Posted inଫୁରସତ

ଫେସ୍‌ବୁକରୁ ପ୍ରେମ; ବିବାହ ପାଇଁ ଗୁଜରାଟରୁ ପାଟନା ଆସିଲେ ହୀରା ବ୍ୟବସାୟୀଙ୍କ ଝିଅ

ପାଟନା, ୩୧।୮: ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିଲା ବନ୍ଧୁତ୍ୱ। ଏହାପରେ ଏହା ପ୍ରେମକୁ ରୂପାନ୍ତରିତ ହୋଇଥିଲା। ପରିବର୍ତ୍ତନଶୀଳ ଦୁନିଆରେ ଏବଂ ଡିଜିଟାଲ ଦୁନିଆରେ ଏହା ଏକ ସାଧାରଣ କଥା। କିନ୍ତୁ ବିହାରର ପାଟନାରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଯାଇଛି ଯାହା ସମସ୍ତଙ୍କ ଚକିତ କରିଦେଇଛି। ଗୁଜରାଟରେ ହୀରା ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ଝିଅ ଚାର୍ଟାଡ ଆକାଉଣ୍ଟାଟ୍‌ ପାଠ ପଢ଼ୁଥିବା ଆକାଶ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ବିବାହ କରିଛନ୍ତି। ବିବାହ କରିବା ପାଇଁ ଯୁବତୀଜଣଙ୍କ ଗୁଜରାଟରୁ ଆକାଶଙ୍କ ଘର ପାଟନାକୁ ପଳାଇ ଆସିଥିଲେ। ରବିବାର ରାତିରେ ପାଟନା ଗାନ୍ଧୀ ମଇଦାନ ପୋଲିସ ଷ୍ଟେସନ ନିକଟସ୍ଥ ଏକ ମନ୍ଦିରରେ ଯୁବତୀଜଣଙ୍କ ନିଜର ଦିବ୍ୟଙ୍ଗ ପ୍ରେମିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାପରେ ପୁଅ ଘର ପକ୍ଷରୁ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରାଯାଇଥିଲା। କିନ୍ତୁ ଠିକ୍‌ ଏତିକିବେଳେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଗୁଜରାଟ ପୋଲିସ ଓ ପାଟନା ପୋଲିସ ମିଳିତଭାବେ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ଗିରଫ କରିଥିଲେ। ଏହାପରେ ଉଭୟଙ୍କ ସ୍ଥାନୀୟ କଦମକୁଅଁା ଥାନାକୁ ନିଆଯାଇଥିଲା। ଯେଉଁଠାରୁ ଗୁଜରାଟ ପୋଲିସ ପ୍ରେମୀ ଯୁଗଳଙ୍କୁ ବିମାନରେ ନେଇ ପଳାଇଥିଲା। କମଦକୁଅଁା ଥାନା ଅଧିକାରୀ କହିଛନ୍ତି, ଝିଅକୁ ନେଇ ପଳାଇ ଆସିଥିବା ଅଭିଯୋଗରେ ପ୍ରେମିକ ଆକାଶଙ୍କ ନାମରେ ପ୍ରେମିକାଙ୍କ ବାପା ତଥା ହୀରା ବ୍ୟବସାୟୀ ଗୁଜରାଟ ପୋଲିସ ନିକଟରେ ମାମଲା ରୁଜୁ କରିଥିଲେ। ଝିଅ ନାବାଳିକା ଥିବା ଅଭିଯୋଗରେ କୁହାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri