ବିଶେଷକରି ବାଦାମ ଚାଷ ପାଇଁ ପ୍ରସ୍ତୁତ ହୋଇଥିବା କ୍ଷେତର ଆର୍ଦ୍ରତା ବଢିଯିବ। ବିଲ ନ ଶୁଖିବା ପର୍ଯ୍ୟନ୍ତ ବାଦମ ଲଗାଇବା ସମ୍ଭବ ହେବନାହିଁ। ଏହି କାରଣରୁ ବାଦମ ବୁଣିବା ପ୍ରକ୍ରିୟା ଆହୁରି ସପ୍ତାହେ ବିଳମ୍ବ ହୋଇପାରେ ବୋଲି ଆକଳନ କରାଯାଉଛି।
ପରିବର୍ତ୍ତିତ ପାଣିପାଗ ସ୍ଥିତିରେ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। କାର୍ତ୍ତିକ ମାସରେ ଦିନ ତାପମାତ୍ର ସମ୍ଭାବ୍ୟ ସ୍ଥିତିରୁ ୪ ରୁ ୫ଡିଗ୍ରୀରୁ ଊର୍ଦ୍ଧ୍ୱ ଉଷ୍ମ ରହୁଛି। ରାତିରେ ଥାଣ୍ଡାର ପରିମାଣ କମିଯାଉଛି। ଏଭଳିସ୍ଥିତିରେ ଶୀତଦିନିଆ ଫସଲ ପ୍ରଭାବିତ ହେଉଛି। ହେଲେ ଗତ କିଛି ସପ୍ତାହ ହେଲା ଅନୁକୂଳ ପାଗଯୋଗୁ ଚାଷୀମାନେ ଖରିଫ ଋତୁର ଫସଲ ଉପତ୍ାଦନ ସାରିବା ସହ ରବି ଋତୁର ବାଦାମ ଚାଷ ପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି।
ବ୍ଲକ ଅଞ୍ଚଳରେ ୫ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ବାଦାମ ଚାଷ ହେଉଛି। ଏହିଚାଷ ପାଇଁ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯଥା; ରହାତି ଦରରେ ବାଦାମ ବିହନ ମିଳିବା, ଉତ୍ପାଦିତ ବାଦମକୁ ସରକାରୀ ମଣ୍ଡିରେ ବିକ୍ରି କରିବା, ବାଦାମ ଚାଷରେ ବ୍ୟବହୃତ ସାର, ଔଷଧ, ଜଳସେଚନ ଆଦିକୁ ସୁବିଧାରେ ଉପଲବ୍ଧ କରାଇବା ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ହୋଇପଡିଥିବା ବେଳେ ଚାଷୀ କେବେଳ ନିଜସ୍ବ ଉତ୍ପାଦିତ ବିହନ, ଘରୋଇ ବିହନ ସଂଗ୍ରହ ଉପରେ ନିର୍ଭର କରୁଛନ୍ତି। ଫସଲକୁ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଉପାଦାନକୁ ଖୋଲାବଜାରରୁ ଚଢ଼ା ଦରରେ କ୍ରୟ କରି ଖର୍ଚ୍ଚାନ୍ତ ହେଉଛି। ମଣ୍ଡି ବ୍ୟବସ୍ଥା ଠିକ୍‌ ଭାବରେ କାର୍ଯ୍ୟ କରୁ ନ ଥିବାରୁ ବାଦାମ ଫସଲ ଅମଳ ସମୟରେ କଳା ବ୍ୟବସାୟୀଙ୍କ ଦ୍ୱାରା ଶିକାର ହୋଇ କ୍ଷତି ସହୁଛନ୍ତି। ଏହାରି ଉପରେ ପରିବର୍ତ୍ତିତ ପାଣିପାଗ ଚାଷୀମାନଙ୍କ ଉପରେ ଭାରି ପଡୁଛି। ଚଳିତ ଋତୁରେ ବାଦାମ ଚାଷକୁ ଲକ୍ଷ୍ୟ କଲେ ସରକାରୀ ବାଦାମ ବିହନ ବ୍ୟବସ୍ଥା କେବଳ ଅନଲାଇନରେ ସମୀତ ହୋଇ ରହିଛି। ଚାଷୀମାନେ ଅନଲାଇନରେ ବିହନ ପାଇଁ ପଞ୍ଜୀକରଣ କରି ବାଦାମ ବିହନ ସଂଗ୍ରହ କରିବା ବେଳକୁ କ୍ଷେତ ପଡିଆ ପଡିଯିବ। ସେ ଦିଗରେ ଚାଷୀ ଆଗ୍ରହ ଜୁଟାଉ ନ ଥିବା ଲକ୍ଷ୍ୟ କରାଯାଉଛି। ଚାଷ ତରତର ନୀତିରେ ଚାଷୀ ଖୋଲା ବାଜରରୁ ବାଦାମ ବିହନ କ୍ରୟ କରି ଚାଷ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଅଦିନିଆ ବର୍ଷା ଚାଷୀଙ୍କ ଏଭଳି ପ୍ରୟାସରେ କିଛିଟା ବିରାମ ଦେଇଛି। ସରକାରୀ ବିହନ ମିଳୁ ନ ଥିବାରୁ ଚାଷୀ ଖୋଲା ବଜାରରୁ ଧଳାବାଦାମ ବିହନ କୁଇଁଟାଲ ପିଛା ୧୦ ହଜାରରୁ ୧୨ହଜାର ଟଙ୍କାରେ କ୍ରୟ କରୁଛନ୍ତି। ନାଲି ବାଦାମ ବିହନ ଆହୁରି ୧୦୦୦ ଟଙ୍କାରୁ ଊର୍ଦ୍ଧ୍ୱରେ କିଣିବାକୁ ପଡୁଛି। ଦରରେ ସ୍ଥିରତା ରହୁନାହିଁ। ଚାଷୀଙ୍କ ଚାହିଦା ମୁତାବକ ବଜାରରେ ବାଦାମ ବିହନ ଦରରେ ପରିବର୍ତ୍ତନ ଆସିଯାଉଛି। ବିହନ ଦରକୁ ନେଇ ମନୁଷ୍ୟକୃତ ଅସ୍ଥିରତାରେ ରୋକ ଲଗାଇବାରେ ସରକାର ବିଫଳ ହେଉଛନ୍ତି ବୋଲି ମନେ ହେଉଛି। ଏସବୁ ପରେ ପାଣିପାଗ ସ୍ଥିତି ଚାଷୀଙ୍କୁ ନିରାଶ କରୁଛି।
ଚଳିତବର୍ଷର ପାଣିପାଗକୁ ନେଇ ବିଶେଷଜ୍ଞ ପୂର୍ବାନୁମାନ ବାଦାମ ଚାଷୀଙ୍କ ମନରେ ଛନକା ପସାଇଛି। ବାଦମ ଫସଲ ପାଇଁ ଶୀତ ରାତିରେ କାକର ଓ ଥଣ୍ଡା ଜଳାବାୟୁ ଅନୁକୂଳ ହୋଇଥାଏ। କମ୍‌ ଶୀତ ଓ ଅଧିକ ଗରମ ପୂର୍ବାନୁମାନ ଚାଷୀମାନଙ୍କୁ ଅଧିକ ନିରାଶ କରିଛି। ସଅଳ ବାଦାମ ବୁଣି ଖରାର ପ୍ରକୋପ ପୂର୍ବରୁ ବାଦାମ ଅମଳ କରିବାକୁ ଚାଷୀ ଲକ୍ଷ୍ୟ ରଖିଛନ୍ତି। କ୍ଷେତକୁ ଜଳସେଚନ ସୁବିଧା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଖରାରୁ ବାଦାମଗଛକୁ ବଞ୍ଚାଇବା ସମ୍ଭବ ହୋଇପାରିବ ନାହିଁ। ମାର୍ଚ୍ଚ ପୂର୍ବରୁ ବାଦାମ ଫସଲ ଅମଳ ନ ହେଲେ ଖରାରେ ବାଦାମ ଗଛ ଜଳିଯିବା ସହ ଉତ୍ପାଦନ ପ୍ରଭାବିତ ହେବ ବୋଲି ଚାଷୀ ଏବେଠାରୁ ଆକଳନ ଲଗାଇବା ଆରମ୍ଭ କଲେଣି। ଚାଷ ଆରମ୍ଭ ସମୟରେ ଅଦିନିଆ ବର୍ଷା ବାଦାମ ଚାଷ ପ୍ରତି ବିଶେଷ କ୍ଷତି ପହଁଚାଇବ ବୋଲି ଅଗ୍ରଣୀ ବାଦାମ ଚାଷୀମାନେ ମତପୋଷଣ କରୁଛନ୍ତି। ତେଣୁ ଚାଷୀକୂଳ ସ୍ଥିତିକୁ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri