Categories: ଜାତୀୟ

ବିହାରରେ ଲଭ ଜିହାଦକୁ ନେଇ ଆଇନ ଆଣିବ ଭାଜପା!

ପାଟନା,୨୧ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଯେଉଁଠି ଲଭ ଜିହାଦକୁ ନେଇ ଆଇନର ଡ୍ରାପ୍ଟ ତିଆରି ହୋଇ ସାରିଲାଣି ଅନ୍ୟପଟେ ଉତ୍ତରପ୍ରଦେଶରେ ମଧ୍ୟ ଖୁବ୍‌ଶୀଘ୍ର ଏହାକୁ ନେଇ ଆଇନ ଆସିଯିବ ବୋଲି କୁହାଯାଉଛି । ହରିୟାଣା, କର୍ନାଟକ ପରେ ଏବେ ଭାଜପା ମେଣ୍ଟର ସରକର ବିହାରରେ ବି ଲଭ ଜିହାଦକୁ ନେଇ ଆଇନ ଲାଗୁ କରିବାକୁ ଚାହିଁଲାଣି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ସିଂ ପାଟନାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ କହିଛନ୍ତି ବିହାରରେ ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ମୁଁ ସମର୍ଥନ କରୁଛି । ସେ ଆହୁରି ଦାବି କରିଛନ୍ତି ଯେ ଏବେ ଲଭ ଜିହାଦ କିଛି ରାଜ୍ୟରେ ମୁଣ୍ଡବ୍ୟଥାର କାରଣ ପାଲଟିଗଲାଣି ।

Share