‘ଖାଣ୍ଟି ଓଡ଼ିଆଭାବେ ମାତୃଭୂମି, ମାତୃଭାଷାକୁ ଭଲ ପାଅ’

ନବରଙ୍ଗପୁର,୧୨।୩(ବି.ପ୍ର.): ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଆ ବିଭାଗର ମୁଖ୍ୟ ତଥା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ବରୀ ସାହୁ ଅଧ୍ୟକ୍ଷତା କରି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସର ମହତ୍ତ୍ବ ସମ୍ପର୍କରେ ଅବଗତ କରାଇଥିଲେ। ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ନବରଙ୍ଗପୁରର ଅଧ୍ୟକ୍ଷ ଡ. ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଉତ୍ପତ୍ତି, ବିକାଶକ୍ରମ ସହିତ ଶାସ୍ତ୍ରୀୟ ମାନ୍ୟତା ପାଇବା ପଛରେ କ’ଣ ସବୁ ଉଦ୍ଦେଶ୍ୟ ରହିଥିଲା ସେ ସମ୍ପର୍କରେ ସୂଚାଇଥିଲେ। ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଡ. ସଂଯୁକ୍ତା ପଣ୍ଡା ଅନ୍ୟତମ ବକ୍ତା ଭାବରେ ଯୋଗଦେଇ ନିଜ ଜନ୍ମଦାତ୍ରୀ ମାଆ, ମାତୃଭୂମି, ମାତୃଭାଷାକୁ ଜଣେ ଖାଣ୍ଟି ଓଡ଼ିଆ ଭାବରେ କିଭଳି ଭଲ ପାଇବା ଆବଶ୍ୟକ ସେ ସମ୍ପର୍କରେ ବୁଝାଇଥିଲେ। ଓଡ଼ିଆ ବିଭାଗର ଛାତ୍ରୀମାନେ ଏହି ଦିବସର ମହତ୍ତ୍ବ ସମ୍ପର୍କରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ମହାବିଦ୍ୟାଳୟ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ନୃପେନ୍ଦ୍ର ନାଥ ଖୋସ୍‌ଲା, ଅଧ୍ୟାପିକା ତାଇରା ବେଗମ୍‌, ଡ. ଏମ୍‌ ରୋହିଣୀ ରାଣୀ, ତରନୁମ୍‌ ଆରା ଯୋଗଦେଇଥିଲେ। ଓଡ଼ିଆ ବିଭାଗର ଅନ୍ୟତମ ଅଧ୍ୟାପକ ଲକ୍ଷ୍ମୀକାନ୍ତ ସୌରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଯୋଡ଼ା,୧୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ...

ଶ୍ରୀମନ୍ଦିର ଟଙ୍କା ଫେରିବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ଭାଜପା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନ ରଖି ୟେସ୍‌ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ। ଶ୍ରୀମନ୍ଦିରର ୫୪୫...

ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨୦ ଗୋରୁ ମୃତ, ବଜରଙ୍ଗ ଦଳର ଧାରଣା

ଧର୍ମଶାଳା,୨୨ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରଥିଆ ନିକଟରେ ସୋମବାର ଭୋର ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର...

ବାଘଛାଲ ଜବତ: ୩ ଶିକାରୀ ଗିରଫ

ଦେବଗଡ଼, ୭।୩ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ଦେବଗଡ଼ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସୋମବାର ଏକ ବାଘଛାଲ ଜବତ...

ପଶ୍ଚିମବଙ୍ଗକୁ ଶାମୁକା ଚୋରାଚାଲାଣ

ଲଙ୍ଗଳେଶ୍ୱର, ୨୩।୧:ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଦିନକୁ ଦିନ ଶାମୁକା ଚୋରାଚାଲାଣ ବଢ଼ିବାରେ ଲାଗିଛି। ସମୁଦ୍ର ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତରେ କେତେକ ବ୍ୟବସାୟୀ ଏଭଳି ବେଆଇନ...

ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୁରାତନ ଛାତ୍ରସଂଘର ବିରୋଧ

ଦିଗପହଣ୍ଡି,୧୪ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ କୋଭିଡ୍‌ କେୟାର ହସ୍ପିଟାଲ ପ୍ରସ୍ତାବକୁ କଲେଜର ପୁରାତନ ଛାତ୍ରସଂଘ ସମେତ ସହରର ସଚେତନ ଜନସାଧାରଣ ବିରୋଧ କରିଛନ୍ତି।...

ସ୍ତ୍ରୀଙ୍କୁ ହତ୍ୟା ନ କରି ୭ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ,୬ା୧: ପୋଲିସ ଉପରେ ସମସ୍ତଙ୍କ ବିଶ୍ୱାସ ଥାଏ। କୌଣସି ଅପରାଧ ଘଟିଲେ ତାହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।...

ପ୍ରଶିକ୍ଷଣ ଦେଇ ପୁରସ୍କୃତ କଲା ଟିପିଏନ୍‌ଓଡିଏଲ୍‌

କେନ୍ଦୁଝର, ୨୬।୪(ସ୍ବ.ପ୍ର.) ଟାଟାପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନଓଡିଏଲ୍‌) ପକ୍ଷରୁ ଚଳିତମାସ ୬ତାରିଖରେ ବାରିପଦା ଓ ୨୦ ତାରିଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ...

Advertisement
Archives

Model This Week