ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନାହିଁ। ଗଛ ମୂଳରେ ଗୋଟିଏ ବ୍ୟାଗ ଓ ଯୁବତୀ ଯୁବକଙ୍କ ଚପଲ ପଡ଼ିଛି। ବିନିକା ପୋଲିସ ଗୁରୁବାର ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିନିକା ଗୁଲୁଣ୍ଡା କୁଷ୍ଠ ଆଶ୍ରମ ଠାରେ ଓଢଣୀ ଲଗାଇ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି l

 

Dharitri – Odisha’s No.1 Odia Daily

 

Share