ସ୍କୁଲ ୟୁନିଫର୍ମରେ ଯୁବତୀଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ ଥିଲା।

୧୩ ବର୍ଷ ବୟସର ଆୟେଶା ଶ୍ରଫ୍‌ ସ୍କୁଲ ଯିବା ପାଇଁ ୟୁନିଫର୍ମ ପିନ୍ଧି ରାସ୍ତାରେ ଛିଡ଼ା ହୋଇଥିଲେ। ରାସ୍ତାରେ ତାଙ୍କୁ ଦେଖି ଘଡ଼ିଏ ଅଟକି ଯାଇଥିଲେ ଜ୍ୟାକି। ଧିରେ ଧିରେ ଚିହ୍ନା ପରିଚୟ ବଢ଼ିଥିଲା। ମାତ୍ର ଜ୍ୟାକି ଆଉ ଜଣଙ୍କୁ ମଧ୍ୟ ଡେଟ୍‌ କରୁଥିବା ନେଇ ତାଙ୍କୁ ଜଣାଇ ନ ଥିଲେ। ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଆମେରିକା ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟ ବିବାହ କରିବାର ଯୋଜନା ଥିଲା। ହେଲେ ଆୟେଶାଙ୍କ ଯୋଗୁ ସବୁ ବିଗିଡ଼ି ଯାଇଥିଲା। ଆୟେଶା ଏହା ଜାଣିବା ପରେ କ’ଣ କରିବେ ଜାଣି ପାରି ନ ଥିଲେ।

ଜ୍ୟାକିଙ୍କୁ ସବୁଦିନ ପାଇଁ ଭୁଲିଯିବେ ନା ପୂର୍ବ ପ୍ରେମିକାଙ୍କୁ ଉଭୟଙ୍କ ବିଷୟରେ ଜଣାଇବେ ତାହା ଆୟେଶା ଭାବି ପାରି ନ ଥିଲେ। ଶେଷରେ ଜ୍ୟାକିଙ୍କ ପ୍ରେମିକାଙ୍କୁ ଏକ ଚିଠି ଲେଖି ସବୁ ଜଣାଇଥିଲେ ସେ। ଏହାପରେ ପାରିବାରିକ ସମସ୍ୟା ମୁଣ୍ଡ ଟେକିଥିଲା।
ବମ୍ବେର ବସ୍ତି ଅଞ୍ଚଳରେ ରହୁଥିଲେ ଜ୍ୟାକି। ହେଲେ ଆୟେଶା ସମ୍ଭ୍ରାନ୍ତ ଘରର ଥିଲେ। ଉଭୟଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିବା ପରେ ଆୟେଶାଙ୍କ ମା’ ଅରାଜି ହୋଇଥିଲେ। ମାତ୍ର ପ୍ରେମର ଜିତ୍‌ ହୋଇଥିଲା। ୧୯୮୭ ଜୁନ୍‌ ୫ରେ ସେମାନେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ଟାଇଗରଙ୍କ ଜନ୍ମ ହୋଇଥିଲା।

Share