Categories: ଫୁରସତ

ଦମ୍ପତ୍ତିଙ୍କୁ ବହୁତ ପସନ୍ଦ ଏହି ଲଭ୍‌ ଲେକ୍‌: ଥରେ ବୁଲି ଯାଇ ନିଅନ୍ତୁ…

ମରୁଭୂମି ମଝିରେ ହ୍ରଦ। ସେ ପୁଣି ହାର୍ଟ ବା ହୃଦୟ ଆକାରର। ତେଣୁ କିଛି ରୋମାଣ୍ଟିକ୍‌ ମୁହୂର୍ତ୍ତ ବିତାଇବାକୁ ଦମ୍ପତିମାନେ ଆକୃଷ୍ଟ ହୋଇ ଚାଲି ଆସନ୍ତି ଏହି ହ୍ରଦକୁ। ସମ୍ପୂର୍ଣ୍ଣଭାବେ ମନୁଷ୍ୟକୃତ ଅଟେ ଉକ୍ତ ହ୍ରଦ। ଦୁଇଟି ହାର୍ଟ ଶେପ୍‌ର ହ୍ରଦ ପରସ୍ପର ସହ ଛନ୍ଦି ହୋଇ ରହିଥିବା ଭଳି ଏହାକୁ ତିଆରି କରାଯାଇଛି। ତେଣୁ ଉକ୍ତ ହ୍ରଦ ବେଶ୍‌ ପରିଚିତ ‘ଲଭ୍‌ ଲେକ୍‌’ ନାମରେ। ଏହି ହ୍ରଦ ସେହି ସ୍ଥାନରେ ଅଛି, ଯେଉଁଠି ରହିଛି ବିସ୍ମୟକର ପାମ୍‌ ଶେପ୍‌ର ଆଇଲାଣ୍ଡ ଓ ପୃଥିବୀର ସର୍ବୋଚ୍ଚତମ ଅଟ୍ଟାଳିକା ବୁର୍ଜ ଖଲିଫା। ଅର୍ଥାତ୍‌ ଏହା ଅଛି ଦୁବାଇରେ। ଏଠାକାର ଅଲ୍‌ କୁଦ୍ରା ମରୁଦ୍ୟାନରେ ଥିବା ଏହି ହ୍ରଦକୁ ତିଆରି କରିବା ପାଇଁ ହୋଇଛି ଅନେକ ଖର୍ଚ୍ଚ। ଏହାବାଦ୍‌ ଏଠାରେ ୧୬୦୦୦ ଗଛ, ହଜାର ହଜାର ରଙ୍ଗିନ ଫୁଲ ଗଛ, ଗୁଳ୍ମ ପ୍ରଜାତିର ଅନେକ ଗଛ ବି ଲଗାଯାଇଛି। ଠାଏ ଠାଏ ଫୁଲ ଗଛଗୁଡ଼ିକୁ ବି ହାର୍ଟ ଶେପ୍‌ରେ ସଜାଇ ଲଗାଯାଇଛି। ଫଳରେ ମରୁଭୂମି ମଝିରେ ଥିବା ଏହି ସ୍ଥାନଟି ଲାଗେ ପ୍ରେମମୟ ଓ ସ୍ବର୍ଗ ପରି। ଭୂମିଠାରୁ ୫୦ ମିଟର ଉଚ୍ଚତାରେ ହ୍ରଦଟିର ଫୁଲ୍‌ ଭ୍ୟୁ ମିଳିଥାଏ।

Share