ଘରେ ଶାନ୍ତି ଏବଂ ଧନବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ସାଧାରଣତଃ ସମସ୍ତେ ଚାହିଁଥାନ୍ତି ପରିବାରରେ ହସଖୁସିରେ ରହିବା ପାଇଁ। ଘରେ ହସ ଏବଂ ଖୁସିର ବାତାବରଣ ରହିଲେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଅନେକଙ୍କ ପରିବାରରେ ସର୍ବଦା କଳିତକରାଳ ଲାଗି ରହିଥାଏ। ଯେଉଁଥିପାଇଁ ବାସ୍ତୁଦୋଷ ରହିଥାଏ ବୋଲି ଜ୍ୟୋତିର୍ବିଦ୍‌ମାନେ କୁହନ୍ତି। ତେଣୁ ଘରୁ ମତଭେଦ ଏବଂ ବିବାଦ ଦୂର କରିବାକୁ ଜାଣନ୍ତୁ କିଛି ଟିପ୍ସ…

– ଘରେ ମତଭଦ ଦୂର କରିବା ପାଇଁ କୌଣସି ଦେବତାଙ୍କର ଏକରୁ ଅଧିକ ଫଟୋ ରଖନ୍ତୁ ନାହିଁ।

– ରାମାୟଣ, ମହାଭାରତ ଯୁଦ୍ଧ ଏବଂ ପେଚା ଇତ୍ୟାଦିର ଫଟୋ ଲଗାନ୍ତୁ ନାହିଁ।

– ଉତ୍ତର-ପଶ୍ଚିମ ଦିଗରେ ଝିଅମାନଙ୍କ ପାଇଁ ଏକ କୋଠରି ତିଆରି କରିବା ଉଚିତ୍‌।

– ବାସ୍ତୁ ଅନୁଯାୟୀ, ଜଙ୍ଗଲି ଜୀବଜନ୍ତୁ ଯେପରିକି ସିଂହ, ବାଘ ଇତ୍ୟାଦିଙ୍କ ଫଟୋ ଘରେ ଲଗାନ୍ତୁ ନାହିଁ। ଫଳରେ ଏହାଦ୍ୱାରା ଘରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

– ଘରେ ନଟରାଜ ମୂର୍ତ୍ତି ରଖନ୍ତୁ ନାହିଁ। ଭଗବାନ ଶିବଙ୍କ ନଟରାଜ ମୂର୍ତ୍ତି ରଖିଲେ ଏହା ବିନାଶକାରୀ ଭାବେ ଗଣନା କରାଯାଇଥାଏ।

– ସୁଖୀ ଦାମ୍ପତ୍ୟ ତଥା ଜୀବନରେ ଶାନ୍ତି ପାଇବା ପାଇଁ ଶୟନ କକ୍ଷରେ ସର୍ବଦା ରାଧାକୃଷ୍ଣଙ୍କ ଫଟୋ ରଖନ୍ତୁ। ବାସ୍ତୁଦୋଷ ଥିବା ଘରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ ଆଙ୍କନ୍ତୁ।

– ଶୋଇବା ଘରର ଗୋଟିଏ କୋଣରେ ଏକ କାଚପାତ୍ରରେ ଲୁଣ ରଖନ୍ତୁ। ଏହାକୁ ଏକ ମାସ ପାଇଁ ରଖନ୍ତୁ। ଗୋଟିଏ ମାସ ପରେ ପୁରୁଣା ଲୁଣକୁ ବାହାର କରି ନୂଆ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ଶାନ୍ତି ଆସିଥାଏ।

– ଘରେ ଶାନ୍ତି ବଜାୟ ରହିଲେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।