Categories: ଫୁରସତ

ପ୍ରେମିକଙ୍କ ଘର ଜାଳିଦେଲେ ପ୍ରେମିକା

ଓ୍ବାଶିଂଟନ୍‌: ଫୋନ୍‌ କଲ୍‌କୁ କେନ୍ଦ୍ର କରି ଆମେରିକା ଟେକ୍ସାସ୍‌ରେ ଜଣେ ଯୁବତୀ ତାଙ୍କ ବଏଫ୍ରେଣ୍ଡଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ୨୩ ବର୍ଷୀୟା ସେନାଇଡା ମାରି ସୋଟୋ ପ୍ରେମିକଙ୍କୁ ଫୋନ୍‌ କରିଥିଲେ। ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ କଲ୍‌ ରିସିଭ୍‌ କରିବା ପରେ ସେନାଇଡା ରାଗି ଯାଇଥିଲେ। ରାତି ୨ଟାବେଳେ ସେ ତାଙ୍କ ବଏଫ୍ରେଣ୍ଡ ଘର କବାଟ ଭାଙ୍ଗି ନିଆଁ ଲଗାଇ ଦେଲେ। ଏହାପରେ ସେନାଇଡା ଜଳୁଥିବା ଆସବାବପତ୍ରର ଏକ ଭିଡିଓ ତାଙ୍କ ଏବଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ।
ବଏଫ୍ରେଣ୍ଡ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିନେଇଛି। ପୋଲିସ ସୂଚନା ଅନୁଯାୟୀ ସୋଇଇଡା ପ୍ରେମିକଙ୍କ ଘରୁ ବହୁ ଜିନିଷ ଚୋରି କରି ନେଇଛନ୍ତି। ଏ ଘଟଣାରେ ଯୁବକଙ୍କର ପାଖାପାଖି ୫୦ ହଜାର ଡଲାର କ୍ଷତି ହୋଇଥିବା ଜଣାପଡ଼ିଛି।

Share