Categories: ଖେଳ

ଲଢିକି ହାରିଗଲେ ଲଭଲିନା: ବ୍ରୋଞ୍ଚ ପଦକରେ ସନ୍ତୁଷ୍ଟ

ଟୋକିଓ,୪।୮: ଆଜି ଟୋକିଓ ଅଲିମ୍ପିକ୍ସର ୧୩ତମ ଦିନ। ମହିଳା ବକ୍ସର ଲଭଲିନା ବୋର୍ଗୋହେନ ତୁର୍କୀର ବିଶ୍ୱ ଚାମ୍ପିଅନ ବୁସେନାଜ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ ହାରି ଯାଇଛନ୍ତି। ଯଦିଓ ଲଭଲିନା ପଦକ ନିଶ୍ଚିତ କରିସାରିଛନ୍ତି। ସେମିଫାଇନାଲରେ ହାରିବା ସହିତ ତାଙ୍କୁ ବ୍ରୋଞ୍ଜ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଛି। ଏହାସହ ଏମ୍‌ସି ମେରିକମଙ୍କ ପରେ ଲଭଲିନା ବକ୍ସିଂରେ ପଦକ ଜିତିବାରେ ଦ୍ୱିତୀୟ ମହିଳା ହୋଇଛନ୍ତି। ପୂର୍ବରୁ ଭାରତୀୟ ରେସଲରମାନେ ଭଲ ପ୍ରଦର୍ଶନ କରିଥିଲେ। ରବି କୁମାର ଏବଂ ଦୀପକ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Share