Categories: ଜାତୀୟ

ଲଭ୍‌ ଜିହାଦ୍‌ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୧: ଲଭ୍‌ ଜିହାଦ୍‌ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିବା ସହିତ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହାର ସାମ୍ବିଧାନିକ ବୈଧତା ପରିଖିବା ଲାଗି ସୁପ୍ରିମ୍‌କୋର୍ଟ ଦୁଇ ରାଜ୍ୟ ସରକାରଙ୍କ ମତାମତ ଲୋଡିଛନ୍ତି। ଏହାର ବିଚାର ହାଇକୋର୍ଟରେ ମଧ୍ୟ ଜାରି ରହିଥିବା ସୋଲିସିଟର ଜେନେରାଲ ସୁପ୍ରିମ୍‌କୋର୍ଟ ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ଏହି ମାମଲାରେ ହାଇକୋର୍ଟ ନ ଯାଇ ସୁପ୍ରିମ୍‌କୋର୍ଟରେ ଆବେଦନ କରିବା ନେଇ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଅଧ୍ୟାଦେଶ ଦ୍ୱାରା ଅନ୍ତର୍ଧାର୍ମିକ ବିବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ହଇରାଣ କରାଯାଉଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରାଯାଇଥିଲା।

Share