ଜିତିଗଲା ପ୍ରେମ:ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରମୋଦିନୀ

ତିର୍ତ୍ତୋଲ,୨ା୩(ଡି.ଏନ୍‌.ଏ.): ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କନକପୁର ଅଞ୍ଚଳର ପ୍ରମୋଦିନୀ ରାଉଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ବାଳକାଟି ନିକଟ ଝିଇଣ୍ଟିପାଟଣାର ସରୋଜ କୁମାର ସାହୁଙ୍କୁ ବିବାହ କରିଛନ୍ତି। ସରୋଜ ଏବେ କଟକରେ ମେଡିସିନ୍‌ ରିପ୍ରେଜେଣ୍ଟିଭ ଭାବେ କାର୍ଯ୍ୟ କରୁଛନ୍ତି। ସେ ପ୍ରମୋଦିନୀଙ୍କ ଚିକିତ୍ସାରେ ସହଯୋଗ କରିଥିଲେ। ୨୦୧୮ରେ ଲକ୍ଷ୍ନୌଠାରେ ଉଭୟଙ୍କ ରିଙ୍ଗ ସେରିମନି ଅନୁଷ୍ଠିତ ହୋଇଥିଲା। ଏବେ ପରିବାରବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି। ଏସିଡ୍‌ ଆକ୍ରମଣରେ ପ୍ରମୋଦିନୀଙ୍କ ରୂପ ବିଗିଡ଼ିଯାଇଛି ସତ, ହେଲେ ତାଙ୍କ ଜୀବନର ପଥ ଅଟକିଯାଇନି। ସରୋଜଙ୍କ ବିଶାଳ ହୃଦୟ ଏବଂ ଉଭୟଙ୍କ ନିଚ୍ଛକ ପ୍ରେମ ସବୁ ଦୁଃଖକୁ ତୁଚ୍ଛ କରିଦେଇଛି।
୨୦୦୯ ଏପ୍ରିଲ ୧୮ରେ ପ୍ରମୋଦିନୀ ଏସିଡ୍‌ ଆକ୍ରମଣର ଶିକାର ହୋଇଥିଲେ। ସେ ସେତେବେଳେ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ କଳା ବିଭାଗର ଛାତ୍ରୀ ଥିଲେ। ପାରା ମିଲିଟାରି କ୍ୟାମ୍ପର ଯବାନ ଭାବେ କାର୍ଯ୍ୟରତ ଭଦ୍ରକ ଅଞ୍ଚଳର ସନ୍ତୋଷ କୁମାର ବେଦାନ୍ତ ତାଙ୍କୁ ଏକତରଫା ପ୍ରେମ କରୁଥିଲେ। ସନ୍ତୋଷ ଏଥିରେ ବିଫଳ ହେବାରୁ ହିଂସ୍ର ହୋଇ ପଡ଼ିଥିଲେ। ଜଣେ ସମ୍ପର୍କୀୟ ଭାଇଙ୍କ ସହ ପ୍ରମୋଦିନୀ ସାଇକେଲରେ ଯାଉଥିବା ବେଳେ ସନ୍ତୋଷ ତାଙ୍କ ଉପରକୁ ଏସିଡ୍‌ ପକାଇ ଫେରାର ହୋଇଯାଇଥିଲେ। ଏବେ ସେ ଜଗତ୍‌ସିଂହପୁରସ୍ଥିତ ଉପକାରାଗାରାରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଅପରପକ୍ଷେ ଗୁରୁତର ଅବସ୍ଥାରେ ପ୍ରମୋଦିନୀଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦିନୀ କୋମାକୁ ଚାଲିଯାଇଥିଲେ। ୬ ବର୍ଷ କାଳ କୋମାରେ ରହିବା ପରେ ୨୦୧୪ରେ ସୁସ୍ଥ ହୋଇଥିଲେ। ମାତ୍ର ସେତେବେଳକୁ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଏହା ପରଠାରୁ ପ୍ରମୋଦିନୀ ଏକ ଏନଜିଓ ସହ ଜଡ଼ିିତ ହୋଇ କାମ କରୁଥିଲେ। ଏହି ସମୟରେ ସରୋଜଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ପ୍ରମୋଦିନୀଙ୍କୁ ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଚିକିତ୍ସାରେ ସହଯୋଗ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହି ସମ୍ପର୍କ ନିବିଡ ହେବାପରେ ଉଭୟ ପରସ୍ପରକୁ ବିବାହ କରିବାକୁ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri